ମୁମ୍ବାଇ ତିଲକନଗରରେ ଅଗ୍ନିକାଣ୍ଡ , ୧୫ ମହଲା କୋଠାରେ ଲାଗିଲା ନିଆଁ : ୭ ମୃତ , ୨ ଗୁରୁତର

ମୁମ୍ବାଇ(କେନ୍ୟୁଜ୍) : କେନ୍ୟୁଜ୍ ମୁମ୍ବାଇର ଚେମ୍ବୁରର ତିଲକନଗର ଠାରେ ଭୟାବହ ଅଗ୍ନିକାଣ୍ଡ। ଏକ ୧୫ ମହଲା କୋଠାରେ ଅଗ୍ନିକାଣ୍ଡରେ ୭ମୃତ । ୨ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆହତଙ୍କ ମଧ୍ୟରେ ଜଣେ ଅଗ୍ନିଶମ ବିଭାଗରେ କର୍ମଚାରୀ ମଧ୍ୟ ସାମିଲ ଅଛନ୍ତି । ଗୁରୁବାର ତିଲକନଗର ଅଞ୍ଚଳର ଗଣେଶ ଗାର୍ଡେନ ନିକଟସ୍ଥ ସଂଗ୍ରାମ ସୋସାଇଟିର ୧୫ ମହଲାରେ ଅଗ୍ନିକାଣ୍ଡ ଘଟିଥିଲା ।
ଅଗ୍ନିଶମ ବିଭାଗର କର୍ମଚାରୀମାନେ କୋଠା ଭିତରୁ ୪ ଜଣଙ୍କୁ ଉଦ୍ଧାର କରି ନିକଟସ୍ଥ ରାଜୱାଡି ହସ୍ପିଟାଲରେ ଭର୍ତ୍ତି କରିଥିଲା । ଏଥିରେ ଜଣେ ମହିଳା ମଧ୍ୟ ସାମିଲ ଥିଲେ । ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ସେମାନଙ୍କର ମୃତ୍ୟୁ ହୋଇଥିଲା । ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡିନାହିଁ ।