ବାପାଙ୍କ କାର ନେଇ ଘରୁ ଚାଲିଆସିଲା ନାବାଳକ: ଫୁଟପାଥରେ ବସିଥିବା ଶ୍ରମିକଙ୍କ ଉପରେ ଚଢାଇଦେଲା, ୪ ମୃତ

ତେଲେଙ୍ଗାନାରେ ଜଣେ ନାବାଳକ ଘରୁ ବାପାଙ୍କ କାର ନେଇ ଫୁଟପାଥରେ ବସିଥିବା ମହିଳା ଶ୍ରମିକଙ୍କ ଉପରେ ଚଢାଇଦେଇଥିଲା। ଫଳରେ ଘଟଣା ସ୍ଥଳରେ ୪ ଜଣ ମହିଳା ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଏପରି ଅଭାବନୀୟ ଘଟଣା ଘଟିଛି ତେଲେଙ୍ଗାନାର ହାଇଦ୍ରାବାଦରେ । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ସୂଚନାନୁସାରେ, ରବିବାର ସକାଳେ କରୀମନଗରର ଏକ ରାସ୍ତାରେ କିଛି ଶ୍ରମିକ ବସିଥିଲେ । ସେମାନଙ୍କୁ କାର୍ ଧକ୍କା ଦେଇଥିଲା । ଏପରିକି ଶ୍ରମିକଙ୍କ ଉପରେ କାରଟି ଚଢି ଯାଇଥିଲା । ଏଥିରେ ଜଣେ ଯୁବତୀଙ୍କ ସମେତ ୪ ଜଣ ପ୍ରାଣ ହରାଇଛନ୍ତି । ପ୍ରବଳ କୁହୁଡି କାରଣରୁ ଡ୍ରାଇଭର ନିୟନ୍ତ୍ରଣ ହରାଇ ଏପରି ଦୁର୍ଘଟଣା ଭିଆଇଥିବା ଅନୁମାନ କରାଯାଉଛି ।

କରୀମନଗରର ସିପି ଭି ସତ୍ୟନାରାୟଣ କହିଛନ୍ତି, କାର ଚଳାଉଥିବା ନାବାଳକ ଉପରେ ଆଇପିଏସ୍‌ ଧାରା ୩୦୪ରେ ମାମଲା ରୁଜୁ କରିଛନ୍ତି। ସେ ବ୍ରେକ୍ ବଦଳରେ ଆକ୍ସିଲେଟର ଚାପି ଦେଇଥିଲେ । ତେଣୁ ୪ ମହିଳାଙ୍କୁ ସେ ଚାପି ଦେଇଥିଲେ । କାରରେ ତାଙ୍କର ଆଉ ୨ ଜଣ ନାବାଳକ ସାଙ୍ଗ ବି ଥିଲେ । ଦୁର୍ଘଟଣାପରେ ୩ ଜଣ ନାବାଳକ କାର୍ ଛାଡି ଫେରାର ହୋଇଯାଇଥିଲେ ବୋଲି ଅଧିକାରୀଜଣଙ୍କ କହିଛନ୍ତି ।
ପୋଲିସର କହିବାନୁସାରେ, ଘଟଣାସ୍ଥଳରେ ୩ ଜଣ ମହିଳା ଓ ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଥିଲା । ଅନ୍ୟ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସୂଚନାଯୋଗ୍ୟ, ୟୁପି କାନପୁରର ଟାଟାମିଲ ଚୌରାହ ପାଖରେ ଗୋଟିଏ ଇ ବସ୍‌ ନିୟନ୍ତ୍ରଣ ହରାଇ ୧୭ ବାହାନକୁ ଟକ୍କର ଦେଇଥିଲା। ଫଳରେ ୬ ଜଣ ଲୋକ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିଲେ। ଏହି ଘଟଣାରେ ୧୨ରୁ ଊର୍ଦ୍ଧ୍ୱ ଲୋକଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ସେମାନଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.