ଦିଲ୍ଲୀରେ ବ୍ୟାପିଲା ଡେଙ୍ଗୁ, ସପ୍ତାହ ମଧ୍ୟରେ ୪୭୨ ମାମଲା

ରାଜଧାନୀ ଦିଲ୍ଲୀରେ ଡେଙ୍ଗୁ ମାମଲା ବଢ଼ିବାରେ ଲାଗିଛି । ଗତ ୧ ସପ୍ତାହ ମଧ୍ୟରେ ଡେଙ୍ଗୁର ୪୭୨ଟି ମାମଲା ସାମ୍ନାକୁ ଆସିଛି । ଚଳିତ ବର୍ଷ ଡେଙ୍ଗୁରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ ୪୫୩୩ଟି ମାମଲା ରେକର୍ଡ କରାଯାଇଛି । ଦିଲ୍ଲୀ ନଗର ନିଗମ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ମଶା କାମୁଡ଼ିବା ଦ୍ୱାରା ଡେଙ୍ଗୁ ଜ୍ଵର ବ୍ୟାପିଥାଏ । ଏଥିରେ ଆକ୍ରାନ୍ତ ହେଲେ ଶରୀରରୁ ପ୍ଲେଟଲେଟସ ଦ୍ରୁତ ଗତିରେ କମିଯାଇଥାଏ । ରୋଗୀର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରେ ଲାଗିଥାଏ, ଯାହା ଫଳରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଇବାକୁ ପଡ଼ିଥାଏ । ଗମ୍ଭୀର ସ୍ଥିତିରେ ରୋଗୀ ମୃତ୍ୟୁମୁଖରେ ମଧ୍ୟ ପଡ଼ିଥାଏ ।

ଡାକ୍ତରଙ୍କ ଅନୁସାରେ, ଡେଙ୍ଗୁ ରୋଗୀକୁ ଭିଟାମିନ ସି ଥିବା ଫଳମୂଳ ପ୍ରଚୁର ମାତ୍ରାରେ ଦେବା ଉଚିତ୍ । ଏହି ସମୟରେ ରୋଗୀ କିୱି, ନାସପାତି ଏବଂ ଅନ୍ୟାନ୍ୟ ଭିଟାମିନ ସି ଥିବା ଫଳ ଖାଇବା ଦରକାର । ଏହାସହିତ ଅଧିକରୁ ଅଧିକ ଲିକ୍ୱିଡ୍ ଡାଏଟ୍ ମଧ୍ୟ ଗ୍ରହଣ କରିବା ଦରକାର । ରୋଗୀକୁ ନଡ଼ିଆ ପାଣି ପ୍ରଚୁର ମାତ୍ରାରେ ଦେବା ଉଚିତ ।

ଡେଙ୍ଗୁ ହେଲେ ପ୍ରବଳ ଜ୍ଵର ହେବା ସହିତ ପ୍ଲେଟଲେଟସ କମିଯାଇଥାଏ । ମୁଣ୍ଡ ବିନ୍ଧା, ଶରୀର ଯନ୍ତ୍ରଣା, ଡାଇରିଆ, ବାନ୍ତି ହେବା ଆଦି ଡେଙ୍ଗୁର ଲକ୍ଷଣ ।

You might also like