ଝାଡଖଣ୍ଡ ପଶ୍ଚିମ ସିଂହଭୂମି ଜିଲ୍ଲାରେ ଏନକାଉଣ୍ଟର , ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳି ପଡିଲେ ୫ ନକ୍ସଲ

ଝାଡଖଣ୍ଡ(କେନ୍ୟୁଜ୍) : ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳି ପଡିଲେ ୫ ନକ୍ସଲ । ଝାଡଖଣ୍ଡ ପଶ୍ଚିମ ସିଂହଭୂମି ଜିଲ୍ଲାରେ ଏନକାଉଣ୍ଟରରେ ୫ଜଣ ନକ୍ସଲ ପ୍ରାଣ ହରାଇଛନ୍ତି । ୨ଜଣ ଆହତ ହୋଇଛନ୍ତି । ସେମାନଙ୍କ ନିକଟରୁ ୨ଟି ଏକେ-୪୭, ଗୋଟିଏ ରାଇଫଲ ଓ ଗୋଟିଏ ପିସ୍ତଲ ଜବତ କରାଯାଇଛି । ନକ୍ସଲମାନେ ଲୁଚି ରହିଥିବା ଖବର ପାଇ ପୋଲିସ ପକ୍ଷରୁ କମ୍ବିଂ ଅପରେସନ୍‌ ଆରମ୍ଭ ହୋଇଥିଲା । ସୁରକ୍ଷାକର୍ମୀଙ୍କୁ ଦେଖି ନକ୍ସଲମାନେ ପ୍ରଥମେ ଗୁଳି ଚାଳନା କରିଥିଲେ । ଜବାବରେ ସୁରକ୍ଷାକର୍ମୀମାନେ ମଧ୍ୟ ପାଲଟା ଗୁଳି ଚଳାଇଥିଲେ । ଏଥିରେ ୫ଜଣ ନକ୍ସଲଙ୍କ ମୃତ୍ୟୁ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.