ପୁଣି ସେନା ଗାଡି ଉପରେ ଆକ୍ରମଣ, ୪ ଯବାନ ସହିଦ୍, ୪ ଆତଙ୍କବାଦୀ ନିପାତ

ପୁଣି ସେନା ଗାଡି ଉପରେ ଆକ୍ରମଣ। ଜମ୍ମକଶ୍ମୀରର କାଠୁଆ ଜିଲ୍ଲାରେ ଏକ ସେନା ଗାଡି ଉପରେ ଆକ୍ରମଣ କରିଛନ୍ତି ଆତଙ୍କବାଦୀ। ଏହି ଆକ୍ରମଣରେ ୪ ଯବାନ ସହିଦ୍ ହେବା ସହ ୬ ଜଣ ଜୱାନ ଗୁରୁତର ଆହତ ହୋଇଛନ୍ତି।

ଆତଙ୍କବାଦୀମାନେ ପାହାଡ ଭିତରେ ଲୁଚି ରହି ସେନା ଗାଡି ଉପରକୁ ଗୁଳି ଚଲାଇବା ସହ ହ୍ୟାଣ୍ଡ ଗ୍ରେନେଡ ଫିଙ୍ଗିଥିଲେ। ସେନା ପକ୍ଷରୁ ଏହି ଆକ୍ରମଣର ପାଲଟା ଜବାବ ଦିଆଯାଇଥିଲା। ତେବେ ପାହାଡିଆ ଅଞ୍ଚଳ ହୋଇଥିବାରୁ ଆତଙ୍କବାଦୀମାନେ ଆକ୍ରମଣ କରି ଫେରାର ହୋଇଯାଇଥିଲେ।

ଆତଙ୍କବାଦୀଙ୍କୁ ଧରିବା ପାଇଁ ସ୍ଥାନୀୟ ଅଞ୍ଚଳରେ ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଜୋରଦାର କରାଯାଇଥିଲା । ଏହି ସର୍ଚ୍ଚ ଅପରେସନ ବେଳେ ଆତଙ୍କବାଦୀ ଓ ସେନା ମଧ୍ୟରେ ଏନକାଉଣ୍ଟର ହୋଇଛି। ଏନକାଉଣ୍ଟରରେ ୪  ଆତଙ୍କବାଦୀ ମଧ୍ୟ ନିପାତ ହୋଇଛନ୍ତି ।  ଗତ କିଛିଦିନ ହେଲା ଜମ୍ମୁକଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ବଢିଥିବା ବେଳେ ସେନା ପକ୍ଷରୁ ଏହାର ମୁକାବିଲା ପାଇଁ କଡା ପଦକ୍ଷେପ ନିଆଯାଉଛି।