ଗୋଟିଏ ପରିବାରର ୧୫ ଜଣ ଭାସିଗଲେ ସରଜୁ ନଦୀରେ, ୫ ମୃତ ଓ ୬ ନିଖୋଜ

ନୂଆଦିଲ୍ଲୀ : ଗୋଟିଏ ପରିବାରର ୧୫ ଜଣ ସଦସ୍ୟ ନଦୀ ସ୍ରୋତରେ ଭାସିଯାଇଥିବା ଖବର ଜଣାପଡ଼ିଛି । ଏଭଳି ମର୍ମନ୍ତୁଦ ଘଟଣା ଘଟିଛି ଉତ୍ତର ପ୍ରଦେଶର ଅଯୋଧ୍ୟାରେ । ଅଯୋଧ୍ୟାର ସୁରଜୁ ନଦୀକୁ ସ୍ନାନ ପାଇଁ ଏହି ପରିବାର ଆସିଥିଲେ । ଗୁପ୍ତାର ଘାଟରେ ସ୍ନାନ କରୁଥିବା ବେଳେ ପ୍ରଖର ନଦୀ ସ୍ରୋତରେ କେତେ ଜଣ ଭାସିଯାଇଥିଲେ ।

ସେମାନଙ୍କୁ ଉଦ୍ଧାର କରିବାକୁ ଯାଇ ପରିବାରର ଅନ୍ୟ ସଦସ୍ୟ ବି ଭାସିଯାଇଥିଲେ । ପରିବାରର ୧୫ ଜଣ ସଦସ୍ୟ ସରଜୁ ନଦୀ ଗୁପ୍ତାର ଘାଟକୁ ଯାଇଥିବା ବେଳେ ୧୧ ଜଣ ସଦସ୍ୟ ଭାସିଯାଇଛନ୍ତି । ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୫ ଜଣଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ଆହୁରି ୬ ଜଣ ନିଖୋଜ ଅଛନ୍ତି ।

ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉଦ୍ଧାର କାର୍ଯ୍ୟ ଜୋରଦାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପରିବାରର ସଦସ୍ୟ ମାନେ ଭାରତୀ(୩୫), ପ୍ରିୟାଂଶି(୧୬), ଲଲିତ(୪୦), ପଙ୍କଜ(୨୫),ରାଜକୁମାର(୬୧), ଗଉରୀ(୨୮),ଜୁଲ(୫୯), ଶ୍ରୁତି(୨୦),ସାର୍ଥକ(୧୬), ସୀତା(୩୫),ଦ୍ରିଷ୍ଟି(୪), ଧେରେୟ(୭),ନମନ ଓ ଅଶୋକ ବୋଲି ଜଣାପଡ଼ିଛି ।

Leave A Reply

Your email address will not be published.