କରୋନା ଭାଇରସ: ମାଲେସିଆ କୁଆଲାଲୁମପୁର ବିମାନ ବନ୍ଦରରୁ ଫେରିଲେ ୪୦୫ ଜଣ ଭାରତୀୟ ନାଗରିକ, ସ୍ୱତନ୍ତ୍ର ବିମାନ ଯୋଗେ ଆଣିଲେ ସରକାର

ଭାରତ ସରକାର ମାଲେସିଆର କୁଆଲାଲୁମପୁର ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରୁ ୪୦୫ ଜଣ ଭାରତୀୟ ନାଗରିକଙ୍କୁ ଫେରେଇ ଅଣାଯାଇଛି । ସେମାନଙ୍କ ଭିତରେ ଥିବା ଛାତ୍ରମାନଙ୍କୁ ଏୟାର ଏସିଆ ବିମାନ ଜରିଆରେ ଦିଲ୍ଲୀ ଓ ଭାଇଜାଗକୁ ଫେରେଇ ଅଣାଯାଇଥିବା ସୂଚନା ମିଳିଛି । ଏବାବଦରେ ମାଲେସିଆରେ ଅବସ୍ଥିତ ଭାରତୀୟ ଉଚ୍ଚାୟୁଗଙ୍କ ତରଫରୁ ଟ୍ୱିଟର ଜରିଆରେ ସୂଚନା ଦିଆଯାଇଛି । ପୂର୍ବରୁ ଭାରତ ସରକାର ଆଫଗାନିସ୍ଥାନ, ଫିଲିପାଇନ୍ସ, ମାଲେସିଆ ସହ ପ୍ରଭାବିତ ଦେଶର ଯାତ୍ରୀ ମାନଙ୍କ ପ୍ରବେଶ ଉପରେ ପ୍ରତିବନ୍ଧ ଲଗାଇ ଥିଲେ ।

malaysia

ଏହି କାରଣରୁ ସେହି ସବୁ ସ୍ଥାନକୁ ଯାଇଥିବା ଭାରତୀୟ ନାଗରିକ ମାନେ ଫସି ରହିଥିଲେ । ମାଲେସିଆରୁ ଭାରତୀୟ ମାନଙ୍କୁ ଅଣାଯିବା ପରେ ଅନୁରୂପ ଭାବେ ଭାରତରେ ଫସିଥିବା ୧୩୫ ଜଣ ମାଲେସିଆ ନାଗରିକ ମାନଙ୍କୁ ନିଜ ଦେଶକୁ ଫେରେଇ ଦିଆଯିବ ବୋଲି ନିଷ୍ପତ୍ତି ନେଇଛନ୍ତି ସରକାର । ଏମାନଙ୍କ ଭିତରେ ୧୧୧ ଜଣ ଦିଲ୍ଲୀରେ ଥିବା ବେଳେ ୨୪ ଜଣ ଭାଇଜାଗରେ ଅଛନ୍ତି ।

ସୂଚନା ଦେବା ଯୋଗ୍ୟକି, ଏଯାବତ ବିଶ୍ଵବ୍ୟାପୀ ପ୍ରାୟ ୧୬୯,୦୦୦ ରୁ ଅଧିକ ଲୋକ ଏହି ମହାମାରୀରେ ଆକ୍ରାନ୍ତ ହୋଇଥିବା ବେଳେ ୬,୫୦୦ ରୁ ଅଧିକଙ୍କର ମୃତ୍ୟୁ ହୋଇସାରିଲାଣି । ଭାରତରେ ଏଭିତରେ ୧୭୩ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୪ ଜଣଙ୍କ ମୃତ୍ୟୁ ହୋଇସାରିଲାଣି । ଏହା ପୂର୍ବରୁ ଭାରତ ସରକାର ଚୀନ, ଇଟାଲୀ, ଇରାନ, ଜାପାନ, ମିଅଁମାର, ଦକ୍ଷିଣ ଆଫ୍ରିକା, ନେପାଳ ପରି ଦେଶର ନାଗରିକ ମାନଙ୍କୁ ପ୍ରଭାବିତ କ୍ଷେତ୍ରରୁ ହଟାଇବାର ବ୍ୟବସ୍ଥା କରିଥିଲା ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.