ପାଶ୍ଚାତ୍ୟରେ ବି ପୁନର୍ଜନ୍ମ : ଚାରି ବର୍ଷର ବାଳକ କହୁଛି ମୁଁ ବ୍ରିଟେନ୍‌ ରାଣୀ ପ୍ରିନସେସ୍‌ ଡାଏନା ଥିଲି

କେବଳ ଭାରତରେ ରହିଛି ପୁନର୍ଜନ୍ମର ବିଶ୍ୱାସ । ପାଶ୍ଚାତ୍ୟ ଦେଶରେ ଏହାକୁ କେହି ବିଶ୍ୱାସକୁ ନିଅନ୍ତି ନାହିଁ । ହେଲେ ଏବେ ଗୋଟିଏ ବଡ଼ ଘଟଣା ସାରା ବିଶ୍ୱକୁ ପୁନର୍ଜନ୍ମରେ ବିଶ୍ୱାସ କରିବାକୁ ବାଧ୍ୟ କରିଛି । ବ୍ରିଟେନ୍‌ର ରାଣୀ ଲେଡି ଡାଏନା ଜନ୍ମ ହୋଇଛନ୍ତି ଅଷ୍ଟ୍ରେଲିଆରେ । ନିଜ ପୂର୍ବ ଜନ୍ମ କଥା କହୁଛି ଜଣେ ୪ ବର୍ଷର ବାଳକ । ନାଁ ବିଲ୍ଲୀ କ୍ୟାମ୍ପବେଲ୍‌ । ବିଲ୍ଲୀ କହୁଛି ପୂର୍ବଜନ୍ମରେ ସେ ଥିଲା ଲେଡୀ ଡାଏନା । ଡାଏନାଙ୍କ ଜୀବନ କାହାଣୀ ସହ କାର୍‌ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ସମ୍ପର୍କରେ ମଧ୍ୟ ବିସ୍ତୃତ ଭାବେ କହୁଛି ବିଲ୍ଲୀ ।

ମାତ୍ର ଦୁଇ ବର୍ଷ ବୟସରେ ବିଲ୍ଲୀ ପ୍ରଥମେ ଡାଏନାଙ୍କ ଫଟୋ ଦେଖିଥିଲା ତାର ମା ଠାରୁ । ଆଉ କହିଥିଲା ଇଏ ହେଉଛି ମୁଁ । ମୁଁ ରାଣୀ ଥିଲି । ପୁଣି ସେହି ବୟସରୁ ଡାଏନାଙ୍କ ଦୁଇ ପୁଅଙ୍କୁ ନିଜ ପୁଅ ବୋଲି କହୁଥିଲା । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଡାଏନାଙ୍କ ଭାଇ ଜନ୍‌, ଯିଏକି ଜନ୍ମ ହେବାର କିଛି ସମୟ ପରେ ମରି ଯାଇଥିଲା । ଏମିତିକି ତାର ବର୍ଷକ ପରେ ଡାଏନା ଜନ୍ମ ହୋଇଥିଲେ । ସେ କଥା ମଧ୍ୟ ବିଲ୍ଲୀ ମନେ ରଖି କହୁଛି ।

