ମଝି ଆକାଶରୁ ଖସିଲା ମୃତ୍ୟୁ, ଜଳିଗଲା କାର ଆଉ ଚାଲିଗଲା ୪ ବର୍ଷ ଛୁଆର ଜୀବନ

କେତେବେଳେ କେଉଁଠି କ’ଣ ଘଟିଯିବ ତାହା ସମସ୍ତଙ୍କୁ ଅଜଣା। ଆଉ ବେଳେ ବେଳେ ଏମିତି କିଛି ଘଟଣା ଘଟିଯାଏ, ଯାହା ବିଷୟରେ କେହି ସ୍ୱପ୍ନରେ ମଧ୍ୟ ଚିନ୍ତା କରିପାରନ୍ତି ନାହିଁ। ଆଉ ଅନେକ ଥର ଏପରି ଭୟଙ୍କର ଘଟଣା ଘଟିଯାଏ ଯେ ସେତେବେଳେ ମଣିଷ କ’ଣ କରିବ ତାହା ଚିନ୍ତା କରିପାରେ ନାହିଁ। ବେଳେ ବେଳେ ଘଟଣାର ଶିକାର ହୋଇଥିବା ଲୋକ ମଧ୍ୟ ଘଟଣା ବିଷୟରେ କହିପାରେ ନାହିଁ। ଆପଣ ସବୁ ସତର୍କତା ଆପଣାଇବା ସତ୍ତ୍ୱେ ମଧ୍ୟ ଦୁର୍ଘଟଣାର ଶିକାର ହୋଇଥାନ୍ତି।

ଏମିତି ଏକ ଭିଡିଓ ଏବେ ଟ୍ଵିଟରରେ ଘୁରି ବୁଲୁଛି। ଏହି ଦୁର୍ଘଟଣା ଦେଖିଲେ ଆପଣଙ୍କ ଛାତି ମଧ୍ୟ ଥରି ଉଠିବ। ଆଉ ଆକାଶରୁ ଖସୁଥିବା ଏହି ଭୟଙ୍କର ଭିଡିଓ କ୍ୟାମେରାରେ କଏଦ ହୋଇଛି। ଭିଡିଓରେ ଦେଖିବାକୁ ମିଳିଛି, ଫାଙ୍କା ଥିବାର ରାସ୍ତାରେ ଏକ କାର ଯାଉଥିବା ବେଳେ ହଠାତ୍‌ ଆକାଶରୁ ମୃତ୍ୟୁ ଖସିପଡୁଛି।

ଭିଡିଓରେ ଦେଖିବାକୁ ମିଳିଛି ଯେ, ହଠାତ୍‌ ଆକାଶରୁ ଏକ ବିମାନ କ୍ରାଶ ହୋଇ କାର ଉପରେ ପଡୁଛି । ଆଉ ଦେଖୁ ଦେଖୁ ସବୁକିଛି ନିଆଁ ଲାଗିଯାଉଛି। କାର୍‌ ଦ୍ରୁତଗତିରେ ଥିବା ଯୋଗୁଁ କାରଟି ପଳାଉଛି । ଏହି ଘଟଣା ବହୁତ ପୁରୁଣା। ଯାହା ଏବେ ଟ୍ଵିଟରରେ ସେୟାର କରାଯାଇଛି।

ଭିଡିଓଟି ଫ୍ଲୋରିଡାର ନର୍ଥ ପେରୀ ଏୟାରପୋର୍ଟ ପାଖରେ ଥିବା ପେମ୍ବୋକ ପାଇନ୍ସରେ ହୋଇଥିବା ଜଣାପଡିଛି।ଏହି ଘଟଣା ଘଟିବା ପରେ ସ୍ଥାନୀୟ ଲୋକ ବୁଝିପାରିନଥିଲେ କ’ଣ ଘଟିଥିଲା। ଖବର ମୁତାବକ, ବିମାନରେ କୌଣସି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବିମାନ କ୍ରାଶ ହୋଇ ତଳେ ଖସିପଡିଥିଲା। ଏହି ଘଟଣାରେ କାରଟି ଜଳିଯାଇଥିଲା। ଏହି କାରରେ ୪ ବର୍ଷର ପିଲା ଏବଂ ମା’ ରହିଥିଲେ। ମା’ଙ୍କ ଜୀବନ ବଞ୍ଚିଯାଇଥିବା ବେଳେ ୪ ପିଲାର ମୃତ୍ୟୁ ଘଟିଥିଲା। ଦୁର୍ଘଟଣାରେ ମା’ ପିଲାଙ୍କୁ ବଞ୍ଚାଇବା ପାଇଁ ଚିତ୍କାର କରୁଥିଲେ, କିନ୍ତୁ କେହି ଆସିନଥିଲେ। କିଛି ସମୟ ପରେ ଉଦ୍ଧାରକାରୀ ଦଳ ପହଞ୍ଚିବା ବେଳେ ପିଲାର ଜୀବନ ଚାଲିଯାଇଥିଲା। ଏହି ଘଟଣା ମାର୍ଚ୍ଚ ୨୦୨୧ରେ ଘଟଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.