ଲାଣ୍ଡଫଲ୍‌ କଲା ସୁପର ଟାଇଫୁନ୍‌: ପ୍ରଭାବରେ ଦକ୍ଷିଣ କୋରିଆରେ ପ୍ରବଳ ବର୍ଷା ପବନ

କେନ୍ୟୁଜ୍(ବ୍ୟୁରୋ):ଲାଣ୍ଡଫଲ କଲା ସୁପର ଟାଫୁନ୍‌ ହିନ୍ନାମନୋର । ଦକ୍ଷିଣ କୋରିଆର ଦକ୍ଷିଣରେ ସ୍ଥଳଭାଗ ଛୁଇଁଛି ପ୍ରଳୟଙ୍କରୀ ସାମୁଦ୍ରିକ ଝଡ଼ । ଏହାର ପ୍ରଭାବରେ ଦକ୍ଷିଣ କୋରିଆରେ ପ୍ରବଳ ବର୍ଷା ପବନ ଜାରି ରହିଛି । କୋରିଆର ଆଣବିକ ପାଓ୍ଵାର ପ୍ଲାଣ୍ଟ ପ୍ରତି ବଢ଼ିଛି ସୁପର ଟାଇଫୁନ୍‌ ହିନ୍ନାମନୋର ବିପଦ । ସୁପର ଟାଇଫୁନ୍‌ ଟ୍ରାକରେ ଏହି ଆଣବିକ ପାଓ୍ଵାର ପ୍ଲାଣ୍ଟ ରହିଛି । ସ୍ଥଳଭାଗ ଅତିକ୍ରମ ବେଳକୁ ହିନ୍ନାମନୋରର ଘଣ୍ଟାପ୍ରତି ବେଗ ଥିଲା ୧୨୭ ମାଇଲ୍ସ ।

ଅର୍ଥାତ ଘଣ୍ଟାପ୍ରତି ୨୦୪ କିଲୋମିଟର ବେଗରେ ବହୁଥିଲା ପବନ । ସ୍ଥଳବିଶେଷରେ ଏହାର ବେଗ ବଢ଼ି ୨୪୯ କିଲୋମିଟର ଛୁଇଁଥିଲା । ଏହି ଶକ୍ତିଶାଳୀ ସାମୁଦ୍ରିକ ଝଡ଼ ପ୍ରଭାବରେ ସମୁଦ୍ରରେ ଉଠିଛି ବଡ଼ ବଡ଼ ଜୁଆର । ସ୍ଥଳଭାଗକୁ ମାଡ଼ି ଆସିଛି ସମୁଦ୍ର ପାଣି । ସେହିପରି ପ୍ରବଳ ବେଗରେ ବର୍ଷା ଓ ପବନ ସାଙ୍ଗରେ ଆଣିଛି ସୁପର ଟାଇଫୁନ୍‌ । ଫଳରେ ବହୁ ଗଛ ଓ ଘରଦ୍ୱାର ଭାଙ୍ଗଛି । ବଡ଼ ବଡ଼ ଟାଓ୍ଵାର ଭାଙ୍ଗି ଯାଇଛି । ବ୍ୟାପକ କ୍ଷୟକ୍ଷତି ଘଟାଇଛି ହିନ୍ନାମନୋର । ଭିତ୍ତିଭୂମି ଛାରଖାର ହୋଇଛି । ଅନ୍ଧାରରେ ଅଛି ଦକ୍ଷିଣ କୋରିଆର ୨୦ ହଜାରରୁ ଅଧିକ ଘର । ଦକ୍ଷିଣ କୋରିଆ ଇତିହାସରେ ସବୁଠୁ ବଡ ଟାଇଫୁନ୍‌ ଦେଶକୁ ହିଟ୍‌ କରିଛି । ଦକ୍ଷିଣ କୋରିଆରେ ୧୯୫୯ରେ ଟାଇଫୁନ୍‌ ସରାହ ଓ ୨୦୦୩ରେ ଟାଉଇପୁନ୍‌ ମାଇମୀ ହିଟ୍‌ କରିଥିଲା ।

ଲାଣ୍ଡଫଲ୍‌ କଲା ସୁପର ଟାଇଫୁନ୍‌
ସ୍ଥଳଭାଗ ଛୁଇଁଲା ପ୍ରଳୟଙ୍କରୀ ସୁପର ଟାଇଫୁନ୍‌ ହିନ୍ନାମନୋର

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.