ସେପ୍ଟେମ୍ବରରେ ଚାକିରି ଛାଡ଼ିଛନ୍ତି ୪୪ ଲକ୍ଷ ଆମେରିକୀୟ! ଏହି ୩ କାରଣରୁ ପ୍ରତ୍ୟେକ ମାସରେ ବଢ଼ୁଛି ଇସ୍ତଫା ଦେଉଥିବା ଲୋକଙ୍କ ସଂଖ୍ୟା

କରୋନା ମହାମାରୀ ପରେ ଗୋଟିଏ ପଟେ ଯେଉଁଠି ବିଶ୍ୱରେ ବେରୋଜଗାରୀ ସଙ୍କଟ ବଢ଼ି ଯାଇଛି, ସେଠି ଆମେରିକାରେ ଚାକିରି ଛାଡ଼ୁଥିବା ଲୋକଙ୍କ ସଂଖ୍ୟା ହଠାତ୍‌ ବୃଦ୍ଧି ପାଇଛି। US Bureau of Labor Statistics ମୁତାବକ, ସେପ୍ଟେମ୍ବରରେ ୪୪ ଲକ୍ଷ ଆମେରିକୀୟ ଚାକିରିରୁ ଇସ୍ତଫା ଦେଇଛନ୍ତି, ଯାହାକି ଅଗଷ୍ଟ ମାସ ତୁଳନାରେ ୨ ଲକ୍ଷ ଅଧିକ ରହିଛି। ଅଗଷ୍ଟରେ ୪୩ ଲକ୍ଷ ଲୋକ ଚାକିରି ଛାଡ଼ିଥିଲେ ଏବଂ ଏହାର ମାସକ ପୂର୍ବେ ଜୁଲାଇରେ ୩୬ ଲକ୍ଷ ଲୋକ ନିଜ ଚାକିରିରୁ ଇସ୍ତଫା ଦେଇଥିଲେ।

ଦ୍ରୁତ ଗତିରେ ବଢ଼ୁଥିବା ଷ୍ଟାର୍ଟଅପ୍‌ କମ୍ପାନୀ କାରଣରୁ

ରିପୋର୍ଟ ମୁତାବକ, ଚାକିରି ଛାଡ଼ୁଥିବା ଅଧିକାଂଶ ଲୋକ ହସ୍ପିଟାଲିଟି ଏବଂ ରିଟେଲ ସେକ୍ଟର ସହ ଜଡ଼ିତ ରହିଛନ୍ତି। କିଛି ଲୋକ ଏମିତି ବି ଅଛନ୍ତି, ଯେଉଁମାନେ ଅନେକ ଦିନରୁ ଚାକିରି ଛାଡ଼ିବା ଉପରେ ବିଚାର କରୁଥିଲେ। ଆଉ ଏକ କାରଣ ମଧ୍ୟ ରହିଛି କି, ଲୋକେ ଷ୍ଟାର୍ଟଅପ୍‌ ଆଡ଼କୁ ଅଧିକ ଆକର୍ଷିତ ହେଉଛନ୍ତି। ଚାକିରି ଛାଡ଼ୁଥିବା ଲୋକଙ୍କ ମଧ୍ୟରେ ପୁରୁଷଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟା ଅଧିକ ରହିଛି।

ଛୁଟି ମିଳୁ ନ ଥିବା କାରଣରୁ

ଦ୍ୱିତୀୟରେ ଛୁଟି ମିଳୁ ନ ଥିବା କାରଣରୁ ମଧ୍ୟ ଆମେରିକାର ନାଗରିକମାନେ ଚାକିରି ଛାଡ଼ି ଦେଉଛନ୍ତି। ଅଧିକାଂଶ ଲୋକଙ୍କ କହିବା ହେଲା, ସେମାନେ ଛୁଟି ମାଗିଲେ ସମୟ ଅନୁସାରେ ସେମାନଙ୍କୁ ଛୁଟି ମିଳି ନ ଥାଏ। ଆହୁରି ଏକ କାରଣ ରହିଛି ଯେ ଏବେ କରୋନା ସଂକ୍ରମଣ କମ୍‌ ହେବା ପରେ ଅଧିକାଂଶ କମ୍ପାନୀ ଓ୍ଵାର୍କ ଫ୍ରମ୍‌ ହୋମ୍‌ ସିଷ୍ଟମ୍‌ ଶେଷ କରି ଦେଇଛନ୍ତି। ଯେଉଁ ଲୋକ ସେହି ସମୟରେ ଘରେ ରହି କାମ କରୁଥିଲେ, ସେମାନଙ୍କୁ ଏବେ ଅଫିସ୍‌ ଯିବାରେ ସମସ୍ୟା ହେଉଛି। ଓ୍ଵାର୍କ ଫ୍ରମ୍‌ ହୋମ୍‌ କାରଣରୁ କରୋନା କାଳରେ ସେମାନଙ୍କୁ ପରିବାର ସହିତ ସମୟ ବିତାଇବାର ଏକ ପ୍ରକାର ଅଭ୍ୟାସ ପଡ଼ି ଯାଇଥିଲା।

ଓ୍ଵାର୍କ ଫ୍ରମ୍‌ ହୋମ୍‌ ବନ୍ଦ ହେବାରୁ ଶିଳ୍ପ ସଂସ୍ଥା ଉପରେ ପ୍ରଭାବ

ଓ୍ଵାର୍କ ଫ୍ରମ୍‌ ହୋମ୍‌ ବନ୍ଦ ହେବାରୁ ଏହାର ଅଧିକ ପ୍ରଭାବ ଶିଳ୍ପ ସଂସ୍ଥା ଉପରେ ପଡ଼ିଛି। ଅଧିକାଂଶ ଲୋକ ଚାକିରିରୁ ମୋହଭଙ୍ଗ କରୁଥିବାରୁ ଶିଳ୍ପ ସଂସ୍ଥାରେ କାମ କରିବା ପାଇଁ କୁଶଳୀ ଲୋକ ମିଳି ପାରୁ ନାହାନ୍ତି, ଯାହା ଫଳରେ କମ୍ପାନୀଗୁଡ଼ିକର ମାଲିକଙ୍କୁ ବର୍ତ୍ତମାନ ଉଦ୍ଦ୍ୟୋଗ ଚଳାଇବା ମୁସ୍କିଲ ହୋଇ ପଡ଼ୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.