ଦେଶ ବିଦେଶ

ଭୂମିକମ୍ପରେ ଥରିଲା ଜାପାନ, ୧୦ ମିନିଟ୍‌ ବ୍ୟବଧାନରେ ୨ଟି ଝଟ୍‌କା

ଜାପାନ ମଧ୍ୟ ଭାଗରେ ସୋମବାର ୫.୯ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି । ସକାଳ ୬ଟା ୩୧ (ଭାରତୀୟ ସମୟ ଭୋର୍‌ ୩ଟା ୧)ରେ ଆସିଥିବା ଏହି ଭୂମିକମ୍ପ ସମଗ୍ର ଅଞ୍ଚଳକୁ ଥରାଇ ଦେଇଛି । ଏହାର କେନ୍ଦ୍ରସ୍ଥଳ ନୋତୋ ଉପଦ୍ୱୀପ ଥିଲା । ଜାପାନ ପାଣିପାଗ ବିଭାଗ (ଜେଏମ୍‌ଏ) ମୁତାବକ, ଏହି ଭୂମିକମ୍ପ ଯୋଗୁ କୌଣସି ସୁନାମି ଚେତାବନୀ ଦିଆଯାଇ ନାହିଁ ।

କହି ରଖୁଛୁ, ଗତ ଜାନୁୟାରୀରେ ମଧ୍ୟ ନୋତୋ ଉପଦ୍ୱୀପରେ ଏକ ଭୟଙ୍କର ଭୂମିକମ୍ପ ଆସିଥିଲା । ଏଥିରେ ୨୩୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ । ଏହି ଭୂମିକମ୍ପ ପରଠାରୁ ଅଞ୍ଚଳରେ ଛୋଟ ଛୋଟ ଝଟ୍‌କା ଅନୁଭୂତ ହୋଇଛି । ସ୍ଥାନୀୟ ଅଧିକାରୀଙ୍କ ଅନୁସାରେ, ବର୍ତ୍ତମାନ ସୁଦ୍ଧା କୌଣସି କ୍ଷୟକ୍ଷତିର ଖବର ନାହିଁ । ତଥାପି ସେମାନେ ତଥ୍ୟ ସଂଗ୍ରହ କରୁଛନ୍ତି ।

ସୂଚନା ମୁତାବକ, ପ୍ରଥମ ଭୂମିକମ୍ପର ପାଖାପାଖି ୧୦ ମିନିଟ୍ ପରେ ଅଞ୍ଚଳରେ ୪.୮ ତୀବ୍ରତାର ଆଉ ଏକ ଭୂମିକମ୍ପ ଆସିଥିଲା ।

ଜାପାନ ପ୍ରଶାନ୍ତ ମହାସାଗରର ‘ରିଙ୍ଗ୍‌ ଅଫ୍ ଫାୟାର’ କୂଳରେ ଅବସ୍ଥିତ । ଏଠାରେ ଚାରୋଟି ବଡ଼ ଟେକ୍ଟୋନିକ୍ ପ୍ଲେଟ୍ ପରସ୍ପର ସହ ଧକ୍କା ହୁଅନ୍ତୁ । ଏହି କାରଣରୁ ଜାପାନ ହେଉଛି ବିଶ୍ୱର ସବୁଠାରୁ ଅଧିକ ଭୂମିକମ୍ପ ପ୍ରଭାବିତ ଦେଶ । ଏଠାରେ ପ୍ରତିବର୍ଷ ପାଖାପାଖି ୧୫୦୦ ଭୂମିକମ୍ପ ଆସିଥାଏ ।

ଆପଣଙ୍କ ଅଞ୍ଚଳରେ ଭୂମିକମ୍ପ ଆସିଲେ କ’ଣ କରିବେ ଏବଂ କ’ଣ କରିବେ ନାହିଁ ?

-ଯଦି ଆପଣ କୋଠା ଘର ଭିତରେ ଅଛନ୍ତି, ତେବେ ଚଟାଣରେ ବସି ଯାଆନ୍ତୁ କିମ୍ବା କୌଣସି ଶକ୍ତିଶାଳୀ ଆସବାବପତ୍ର ତଳକୁ ଚାଲି ଯାଆନ୍ତୁ । ଯଦି କୌଣସି ଟେବୁଲ୍ କିମ୍ବା ଏହିପରି ଆସବାବପତ୍ର ନାହିଁ, ତା’ ହେଲେ ନିଜ ମୁହଁ ଓ ମୁଣ୍ଡକୁ ହାତରେ ଢାଙ୍କି ନିଅନ୍ତୁ ଏବଂ ରୁମ୍‌ର ଏକ କୋଣରେ ବସି ଯାଆନ୍ତୁ ।

-ଯଦି ଆପଣ ବିଲ୍ଡିଂ ବାହାରେ ଅଛନ୍ତି, ତେବେ ବିଲ୍ଡିଂ, ଗଛ, ପୋଲ ଏବଂ ବୈଦ୍ୟୁତିକ ତାରଠାରୁ ଦୂରରେ ରୁହନ୍ତୁ ।

-ସବୁବେଳେ ଆପଣଙ୍କ ଘରେ ବିପର୍ଯ୍ୟୟ ପ୍ରଶମନ କିଟ୍ ପ୍ରସ୍ତୁତ ରଖନ୍ତୁ ।

Roshni

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

7 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

9 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

9 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

9 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

10 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

10 hours ago