୪୮ ଦିନରେ ରୁଷ-ୟୁକ୍ରେନ୍‌ ଲଢ଼େଇ: ଜୋରଜାର ହମଲା ପାଇଁ ରୁଷ ସେନା ପ୍ରସ୍ତୁତ, ଡୋନ୍‌ବାସ୍‌କୁ ପଠାଇବ ୩ ଗୁଣା ସୈନ୍ୟ 

କେନ୍ୟୁଜ୍(ବ୍ୟୁରୋ):ଲମ୍ବୁଛି ଯୁଦ୍ଧ । ୪୮ ଦିନରେ ଲଢ଼େଇ । ପ୍ରଚଣ୍ଡ ହେଉଛି ଆକ୍ରମଣ ପ୍ରତିଆକ୍ରମଣ । ଏବେ ରୁଷ ସେନା ୟୁକ୍ରେନର ପୂବାଞ୍ଚଳ ଉପରେ ଜୋରଜାର ହମଲା ପାଇଁ ପ୍ରସ୍ତୁତ ଚଳାଇଛି । ଏଥିପାଇଁ ଡୋନବାସକୁ ୩ ଗୁଣା ସୈନ୍ୟ ପଠାଇବ ରୁଷ । ୟୁକ୍ରେନ ରାଜଧାନୀ କିଭ ଓ ଉତ୍ତରରେ ଥିବା ସହରକୁ କବଜା ପାଇଁ ରୁଷ ସେନା ଟାର୍ଗେଟ ରଖିଥିଲା ।

ଅନେକ ଦିନ ଧରି ଯୁଦ୍ଧ ଲାଗିରହିବା ପରେ ବି କିଭ ଦଖଳ ସ୍ୱପ୍ନ ରହିଛି । ଏବେ ରୁଷ ସବୁ ସହରରୁ ସେନା ଅପସରଣ କରି ପୂର୍ବମୁହାଁ ହୋଇଛି । ବିଶେଷକରି ଡୋନବାସ ଉପରେ ସାଂଘାତିକ ଆକ୍ରମଣ ଲାଗି ରଣନୀତି ପ୍ରସ୍ତୁତ କରୁଛି । ଏଠାରେ ରୁଷର ସମର୍ଥିତ ବିଚ୍ଛିନ୍ନତାବାଦୀ ଆଗକୁ ରହିଛନ୍ତି । ଏବେ ଏଠାରୁ ୨ କିମ୍ବା ୩ ଗୁଣା ଅଧିକ ସୈନ୍ୟ ପଠାଇବା ପାଇଁ ଯୋଜନା ରହିଛି । ଏପଟେ ଆଗକୁ ଘାତକ ଅସ୍ତ୍ରଶସ୍ତ୍ର ବ୍ୟବହାର କରିପାରେ ରୁଷ୍‌ ସେନା । ଡୋନେସ୍କରେ ଫସଫରସ୍‌ ଅସ୍ତ୍ର ବ୍ୟବହାର କରିବା ନେଇ ଆଶଂକା ପ୍ରକାଶ କରିଛି ବ୍ରିଟିଶ ପ୍ରତିରକ୍ଷା ମନ୍ତ୍ରାଳୟ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.