ପାକିସ୍ତାନୀ ସେନା ଉପରେ ଆତ୍ମଘାତୀ ଆକ୍ରମଣ, ୪୭ ସୁରକ୍ଷାକର୍ମୀ ନିହତ, ୩୦ ଆହତ
ପାକିସ୍ତାନ ସେନା ଗାଡ଼ି ଉପରେ ଆତ୍ମଘାତୀ ହମଲା । ବିସ୍ଫୋରଣରେ ୪୭ ସୁରକ୍ଷାକର୍ମୀ ନିହତ ହୋଇଛନ୍ତି । ୩୦ରୁ ଅଧିକ ଆହତ ହୋଇଛନ୍ତି । ଆତ୍ମଘାତୀ ହମଲା କରିଥିବା ଦାବି କରିଛି ବେଲୁଚିସ୍ତାନ ଲିବରେସନ୍ ଆର୍ମି । ବେଲୁଚିସ୍ତାନର ତୁର୍ବତ୍ତ ନିକଟରେ ଏହି ବିସ୍ଫୋରଣ ହୋଇଛି । ଆକ୍ରମଣ ଗତକାଲି ସନ୍ଧ୍ୟା ୫.୪୫ ମିନିଟରେ ବେହମାନ ଅଞ୍ଚଳରେ ହୋଇଛି । ଏହା ତୁର୍ବତ୍ତ ସହର ଠାରୁ ପ୍ରାୟ ୮ କିମି ଦୂର । ଆତଙ୍କବାଦୀ ୧୩ଟି ଗାଡି ଉପରେ ଆକ୍ରମଣ କରିଥିଲେ । ଏଥିରେ ୫ଟି ବସ୍ ଏବଂ ୭ଟି ସୈନ୍ୟ ଗାଡି ଥିଲା ।
BLAର ଆତ୍ମଘାତୀ ୟୁନିଟ୍ ମଜିଦ ବ୍ରିଗେଡ୍ ପାକିସ୍ତାନ ସେନାର କନଭଏ ଉପରେ ଆତ୍ମଘାତୀ ବିସ୍ଫୋରଣ କରିଥିବା ଦାବି କରିଛି । ତୁର୍ବତ୍ତ ସହରରୁ ୮ କିମି ଭିତରକୁ ବେହମାନ୍ ଅଞ୍ଚଳରେ ଏହି ଘଟଣା ଘଟିଛି । କରାଚି ଅଭିମୁଖେ ଯାଉଥିବା ପାକିସ୍ତାନ ସେନାର ୧୩ଟି ଗାଡ଼ିକୁ ଟାର୍ଗେଟ କରାଯାଇଥିଲା । ବେଲୁଚିସ୍ତାନ ଲିବରେସନ୍ ଆର୍ମି ଦାବି କରିଛି ଗୋଟିଏ ବସ୍ ସମ୍ପୂର୍ଣ୍ଣ ଧ୍ୱଂସ ହୋଇଛି ।
BLA କହିଛି କି, ପାକିସ୍ତାନ ସେନା କନଭଲରେ ଏମଆଇ ୩୦୯, ଏଫସି ଏସଆଇୟୁ, ଏଫସି ୧୧୭ ୱିଙ୍ଗ, ଏଫସି ୩୨୬ ୱିଙ୍ଗ, ଏଫସି ୮୧ ୱିଙ୍ଗର ଯବାନ ଏବଂ ସେବାନିବୃତ୍ତ ସେନା ଅଧିନାୟକ ଜୋହେବ ମୋହସିନ ସାମିଲ ଥିଲେ । ଏହି ଆକ୍ରମଣରେ ଗୋଟିଏ ବସ୍ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି । ବିସ୍ଫୋରଣରେ ଏକ ଗାଡି ମଧ୍ୟ ସଂପୂର୍ଣ୍ଣ ଧ୍ବଂସ ହୋଇଛି ।
୨୦୨୧ରେ ଆଫଗାନିସ୍ତାନରେ ତାଲିବାନ କ୍ଷମତାକୁ ଫେରିବା ପରଠାରୁ ପାକିସ୍ତାନ ତାର ପଶ୍ଚିମ ସୀମାନ୍ତ ଅଞ୍ଚଳରେ ପୁଣି ଥରେ ଆତଙ୍କବାଦୀ ହିଂସା ବୃଦ୍ଧି ପାଇବାରେ ଲାଗିଛି ।
🇵🇰⚡- A convoy belonging to Pakistani security forces was attacked in Turbat, Balochistan, southwest Pakistan. 6 killed and 35+ injured. pic.twitter.com/nYA1KUesDn
— Military Observer (@MilitaryObs2222) January 4, 2025
ସୂଚନାଯୋଗ୍ୟ, ୨୦୧୯, ୧୪ ଫେବ୍ରୁଆରୀରେ ହଠାତ୍ ଦ୍ୱିପ୍ରହର ୩.୩୦ ରେ ଜମ୍ମୁ-ଶ୍ରୀନଗର ରାଷ୍ଟ୍ରୀୟ ରାଜମାର୍ଗ ଦେଇ ୨୫୦୦ ଯବାନଙ୍କୁ ନେଇ ୭୮ ଟି ବସ୍ ଉପରେ ଆକ୍ରମଣ ହୋଇଥିଲା । ସିଆରପିଏଫ୍ ଯବାନଙ୍କ ଗାଡି ପୁଲୱାମା ପହଁଚିବା ପୂର୍ବରୁ ରାସ୍ତାର ଆରପଟରୁ ଆସୁଥିବା ଗୋଟିଏ କାର୍ ଗାଡିକୁ ଧକ୍କା ଦେଇଥିଲା । କେହି କିଛି ବୁଝିବା ପୂର୍ବରୁ ଏତେ ଜୋର୍ ରେ ବିସ୍ଫୋରକ ହୋଇଥିଲା ଯେ ଏଥିରେ ସାରା ଦେଶର ଛାତି ଥରି ଉଠିଲା । ୪୦ ଜଣ ବୀର ପୁତ୍ରଙ୍କୁ ହରାଇଥିଲା ଭାରତ । ଆତଙ୍କବାଦୀ ଆଦିଲ୍ ଅହମ୍ମଦର ଆତ୍ମଘାତୀ ବିସ୍ଫୋରଣରେ ଘଟଣାସ୍ଥଳରେ ହିଁ ଟଳିପଡିଲେ ସିଆରପିଏଫର ଅନେକ ଯବାନ ।