ଭାରସାମ୍ୟ ହରାଇ ଦ୍ରହକୁ ଖସିଲା କାର୍, ୫ ମୃତ
ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ତେଲଙ୍ଗାନା ଭୁବନଗିରୀ ଜିଲ୍ଳା ଜଲାଲପୁର ଗାଁ ପୋଚାମପଲ୍ଲୀ ଥାନା ଅଞ୍ଚଳରେ ମର୍ମନ୍ତୁଦ କାର ଦୁର୍ଘଟଣା । କାର ହ୍ରଦକୁ ଖସିବା ଯୋଗୁଁ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଥିବା ଜଣାପଡ଼ିଛି । କୋଠାଗୁଡେମରୁ ଆସୁଥିବା ସମୟରେ ଜଲାଲପୁର ଗାଁ ନିକଟରେ ଭାରସାମ୍ୟ ହରାଇ କାରଟି ହ୍ରଦରେ ଖସିପଡିଥିବା ସୂଚନା ମିଳିଛି ।
ପୋଲିସ କହିବା ମୁତାବକ, ଶନିବାର ସକାଳ ପ୍ରାୟ ୫ଟା ୩୦ ପାଖାପାଖି ଜଲାଲପୁର ଗାଁ ନିକଟରେ ଡ୍ରାଇଭର ଭାରସାମ୍ୟ ହରାଇବାରୁ କାରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । କାରରେ ମୋଟ୍ ୬ ଜଣ ଯାତ୍ରୀ ଥିଲେ । ସମସ୍ତ ଯାତ୍ରୀ ଏଲବି ନଗର ଆରଟିସି କଲୋନୀର ବୋଲି ଜଣାପଡ଼ିଛି । ଏହି ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଥିଲେ । ଖବର ପାଇ ତେଲେଙ୍ଗାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ସମସ୍ତ ମୃତଦେହ ଉଦ୍ଧାର କରି ପୋଲିସ ପୋଷ୍ଟମର୍ଟମ ପାଇଁ ନିକଟସ୍ଥ ହସ୍ପିଟାଲକୁ ପଠାଇଥିଲା ।
ମୃତକମାନେ ହେଲେ ଭାମସି(୨୩), ଦିଗନେଶ(୨୧), ହର୍ଷ(୨୧), ବଲୁ(୧୯) ଏବଂ ବିନୟ(୨୧) । ସେହିପରି ଗୁରୁତର ଆହତ ବ୍ୟକ୍ତି ହେଉଛନ୍ତି ମନିକାନ୍ଥ(୨୧) । ସମସ୍ତେ ହାଇଦ୍ରାବାଦ ବାସିନ୍ଦା ବୋଲି ଜଣାପଡ଼ିଛି । ବରିଷ୍ଠ ପୋଲିସ ଅଧିକାରୀଙ୍କ କହିବାନୁଯାୟୀ ଏନେଇ ଏକ ମାମଲା ରୁଜୁ କରାଯାଇଛି ଏବଂ ପୋଷ୍ଟମର୍ଟମ ପରେ ମୃତଦେହ ପରିବାରକୁ ହସ୍ତାନ୍ତର କରାଯିବ ।