ସଡକ ଦୁର୍ଘଟଣାରେ ଓଲଟିଲା ବସ୍; ୫ ମୃତ, ୧୫ ଆହତ
ଉତ୍ତରପ୍ରଦେଶ ଜାଲୌନ ଜିଲ୍ଲାରେ ଭୟଙ୍କର ବସ୍ ଦୁର୍ଘଟଣା । ଅଜଣା ଗାଡି ଧକ୍କା ହେବା ଫଳରେ ଓଲଟିପଡିଛି ବସ୍ । ଘଟଣାରେ ୫ ମୃତ ଓ ୧୫ ଆହତ ହୋଇଥିବା ସୂଚନା ମିଳିଛି। ଏଯାଏଁ ଉଦ୍ଧାରକାର୍ଯ୍ୟ ଜାରି ରହିଛି ।
ଉତ୍ତରପ୍ରଦେଶର ଜାଲୌନ ଜିଲ୍ଲାର ମାଧେଗଡ ଥାନା ଅନ୍ତର୍ଗତ ଗୋପାଳପୁରା ପାଖରେ ଏକ ଭୟଙ୍କର ସଡକ ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଛି । ଏକ ଅଜଣା ଗାଡି ଧକ୍କା ଦେବା ପରେ ବସ୍ ଓଲଟି ପଡିଛି। ଏହି ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୫ ରୁ ଅଧିକ ଲୋକ ଆହତ ହୋଇଛନ୍ତି । ପୋଲିସର ସୂଚନାନୁସାରେ, ବସରେ ସମୁଦାୟ ୪୦ ଏବଂ ଜଣ ଲୋକ ଥିଲେ।
ସୂଚନା ଅନୁଯାୟୀ, ଉତ୍ତରପ୍ରଦେଶର ଜାଲାଉନ୍ ଜିଲ୍ଲାର ମାଧୋଗର ପୋଲିସ ଷ୍ଟେସନ ଅଞ୍ଚଳ ଅନ୍ତର୍ଗତ ଗୋପାଳପୁରା ନିକଟରେ ଏକ ବସ୍ ଓଲଟି ପଡ଼ିବାରୁ ୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୫ ରୁ ଅଧିକ ଆହତ ହୋଇଛନ୍ତି। ବସରେ ଅତିକମରେ ୪୦ ଜଣ ଯାତ୍ରୀ ରହିଥିଲେ । ପୋଲିସ ଏ ସମ୍ପର୍କରେ ସୂଚନା ଦେଇଛି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ପୋଲିସ କହିଛି।
ସେହିପରି ଶନିବାର ରାତିରେ ଯମୁନା ଏକ୍ସପ୍ରେସ େଓ୍ଵରେ ବସ୍ ଓଲଟି ଯିବାରୁ ୪ ଜଣ ଲୋକ ଆହତ ହୋଇଥିଲେ । ବସ୍ଟି ବିହାରରୁ ଦିଲ୍ଲୀ ଯାଉଥିଲା । ଏଥିରେ ୪୦ ଜଣ ଲୋକ ରହିଥିଲେ । ଆଗ୍ରା ପାଖରେ ବସ୍ରେ ଓଲଟିଥିବା ଜଣାପଡିଥିଲା । ଆହତମାନଙ୍କୁ ହସପିଟାଲ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।