ଦେଶରେ ପୁଣି ଡରାଇଲାଣି କରୋନା; ୨୪ ଘଣ୍ଟାରେ ୫ ଜଣଙ୍କ ମୃତ୍ୟୁ, ୩୩୫ ନୂଆ ରୋଗୀ ଚିହ୍ନଟ

ଭାରତରେ ପୁଣି କରୋନା ମାମଲା ବଢ଼ିବାରେ ଲାଗିଛି। ଏ ପର୍ଯ୍ୟନ୍ତ କରୋନା ସଂକ୍ରମଣରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସେଥି ମଧ୍ୟରୁ ୪ ଜଣ କେରଳର ଏବଂ ଜଣେ ଉତ୍ତର ପ୍ରଦେଶର ବାସିନ୍ଦା ବୋଲି ଜଣାପଡ଼ିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ମୁତାବକ, ରବିବାର ୩୩୫ ନୂଆ କୋଭିଡ୍‌ ରୋଗୀ ଚିହ୍ନଟ ହୋଇଛନ୍ତି। ଏହା ସହିତ ଆକ୍ଟିଭ୍‌ ମାମଲା ବଢ଼ି ୧,୭୦୧ ହୋଇଛି।

ଭାରତରେ ପୁଣି କରୋନା ମାମଲା ବଢ଼ିବାରେ ଲାଗିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ମୁତାବକ, ରବିବାର ୩୩୫ ନୂଆ କୋଭିଡ୍‌ ରୋଗୀ ଚିହ୍ନଟ ହୋଇଛନ୍ତି। ଏହା ସହିତ ଆକ୍ଟିଭ୍‌ ମାମଲା ବଢ଼ି ୧,୭୦୧ ହୋଇଛି। ଏ ପର୍ଯ୍ୟନ୍ତ କରୋନା ସଂକ୍ରମଣରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସେଥି ମଧ୍ୟରୁ ୪ ଜଣ କେରଳର ଏବଂ ଜଣେ ଉତ୍ତର ପ୍ରଦେଶର ବାସିନ୍ଦା ବୋଲି ଜଣାପଡ଼ିଛି।

କେରଳରୁ କରୋନାର ନୂଆ ସବ୍‌-ଭ୍ୟାରିଏଣ୍ଟ୍‌ ଜେଏନ୍‌.୧ର ମାମଲା ମଧ୍ୟ ସାମ୍ନାକୁ ଆସିଛି। ଦେଶରେ ବର୍ତ୍ତମାନ ସୁଦ୍ଧା କରୋନାର ୪ କୋଟି ୫୦ ଲକ୍ଷ ୪ ହଜାର ୮୧୬ ମାମଲା ସାମ୍ନାକୁ ଆସି ସାରିଛି। ଏପଟେ ଗତ ୨୪ ଘଣ୍ଟାରେ ୫ ଜଣଙ୍କ ମୃତ୍ୟୁ ପରେ ମୃତକଙ୍କ ସଂଖ୍ୟା ବଢ଼ି ୫ ଲକ୍ଷ ୩୩ ହଜାର ୩୧୬ ହୋଇଛି। ସେହିପରି ସଂକ୍ରମଣରୁ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ୪ କୋଟି ୪୪ ଲକ୍ଷ ୬୯ ହଜାର ୭୯୯ ରହିଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ୱେବସାଇଟ୍‌ ମୁତାବକ, ଦେଶରେ ସୁସ୍ଥହାର ୯୮.୮୧ ପ୍ରତିଶତ ଥିବାବେଳେ ମୃତ୍ୟୁହାର ରହିଛି ୧.୧୯ ପ୍ରତିଶତ। ଏ ପର୍ଯ୍ୟନ୍ତ କୋଭିଡ୍‌-୧୯ ଭ୍ୟାକ୍ସିନ୍‌ର ୨୨୦.୬୭ କୋଟି ଡୋଜ୍‌ ଦିଆଯାଇ ସାରିଛି। ତେବେ ବର୍ତ୍ତମାନ ପୁଣିଥରେ କରୋନା ମାମଲା ବୃଦ୍ଧି ପାଉଥିବାରୁ ଲୋକଙ୍କ ମନରେ ଭୟ ପଶିଛି।

ଗତ ୮ ତାରିଖରେ କେରଳରେ କୋଭିଡ୍‌-୧୯ର ସବ୍‌-ଭ୍ୟାରିଏଣ୍ଟ ଜେଏନ୍‌.୧ର ଏକ ମାମଲା ସାମ୍ନାକୁ ଆସିଥିଲା। ସ୍ୱାସ୍ଥ୍ୟ ଅଧିକାରୀଙ୍କ ମୁତାବକ, ଏଠାରେ ୭୯ ବର୍ଷୀୟା ମହିଳାଙ୍କର ଗତ ନଭେମ୍ବର ୧୮ରେ ଆର୍‌ଟି-ପିସିଆର୍‌ ଟେଷ୍ଟ୍‍ ରିପୋର୍ଟ ଆସିଥିଲା, ଯେଉଁଥିରେ ଇନ୍‌ଫ୍ଲୁଏଞ୍ଜା ଭଳି ରୋଗର ହାଲୁକା ଲକ୍ଷଣ ଦେଖାଯାଇଥିଲା। ମହିଳା ଜଣକ କୋଭିଡ୍‌-୧୯ରୁ ସୁସ୍ଥ ହୋଇଥିଲେ। ଏହା ପୂର୍ବରୁ ସିଙ୍ଗାପୁରରୁ ଫେରିଥିବା ତାମିଲନାଡ଼ୁର ଜଣେ ବ୍ୟକ୍ତିଙ୍କଠାରେ ମଧ୍ୟ ଜେଏନ୍‌.୧ ଚିହ୍ନଟ ହୋଇଥିଲା।

You might also like