ଚୀନ୍ରେ ଶକ୍ତିଶାଳୀ ଭୂମିକମ୍ପ,ମୃତ୍ୟୁ ସଂଖ୍ୟା ୪୬କୁ ବୃଦ୍ଧି

ବେଜିଂ : ଚୀନ୍ ରେ ହୋଇଥିବା ଶକ୍ତିଶାଳୀ ଭୂମିକମ୍ପ ନାହିଁ ନଥିବା କ୍ଷତି ଘଟାଇଛି । ମୃତ୍ୟୁ ସଂଖ୍ୟା ଏପର୍ଯ୍ୟନ୍ତ ୪୬କୁ ବୃଦ୍ଧି ପାଇଛି । ଏଯାଏ ୧୬ ଜଣ ନିଖୋଜ ଥିବା ସୂଚନା ମଳିଛି । ଅନେକ ସ୍ଥାନରେ ଘରଦ୍ୱାର ଭାଙ୍ଗି ଯାଇଛି । ବିଦ୍ୟୁତ ସରବରାହ ବିଛିନ୍ନ ହୋଇ ଯାଇଛି । ପଶ୍ଚିମ ଚୀନ୍ର ସିଚୁଆନ୍ ପ୍ରଦେଶର ଭୂକମ୍ପ ଝଟ୍କା ଲାଗିଥିଲା ।

ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ଥିଲା ୬.୮ । ଭୂମିକମ୍ପର କିଛି ସମୟ ପରେ ପୁଣି ଝଟ୍କା ଅନୁଭୁତ ହୋଇଥିଲା। ଏହାର ତୀବ୍ରତା ଥିଲା ୪.୨ । ଭୂକମ୍ପକର କେନ୍ଦ୍ରସ୍ଥଳ ସିଚୁଆନର ରାଜଧାନୀ ଚେଙ୍ଗଡୁଠାରୁ ୧୮୦ କିଲୋମିଟର ଦୂରରେ ଚିହ୍ନଟ ହୋଇଛି। ୨୦୧୩ରେ ଚୀନର ୟାନରେ ଏଭଳି ଶକ୍ତିଶାଳୀ ଭୂମିକମ୍ପ ଅନୁଭୁତ ହୋଇଥିଲା। ଏଥିରେ ୧୦୦ଜଣଙ୍କ ମୃତ୍ୟୁ ଘଟିବା ସହ ହଜାର ହଜାର ଲୋକ ଆହତ ହୋଇଥିଲେ।

Leave A Reply

Your email address will not be published.