ପିଲା ଜନ୍ମ ହେଲା କିନ୍ତୁ ମୁଣ୍ଡରେ ଖପୁରୀ ନଥିଲା, ଅପରେସନ୍‌ କରି ଶିଶୁକୁ ବଞ୍ଚାଇଲେ ଡାକ୍ତର

ମସ୍ତିସ୍କର ସ୍କଲ ବା ଖପୁରୀ ପୁରଣ ନ ହୋଇ ବାହାରକୁ ମସ୍ତିସ୍କ ଦେଖାଯାଉଥିବା ଜଣେ ଜନ୍ମିତ ଶିଶୁର ଅସ୍ତ୍ରୋପଚାର କରି ତାକୁ ବଂଚାଇ ପାରିଛନ୍ତି ମୁମ୍ବାଇର ଏକ ଡାକ୍ତରୀ ଦଳ । ଏହି ଶିଶୁର ମସ୍ତିସ୍କର ମଝି ଭାଗରେ ଖପୁରୀ ତିଆରି ନହୋଇ ଖାଲି ଥିବା ବେଳେ ମସ୍ତିସ୍କ ବାହାରକୁ ଦେଖା ଯାଉଥିଲା । ଯଦି ଶିଶୁଟିର ଖୁବ ଶୀଘ୍ର ଅସ୍ତ୍ରୋପଚାର କରା ନଯାଇ ଖପୁରୀ ପୁରଣ କରାଯାଇ ନଥାନ୍ତା ତେବେ ଶିଶୁଟି ସାଂଘାତିକ ସଂକ୍ରମଣର ଶିକାର ହୋଇଥାନ୍ତା । ତା’ର ଜୀବନ ଯିବାର ଆଶଙ୍କା ରହିଥିଲା । ଏପରି ଦୁର୍ଲଭ ଅସ୍ତ୍ରୋପଚାର ବହୁତ କମ ଦେଖାଯାଇଥାଏ ।

ମୁମ୍ବାଇ : ମସ୍ତିସ୍କର ସ୍କଲ ବା ଖପୁରୀ ପୁରଣ ନ ହୋଇ ବାହାରକୁ ମସ୍ତିସ୍କ ଦେଖାଯାଉଥିବା ଜଣେ ଜନ୍ମିତ ଶିଶୁର ଅସ୍ତ୍ରୋପଚାର କରି ତାକୁ ବଂଚାଇ ପାରିଛନ୍ତି ମୁମ୍ବାଇର ଏକ ଡାକ୍ତରୀ ଦଳ । ଏହି ଶିଶୁର ମସ୍ତିସ୍କର ମଝି ଭାଗରେ ଖପୁରୀ ତିଆରି ନହୋଇ ଖାଲି ଥିବା ବେଳେ ମସ୍ତିସ୍କ ବାହାରକୁ ଦେଖା ଯାଉଥିଲା । ଯଦି ଶିଶୁଟିର ଖୁବ ଶୀଘ୍ର ଅସ୍ତ୍ରୋପଚାର କରା ନଯାଇ ଖପୁରୀ ପୁରଣ କରାଯାଇ ନଥାନ୍ତା ତେବେ ଶିଶୁଟି ସାଂଘାତିକ ସଂକ୍ରମଣର ଶିକାର ହୋଇଥାନ୍ତା । ତା’ର ଜୀବନ ଯିବାର ଆଶଙ୍କା ରହିଥିଲା । ଏପରି ଦୁର୍ଲଭ ଅସ୍ତ୍ରୋପଚାର ବହୁତ କମ ଦେଖାଯାଇଥାଏ ।

ମୁମ୍ବାଇ ବାଇ ଜର୍ବିଆ ଓ୍ଵାଦିଆ ହସପିଟାଲର ଡାକ୍ତରୀ ଦଳ ତା’ର ଅସ୍ତ୍ରୋପଚାର କରି ତାକୁ ନୂଆ ଜୀବନ ଦାନ କରିଛନ୍ତି । ଏହି ମସ୍ତିସ୍କ ପୁରଣ ନହେବା କ୍ୱଚିତ କ୍ଷେତ୍ରରେ ଦେଖାଯାଇଥାଏ । ତାମିଲନାଡୁ ଆଫ୍ରିନ ଖାନ୍‌ଙ୍କ ସନ୍ତାନ ମୁମ୍ବାଇ ଅନ୍ଧେରୀ ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଗତ ଡିସେମ୍ବର ମାସରେ ଜନ୍ମ ହୋଇଥିଲା । ହେଲେ ଜନ୍ମ ହେବା ପରେ ଶିଶୁର ଏପରି ଅବସ୍ଥା ଦେଖି ମା’ବାପା ଓ ପରିବାର ଲୋକଙ୍କ ଖୁସି ଚାଲିଯାଇଥିଲା ।

ହେଲେ ଏହି ଡାକ୍ତରୀ ଦଳଙ୍କ ଅକ୍ଲାନ୍ତ ଚେଷ୍ଟା ଫଳରେ ଶିଶୁଣି ନିଶ୍ଚିତ ମୃତ୍ୟୁ ମୁଖରୁ ବଂଚିଯାଇଛି । ଡାକ୍ତରମାନେ ଶିଶୁର ଅବଶିଷ୍ଟ ମସ୍ତିସ୍କ ଅଂଶରୁ ୨ ଟି ଅଂଶ ଆଣି ଅସ୍ତ୍ରୋପଚାର ମାଧ୍ୟମରେ ସେଠାରେ ଯୋଡି ମସ୍ତିସ୍କର ଖୋଲା ଅଂଶକୁ ଢ଼ାଙ୍କି ଥିଲେ । ଅଳ୍ପ ଦିନ ପରେ ଅସ୍ତ୍ରୋପଚାର ସ୍ଥାନ ଶୁଖିଯାଇଥିଲା । ଡାକ୍ତରମାନେ ୧୪ ଦିନ ପରେ ଶିଶୁଟିକୁ ଡିସଚାର୍ଜ କରିଥିଲେ । ଏପରି ଏକ ଦୁର୍ଲଭ ଅସ୍ତ୍ରୋପଚାର ବହୁତ କମ ଦେଖାଯାଇଥାଏ ବୋଲି ଡାକ୍ତରମାନେ କହିଛନ୍ତି । ଏବେ ଶିଶୁଟି ସାଧାରଣ ଜୀବନ ଯାପନ କରିପାରିବ ବୋଲି ଡାକ୍ତରୀ ଦଳ କହିଛନ୍ତି ।

Leave A Reply

Your email address will not be published.