ଦିଲ୍ଲୀର ଅଲ୍ଲୀପୁର ଅଞ୍ଚଳରେ କାନ୍ଥ ପଡି ୫ ମୃତ, ଅନେକ ଦବିଥିବା ଆଶଙ୍କା

ଶୁକ୍ରବାର ଦିଲ୍ଲୀରେ ଏକ ବଡ ଧରଣର ଦୁର୍ଘଟଣା ଘଟିଛି । ଅଲୀପୁର ଅଞ୍ଚଳରେ ଏକ ନିର୍ମାଣଧୀନ ଗୋଦାମର କାନ୍ଥ ହଠାତ ପଡିଯିବା ଯୋଗୁଁ ୫ ଜଣଙ୍କର ମୃତ୍ୟୁ ହୋଇଛି । ସୂଚନା ମିଳିବା ପରେ ପୋଲିସ ଏବଂ ଅଗ୍ନିଶମ ବାହିନୀର କର୍ମଚାରୀ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ରହିଛି। ଅନେକ ଶ୍ରମିକ ଫସି ରହିଥିବା ଜଣାପଡିଛି।

ଦିଲ୍ଲୀ ପୋଲିସର ସୂଚନା ଅନୁସାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ୧୪ ଜଣଙ୍କୁ ଉଦ୍ଧାର କରାଯାଇଛି । ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ୫ ଜଣଙ୍କର ମୃତ୍ୟୁ ହୋଇଛି। ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସୂଚନା ଅନୁସାରେ ଘଟଣାସ୍ଥଳରେ ୨୫ରୁ ଅଧିକ ଶ୍ରମିକ କାମ କରୁଥିଲେ। ଦିଲ୍ଲୀ ପୋଲିସ ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛି।

ଘଟଣା ଉପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଟ୍ୱିଟ କରି ଶୋକ ବ୍ୟକ୍ତ କରିଛନ୍ତି । କେଜ୍ରିୱାଲ ଟ୍ୱିଟ କରି ଲେଖିଛନ୍ତି, ଅଲୀପୁରରେ ଦୁଃଖଦ ଦୁର୍ଘଟଣା ଘଟିଛି। ମୁଁ ନିଜେ ଉଦ୍ଧାର କାର୍ଯ୍ୟ ଉପରେ ନଜର ରଖିଛି । ଦିବଙ୍ଗତ ଆତ୍ମାର ଶାନ୍ତି ପାଇଁ ଇଶ୍ୱରଙ୍କ ନିକଟରେ ପ୍ରାର୍ଥନା କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.