ରୁଷ୍‌ ସେନାରେ ଫସିରହିଥିବା ୪୫ ଭାରତୀୟ ମୁକ୍ତ, ଆହୁରି ୫୦ ନାଗରିକ ଜଲ୍‌ଦି ଫେରିବେ ସ୍ୱଦେଶ

ଭାରତ ସରକାରଙ୍କ ହସ୍ତକ୍ଷେପ ପରେ ରୁଷୀୟ ସେନାରେ ଫସିରହିଥିବା ୪୫ ଜଣ ଭାରତୀୟଙ୍କୁ ମୁକ୍ତ କରାଯାଇଛି । ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ ୪୫ ଜଣ ଭାରତୀୟଙ୍କୁ ରୁଷୀୟ ସେନାରୁ କାର୍ଯ୍ୟମୁକ୍ତ କରାଯାଇଛି । ଖୁବ୍ ଶୀଘ୍ର ଅନ୍ୟ ୫୦ ଜଣଙ୍କୁ ମଧ୍ୟ ସ୍ୱଦେଶ ଫେରାଇ ଆଣିବାକୁ ଉଦ୍ୟମ ଚାଲିଛି ।

ବୈଦେଶିକ ମନ୍ତ୍ରଣାଳୟର ପ୍ରବକ୍ତା ରଣଧୀର ଜାୟସଓ୍ୱାଲ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୁଲାଇରେ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସାମ୍ନାରେ ଏହି ପ୍ରସଙ୍ଗ ଉଠାଇଥିଲେ । ଏହାପରେ ବର୍ତ୍ତମାନ ୪୫ ଜଣ ଭାରତୀୟଙ୍କ ମଧ୍ୟରୁ ୩୫ ଜଣଙ୍କୁ ମୁକ୍ତ କରାଯାଇଛି ।

ପିଏମ୍‌ ମୋଦି ଜୁଲାଇରେ ନିଜର ରୁଷ୍‌ ଯାତ୍ରା ସମୟରେ ମସ୍କୋରେ ରାଷ୍ଟ୍ରପତି ପୁଟିନଙ୍କ ସହ କଥା ହୋଇଥିଲେ । ଏହି ବାର୍ତ୍ତାଳାପ ବେଳେ ପ୍ରଧାନମନ୍ତ୍ରୀ ମୋଦି ରୁଷ୍‌ ସେନାରେ କାର୍ଯ୍ୟରତ ଭାରତୀୟ ନାଗରିକଙ୍କୁ ଶୀଘ୍ର କାର୍ଯ୍ୟମୁକ୍ତ କରିବା ପ୍ରସଙ୍ଗକୁ ଦୃଢ଼ ଭାବରେ ଉଠାଇଥିଲେ । ଏହାପରେ ରାଷ୍ଟ୍ରପତି ପୁଟିନ ତାଙ୍କ ସେନା ଅଧିକାରୀମାନଙ୍କୁ ଏହି କାର୍ଯ୍ୟକୁ ଶୀଘ୍ର ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

କିଛି ଠକ ପ୍ରତାରଣା କରି ରୁଷ୍‌ରେ ଭଲ ଚାକିରିର ଲୋଭ ଦେଖାଇ ଭାରତୀୟ ଯୁବକମାନଙ୍କୁ ନେଇଯାଇଥିଲେ । ଏହାପରେ ସେମାନଙ୍କୁ ରୁଷ୍‌ ସେନାରେ ନିଯୁକ୍ତି ଦିଆଯାଇଥିଲା । ସେଠାରେ ସେମାନେ ୟୁକ୍ରେନ ସହ ଯୁଦ୍ଧ ଲଢୁଥିଲେ । ଅନେକ ଭାରତୀୟ ଯୁବକ ଭିଡିଓ ସେୟାର କରି ନିଜର ଯନ୍ତ୍ରଣା ପ୍ରକାଶ କରିବା ପରେ ଏହି ପ୍ରସଙ୍ଗ ଭାରତ ସରକାରଙ୍କ ନିକଟରେ ପହଞ୍ଚିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like