ଦେଶ ବିଦେଶ

ଉତ୍ତର ପ୍ରଦେଶ: ବହୁ ପୁରାତନ ୪ ମହଲା ବିଲ୍ଡିଂ ଭୁଶୁଡ଼ି ୨ ମୃତ; ୧୪ ଆହତ…ରେସ୍‌କ୍ୟୁ ଅପରେସନ୍‌ ଜାରି

ଉତ୍ତର ପ୍ରଦେଶର ବାରାବଙ୍କିରେ ସୋମବାର ସକାଳେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏଠାରେ ଏକ ୪ ମହଲା ବିଲ୍ଡିଂ ଭୁଶୁଡ଼ି ୨ ଜଣଙ୍କ ମୃତ୍ୟୁ ଘଟିଛି। ୧୪ ଜଣ ଲୋକ ଏଥିରେ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଲକ୍ଷ୍ନୌ ସ୍ଥାନାନ୍ତର କରାଯାଇଛି।

ଦୁର୍ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନାମୂଳକ ପରିସ୍ଥିତି ଦେଖାଦେଇଛି। ଫତେହପୁର ଥାନା ଅଞ୍ଚଳରେ ଥିବା ହାଶିମ୍‌ ନାମକ ବ୍ୟକ୍ତିଙ୍କର ୪ ମହଲା ବିଲ୍ଡିଂ ଭୋର୍‌ ୩ଟାରେ ହଠାତ୍‌ ଭୁଶୁଡ଼ି ପଡ଼ିଥିଲା। ବିଲ୍ଡିଂର ଧ୍ୱଂସାବଶେଷ ଭିତରେ ଅନେକ ଲୋକ ଫିସି ରହିଥିଲେ।

ସ୍ଥାନୀୟ ଏସ୍‌ପି ଦିନେଶ ସିଂ କହିଛନ୍ତି ଯେ ମୋଟ ୧୬ ଜଣ ଲୋକ ଧ୍ୱଂସାବଶେଷ ତଳେ ଦବି ଯାଇଥିଲେ। ସେମାନଙ୍କ ଭିତରୁ ୧୨ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ହସ୍ପିଟାଲରେ ୨ ଜଣଙ୍କର ମୃତ୍ୟୁ ଘଟିଥିଲା। ଏବେ ବି ୪ ଜଣ ଫସି ରହିଥିବା ଜଣାପଡ଼ିଛି। ଖବର ପାଇ ଏସ୍‌ଡିଆର୍‌ଏଫ୍‌ ଟିମ୍‌ ପହଞ୍ଚିଥିବା ବେଳେ ଏନ୍‌ଡିଆର୍‌ଏଫ୍‌କୁ ମଧ୍ୟ ଡକାଯାଇଛି।

ଏସ୍‌ପି କହିଛନ୍ତି, ଭୋର୍‌ ୩ଟା ବେଳେ ୪ ମହଲା ବିଲ୍ଡିଂ ଭୁଶୁଡ଼ିବା ନେଇ ଆମକୁ ଖବର ମିଳିଥିଲ। ଏଥିରେ ୧୬ ଜଣ ଲୋକ ଫସି ରହିଥିଲେ। ୧୨ ଜଣଙ୍କୁ ବାହାର କରାଯାଇଥିବା ବେଳେ ଏବେ ବି ୪ ଜଣ ଦବି ରହିଛନ୍ତି।

ସୂଚନା ମୁତାବକ, ଦୁର୍ଘଟଣାରେ ପ୍ରାଣ ହରାଇଥିବା ଦୁଇ ବ୍ୟକ୍ତି ହେଲେ ୨୨ ବର୍ଷୀୟା ରୋଶ୍‌ନୀ ବାନୋ ଓ ୨୮ ବର୍ଷୀୟ ହକିମୁଦ୍ଦିନ୍‌। ଜଣାପଡ଼ିଛି, ବିଲ୍ଡିଂଟି ବହୁ ପୁରୁଣା ଥିଲା। ତେବେ ପ୍ରଶାସନ ଏହାକୁ ଖାଲି କରିବାକୁ ଆଦେଶ ଦେଇଥିଲା କି ନାହିଁ, ସେ ନେଇ କୌଣସି ସୂଚନା ନାହିଁ।