୧୯୯୭ରେ ଏକ ଭୟଙ୍କର କାର୍‌ ଦୁର୍ଘଟଣାରେ ଡାଏନାଙ୍କ ମୃତ୍ୟୁ ଘଟିଥିଲା । ଏହାର ୧୮ ବର୍ଷ ପରେ ବିଲ୍ଲୀର ଜନ୍ମ । ଯେଉଁ ବୟସରେ କୌଣସି କଥା ମନେ ରଖିବା ଏତେ ସହଜ ନୁହେଁ, ସେହି ବୟସରରେ ବିଳ୍ଲୀ କହୁଛି କିଭଳି ଭାବେ କାର୍‌ ଦୁର୍ଘଟଣାରେ ନିଜର ମୃତ୍ୟୁ ହୋଇଥିଲା । ବିଲ୍ଲୀ ହେଉଛି ଅଷ୍ଟ୍ରେଲିଆର ଏକ ଟିଭି ଚ୍ୟାନେଲରେ କାମ କରୁଥିବା ଡେଭିଡ୍‌ କ୍ୟାମ୍ପବେଲ୍‌ । ବାପାଙ୍କ କହିବା କଥା, ତାଙ୍କ ପୁଅ ଅକାରଣରେ କାହିଁକି ଡାଏନାଙ୍କ ବିଷୟରେ ଏମିତି କହିବ ? ମା ଲିସା କୁହନ୍ତି, ଆମେ ଆମ ଘରେ ନା ଡାଏନାଙ୍କ ବିଷୟରେ କେବେ କଥା ହୋଇଛୁ ନା ବ୍ରିଟେନ୍‌ ରାଜ ପରିବାର ବିଷୟରେ । ତେଣୁ ଆଶ୍ଚର୍ଯ୍ୟ ଲାଗୁଛି ଯେ ବିଲ୍ଲୀ କିଭଳି ଭାବେ ଡାଏନାଙ୍କ ବିଷୟରେ ଏତେ କଥା କହୁଛି ।

ଏପଟେ ଘଟଣାକୁ ନେଇ ବିଲ୍ଲୀର ବାପା ମାଆ ତ ଆଶ୍ଚର୍ଯ୍ୟ । ହେଲେ ବିଜ୍ଞାନ ଉପରେ ବିଶ୍ୱାସ ରଖିଥିବା ପାଶ୍ଚାତ୍ୟ ଦେଶର ବୈଜ୍ଞାନିକଙ୍କୁ ମଧ୍ୟ ଆଚମ୍ବିତ କରି ଦେଇଛି ଏହି ଘଟଣା ।

ଏହା ସହ ପଢ଼ନ୍ତୁ : ୧୬ ବର୍ଷ ପରେ ମ୍ୟାରେଜ୍ ସାଟିର୍ଫିକେଟ ନେବା ପାଇଁ ପହଁଚିଲେ ବ୍ୟକ୍ତି, କର୍ମଚାରୀ କହିଲେ ପୁଣି ଥରେ ବିବାହ କଲେ ମିଳିବ…

ଗୀତରେ ଉଲ୍ଲେଖ ଅଛି, ଶରୀର ସିନା ମରିଯାଏ, ହେଲେ ଆତ୍ମା ଅମର । ତେଣୁ ହିନ୍ଦୁ ଧର୍ମରେ ବିଶ୍ୱାସ ରହିଛି ଯେ ମଣିଷ ମରିଗଲା ପରେ ତାର ଆତ୍ମା ଆଉ କେଉଁଠାରେ ଜନ୍ମ ନିଏ । ଏମିତିକି ଏହି ବିଶ୍ୱାସ ଦେଶର ଅନେକ ଜାଗାରେ ପ୍ରମାଣିତ ମଧ୍ୟ ହୋଇଛି । ଠିକ୍‌ ବିଲ୍ଲୀ ଭଳି କିଛି ପିଲା ଓ ବ୍ୟକ୍ତି ସେମାନଙ୍କ ପୂର୍ବଜନ୍ମକୁ ମନେ ପକାଇବାରେ ସମର୍ଥ ହୋଇଛନ୍ତି । ଆଉ ଏବେ ଅଷ୍ଟ୍ରେଲିଆର ଏହି ଚାରି ବର୍ଷର ପିଲାଟି ପ୍ରମାଣିତ କରିଛି ଯେ ହିନ୍ଦୁ ଧର୍ମର ବିଶ୍ୱାସ ବାସ୍ତବତା ଉପରେ ଆଧାରିତ ।

Pritiparna

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

52 mins ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

2 hours ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

2 hours ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

3 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

3 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

4 hours ago