ଇରାନ ମାର୍କେଟରେ ହିଜାବ ବିରୋଧୀ ଆନ୍ଦୋଳନରେ ଆଖିବୁଜା ଗୁଳିମାଡ଼; ୫ ମୃତ, ୧୦ ଆହତ

ଇରାନ ମାର୍କେଟରେ ଆଖିବୁଜା ଗୁଳିକାଣ୍ଡ। ଏହି ଗୁଳିକାଣ୍ଡରେ ୫ ଜଣ ଲୋକଙ୍କର ପ୍ରାଣ ଚାଲିଯାଇଥିବା ବେଳେ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ପୋଲିସ କର୍ମଚରୀ ମଧ୍ୟସାମିଲ ରହିଛନ୍ତି। ଏହି ଆକ୍ରମଣ ଇରାନର ପଶ୍ଚିମ ସହରର ଇଜେହ ସହରରେ ହୋଇଛି । ତେବେ ଏହା ଆତଙ୍କବାଦୀ ଆକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି । କିନ୍ତୁ ଏହାକୁ କୌଣସି ସଂଗଠନ ଦାୟୀ କରି ନାହାନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, ଇରାନରେ ହିଜାବ ବିରୋଧୀ ଆନ୍ଦୋଳନ ସମୟରେ କିଛି ଦୁର୍ବୃତ୍ତ ଗୁଳିମାଡ କରିଛନ୍ତି । ଫଳରେ ଘଟଣାସ୍ଥଳରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ୧୦ ଜଣ ଗୁରୁତର ଆହତ ହୋଇଛନ୍ତି । ତେବେ ଏହି ଘଟଣାଟି ଇରାନର ଦକ୍ଷିଣ-ପଞ୍ଚିମ ସହରରେ ଥିବା ଇଜେହ ଠାରେ ହୋଇଛି । ସେଠାରେ ହିଜାବ ବିରୋଧୀ ଆନ୍ଦୋଳନ ଚାଲୁଥିବା ବେଳେ କେହି ଦୁର୍ବୃତ୍ତ ଆଖିବୁଜା ଗୁଳିମାଡ କରିଛି । ଯେଉଁ କାରଣରୁ ୫ ଜଣ ଆନ୍ଦୋଳନକାରୀ ଘଟଣାସ୍ଥଳରେ ହିଁ ଟଳି ପଡିଛନ୍ତି । ତେବେ ମୃତକଙ୍କ ମଧ୍ୟରେ ଜଣେ ଶିଶୁ ଓ ଜଣେ ମହିଳା ଥିବା ସୂଚନା ମିଳିଛି ।

ଅନ୍ୟପକ୍ଷେ ଏହି ଗୁଳିକାଣ୍ଡରେ ପୋଲିସ କର୍ମଚାରୀଙ୍କ ସମେତ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି । ଫଳରେ ସମସ୍ତ ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଏହି ଭୟଙ୍କର ଘଟଣାଟି ପ୍ରକୃତରେ କିଏ କରିଛି ଓ କାହିଁକି କରିଛି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡି ନାହିଁ ।

ଇରାନୀ ମିଡିଆ ମୁତାବକ, ବୁଧବାର ଇରାନୀ ଇଜେହ ସହରରେ ହିଜାବ ବିରୋଧ ପ୍ରଦର୍ଶନ ପାଇଁ କିଛି ପ୍ରଦର୍ଶନକାରୀ ଏକାଠି ହୋଇ ସରକାରଙ୍କ ବିପକ୍ଷରେ ପ୍ରଦର୍ଶନ କରୁଥିଲେ। ପ୍ରଦର୍ଶନକାରୀ ଏହି ସମୟରେ ପୋଲିସ କର୍ମଚାରୀଙ୍କୁ ପଥରମାଡ କରିଥିଲେ। ଏହା ପରେ ପୋଲିସ ପ୍ରଦର୍ଶନକାରୀଙ୍କୁ କାବୁ କରିବା ପାଇଁ ଲୁହ ବୁହା ଗ୍ୟାସ୍‌ ସ୍ପ୍ରେ କରିଥିଲା। ଏହାପରେ ଆଖିବୁଜା ଗୁଳିମାଡ ହୋଇଥିଲା ।

ତେବେ ହିଜାବ ମାମଲାକୁ ନେଇ ଭାରତ ତଥା ଅନ୍ୟ ଦେଶରେ ବିଭିନ୍ନ ସମୟରେ ବିଦ୍ରୋହ ଦେଖିବାକୁ ମିଳିଥାଏ । ଏହାକୁ କିଛି ଲୋକ ସମର୍ଥନ କରୁଥିବା ବେଳେ କିଛି ଲୋକ ବିରୋଧ ମଧ୍ୟ କରୁଛନ୍ତି ।

Leave A Reply

Your email address will not be published.