Roshni

Recent Posts

ଦିଲ୍ଲୀ: ମଧ୍ୟରାତ୍ରିରେ ଘରେ ଲାଗିଲା ଭୟଙ୍କର ନିଆଁ, ଅଣନିଃଶ୍ୱାସୀ ହୋଇ ଚାଲିଗଲା ପରିବାରର ୪ ଜୀବନ

ରାଜଧାନୀ ଦିଲ୍ଲୀର ପ୍ରେମ୍‌ ନଗରରେ ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ । ଏଠାରେ ଘରେ ନିଆଁ ଲାଗି ପରିବାରର ୪…

31 mins ago

ଟି୨୦ ବିଶ୍ୱକପ : ବାଂଲାଦେଶକୁ ହରାଇ ସେମିଫାଇନାଲରେ ଏଣ୍ଟ୍ରି କଲା ଆଫଗାନିସ୍ତାନ, ୮ ରନରେ ମ୍ୟାଚ ହାତେଇଲା ରାଶିଦ ବାହିନୀ

ଆଇସିସି ଟି୨୦ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିଛି ଆଫଗାନିସ୍ତାନ । ବାଂଲାଦେଶକୁ ଡିଏଲଏସ ନିୟମରେ ହରାଇ ସେମିରେ ପ୍ରବେଶ କରିଛି…

42 mins ago

ବର୍ଷା ହେଲେ ଅଯୋଧ୍ୟା ରାମ ମନ୍ଦିର ଛାତରୁ ଗଳୁଛି ପାଣି, ଚିନ୍ତା ପ୍ରକଟ କଲେ ମୁଖ୍ୟ ପୁରୋହିତ

ଅଯୋଧ୍ୟା: ସବୁ ପ୍ରତୀକ୍ଷାର ଅନ୍ତ ଘଟି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇସାରିଥିବାବେଳେ, ପ୍ରଭୁ ଶ୍ରୀରାମ ଅଯୋଧ୍ୟା ମନ୍ଦିରରେ…

55 mins ago

ରିଲ୍ସ ପାଇଁ ବିପଜ୍ଜନକ ଷ୍ଟଣ୍ଟ, ସମୁଦ୍ରରେ ପାଣିରେ ବୁଡ଼ିଲା ମହିନ୍ଦ୍ରା ଥାର

ଆପଣ ପ୍ରତ୍ୟେକ ଦିନ ଅନେକ ରିଲ୍ସ ନିଶ୍ଚିତ ଦେଖୁଥିବେ । ଲୋକମାନେ ରିଲ୍ସ କରିବା ପାଇଁ ନିଜ ଜୀବନକୁ ବାଜି…

58 mins ago

ଦୂଷିତ ହେବାରେ ଲାଗିଛି ନଦୀ ଜଳ, ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ

ପିପିଲି : ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ । ରାଜୁଆ ନଦୀରେ ମରି ପଡିଛନ୍ତି ମଲା ମାଛ ।…

1 hour ago

ବିରିୟାନୀରେ ମିଳିଲାନି ଚିକେନ୍‌ ଲେଗ୍‌ ପିସ୍‌ , ବିବାହ ସମାରୋହ ପାଲଟିଲା ରଣକ୍ଷେତ୍ର

ବିବାହ ସମାରୋହରେ ହେଲା ମହାଭାରତ । ବର ବାହା ହେବ କଣ ଗଣ୍ଡଗୋଳରେ ମାତିଗଲା । ଯିଏ ଯାହାକୁ ପାରିଲା…

2 hours ago