ଅନ୍ୟ ଜଣେ ଯୁବତୀ ସହିତ ମେଳା ବୁଲୁଥିଲେ ପ୍ରେମିକ, ପ୍ରେମିକାର ସାଙ୍ଗମାନେ ଦେଖି ଯୁବତୀକୁ ମାରିଲେ ନିସ୍ତୁକ ମାଡ଼

ପ୍ରେମିକକୁ ନେଇ ତୁମୂଳକାଣ୍ଡ। ଜଣେ ଯୁବତୀ ନିଜ ପ୍ରେମିକ ସହିତ ମେଳା ବୁଲୁଥିବା ବେଳେ ଅନ୍ୟ ୫ ଜଣ ଯୁବତୀ କଲେ ମରଣାନ୍ତକ ଆକ୍ରମଣ। ଏହି ଘଟଣା ବିହାରର ସାରଣ ଜିଲ୍ଲାର ବୋଲି ଜଣାପଡିଛି। ଯେଉଁଠି ଜଣେ ଯୁବତୀକୁ ଅନ୍ୟ ୫ ଜଣ ଯୁବତୀ ନିସ୍ତୁକ ମାଡ ମାରିଛନ୍ତି। ଆଉ ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି ।

ଭାଇରଲ ହୋଇଥିବା ଭିଡିଓରେ ଜଣେ ଯୁବତୀଙ୍କୁ ଅନ୍ୟ ୫ ଜଣ ଯୁବତୀ ମାରିବାରେ ଲାଗିଛନ୍ତି। କିଏ ଗୋଇଠା ତ ଆଉ କିଏ ମୁଥ ମାରି ଚାଲିଛି। କିଏ ଚୁଟିକୁ ଘୋଷାଡି ତଳେ ପକାଇବାକୁ ଚେଷ୍ଟା କରୁଛି। ଏହି ସମୟରେ କିଛି ଯୁବକ ଝଗଡା ଛଡାଇବାକୁ ଚେଷ୍ଟା କରୁଥିବା ବେଳେ ୫ ଜଣ ଯୁବତୀ କିନ୍ତୁ ଛାଡୁନାହାନ୍ତି। ଯୁବତୀ ଜଣକୁ ତଳେ ପକାଇ ମାରି ଚାଲିଛନ୍ତି।

ଖବର ମୁତାବକ, ୫ ଜଣ ଯୁବତୀଙ୍କ ମଧ୍ୟରୁ ଜଣକୁ ପ୍ରେମ କରୁଥିଲେ ଯୁବକ । ଆଉ ଅନ୍ୟ ଜଣେ ଯୁବତୀଙ୍କ ସହିତ ମେଳାରେ ବୁଲୁଥିବାର ଦେଖିଦେଇଥିଲେ ଏହି ୫ ଜଣ ଯୁବତୀ। ଆଉ ପ୍ରେମିକ ଅନ୍ୟ ଜଣକ ସହିତ ବୁଲିବାର ଦେଖି ମାରିବାକୁ ଆରମ୍ଭ କରିଥିଲେ । ୫ ଜଣ ଯୁବତୀ ମିଶି ଅନ୍ୟ ଜଣେ ଯୁବତୀଙ୍କୁ ମୁଥ, ବିଧା, ଗୋଇଠା ମାରିଥିଲେ। ଚୁଟି ଘୋଷାଡି ତଳେ ପକାଇ ଦେଇଥିଲେ । ୫ ଜଣ ଯୁବତୀଙ୍କୁ ଅଟକାଇବା ପାଇଁ ସେଠାରେ ଉପସ୍ଥିତ ଥିବା ଯୁବକ ଚେଷ୍ଟା କରିଥିଲେ କିନ୍ତୁ ୫ଜଣ ଯୁବତୀ କିଛି ଶୁଣିନଥିଲେ। ଚୁଟି ଭିଡି ତଳେ ପକାଇ ମାରିଥିଲେ। ଯୁବତୀ ଜଣକ ଯେତେ ନେହୁରା ହୋଇଥିଲେ ମଧ୍ୟ ଶୁଣିନଥିଲେ।

ସେଠାରୁ କେହି ଜଣେ ଭିଡିଓ କରି ସୋସିଆଲ ମିଡିଆରେ ଅପଲୋଡ କରି ଭାଇରଲ କରିଥିଲେ। ଭିଡିଓ ଭାଇରଲ ହେବା ପରେ ମଧ୍ୟ ଯୁବତୀ କେଉଁଠାର ତାହା ଜଣାପଡିନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.