ଜମ୍ମୁ-କାଶ୍ମୀର: କୂଅ ଭିତରୁ ମିଳିଲା ୪୯ଟି ଜୀବନ୍ତ ଗୁଳି, ପାକିସ୍ତାନ ସୀମାବର୍ତ୍ତୀ ଗାଁରେ କୋକୁଆ ଭୟ

ଜମ୍ମୁ-କାଶ୍ମୀରର ସାମ୍ବାରେ ମଙ୍ଗଳବାର ସନ୍ଧ୍ୟାରେ ଏକ କୂଅ ଭିତରୁ ମିଳିଛି ୪୯ଟି ଜୀବନ୍ତ ଗୁଳି । ଏହି ଅଞ୍ଚଳ ଭାରତ-ପାକିସ୍ତାନ ସୀମା ସଂଲଗ୍ନ ହୋଇଥିବାରୁ ଲୋକମାନେ ଭୟଭୀତ ହୋଇପଡ଼ିଛନ୍ତି । ଏତେ ସଂଖ୍ୟକ ଗୁଳି ମିଳିବାକୁ ନେଇ ଏଠାରେ ହଇଚଇ ସୃଷ୍ଟି ହୋଇଛି । କୂଅ ସଫେଇ ବେଳେ ଏହି ସମସ୍ତ ଗୁଳିକୁ ଉଦ୍ଧାର କରାଯାଇଛି । ଲୋକମାନେ ଯେତେବେଳ କୂଅ ଭିତରୁ ଗୁଳି ପାଇଥିଲେ, ସଙ୍ଗେ ସଙ୍ଗେ ପୋଲିସକୁ ସୂଚନା ଦେଇଥିଲେ ।
ଜମ୍ମୁ-କାଶ୍ମୀରର ବିଭିନ୍ନ ଅଞ୍ଚଳରେ ନିକଟରେ ହୋଇଥିବା ଆତଙ୍କବାଦୀ ଘଟଣା ପରେ ବର୍ତ୍ତମାନ ଗୁଳିଗୁଡ଼ିକ ଉଦ୍ଧାର ହୋଇଛି । ଏହି ସମସ୍ତ ଗୁଳି ରାଇଫଲ୍ର ବୋଲି କୁହାଯାଉଛି । ଖବର ମୁତାବକ, ସାମ୍ବା ସୀମାବର୍ତ୍ତୀ ଗଲାଡ ଗାଁର କିଛି ଲୋକ କୂଅ ସଫା କରିବାକୁ ଯାଇଥିଲେ । ଏହି ସମୟରେ ସେମାନେ ୪୯ଟି ଗୁଳି କୂଅ ଭିତରୁ ପାଇଥିଲେ ।
ଭାରତ-ପାକିସ୍ତାନ ସୀମା ନିକଟରେ ଗଲାଡ ଅବସ୍ଥିତ, ତେଣୁ ଘଟଣାର ସମ୍ବେଦନଶୀଳତାକୁ ଦେଖି ସ୍ଥାନୀୟ ଲୋକମାନେ ପୋଲିସକୁ ସୂଚନା ଦେଇଥିଲେ । ଖବର ପାଇ ଜମ୍ମୁ-କାଶ୍ମୀର ପୋଲିସ ଏବଂ ବିଏସ୍ଏଫ୍ ପହଞ୍ଚି ଗୁଳିଗୁଡ଼ିକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ଗୁଳିଗୁଡ଼ିକ ୩୦୩ ରାଇଫଲ୍ର ବୋଲି କୁହାଯାଉଛି ।