ଧୀରେ ଧୀରେ ପଥର ପାଲଟି ଯାଉଛି ପାଞ୍ଚ ମାସ ଶିଶୁର ଶରୀର, କାହିଁକି ଜାଣନ୍ତୁ

ପାଞ୍ଚ ମାସର ଏକ ଶିଶୁର ଦୁର୍ଲଭ ରୋଗକୁ ନେଇ ସୋସିଆଲ ମିଡିଆରେ ଜୋର ଧରିଛି । ପ୍ରକୃତରେ ବ୍ରିଟେନରେ ରହୁଥିବା ପାଞ୍ଚ ମାସର ଶିଶୁର ଶରୀର ଧୀରେ ଧୀରେ ପଥର ପାଲଟି ଯାଉଛି । ଜିନ ସମ୍ଭନ୍ଧୀୟ ଏହି ଘାତକ ରୋଗକୁ Fibrodysplasia Ossificans Progressive କୁହାଯାଇଥାଏ । ଏହି ରୋଗରେ ମଣିଷ ଶରୀର ପଥର ପାଲଟି ଯାଇଥାଏ । ଶିଶୁଟିର ନାଁ ଲେକ୍ସି । ଗତ ଏପ୍ରିଲ ମାସରେ ଲେକ୍ସିର ଏକ୍ସରେ ହୋଇଥିଲା । ଏଇଥିରୁ ଜଣାପଡିଥିଲାକି ଲେକ୍ସିର ଉଭୟ ହାତ ଓ ଗୋଡ଼ରେ କିଛି ଅସୁବିଧା ଅଛି । ଆଉ ତାହାର ହାତର ଆଙ୍ଗୁଠି ଦୁଇଥର ଯୋଡି ହୋଇଛି ।

stone baby

ଆଉ ଜଣାପଡିଥିଲାକି ଲେକ୍ସି ଜୀବନରେ କେବେବି ଠିକରେ ଚାଲିପାରିବ ନାହିଁ । ଶିଶୁଟିର ମା’ ଙ୍କ କହିବା ଅନୁଯାୟୀ ଆମେ ସେସମୟରେ ଜମାବି ବିଶ୍ୱାସ କରିନଥିଲୁ । କାରଣ ଲେକ୍ସିର ଶରୀର ସେସମୟରେ ଖୁବ ମଜବୁତ ଥିଲା । କିନ୍ତୁ ପରେ ବିଶେଷଜ୍ଞଙ୍କ ପାଖକୁ ଯିବାରୁ ଜଣାପଡିଥିଲାକି ତାକୁ ବାସ୍ତବରେ ଏହି ରୋଗ ହୋଇଛି । ଆଉ ସବୁଠୁ ଦୁଃଖର ବିଷୟଯେ ଏଯାବତ ଏହି ରୋଗର କୌଣସି ଇଂଜେକ୍ସନ ବାହାରି ନାହିଁକି ଔଷଧ ବି ନାହିଁ । ଏମାନଙ୍କ ପ୍ରଜନନ କ୍ଷମତା ବି ନାହିଁ । ଦେଶ ବିଦେଶର ବଡ ବଡ ବୈଜ୍ଞାନିକମାନେ ଲେକ୍ସିର ଜୀବନ ବଞ୍ଚାଇବା ପାଇଁ ଚେଷ୍ଟା ଚଳାଇଛନ୍ତି ।

ଅନ୍ୟପକ୍ଷରେ ଶିଶୁଟିର ପରିବାର ଲୋକେ ବିଶ୍ୱର ଅନ୍ୟ ଅଭିଵାବକ ମାନଙ୍କୁ ରୋଗର ସମ୍ଭାବିତ ଲକ୍ଷଣ ମାନଙ୍କୁ ନେଇ ସତର୍କ କରାଇବା ସହ ସତର୍କ କରାଉଛନ୍ତି । ଡାକ୍ତରଙ୍କ ଅନୁଯାୟୀ ଏହି ଦୁର୍ଲଭ ରୋଗର ଲକ୍ଷଣ ଗୁଡିକ ବି ଖୁବ ଦୁର୍ଲଭ । ଏହି ରୋଗରେ ଶରୀରର ମାଂସପେଶୀ ତଥା ଗଣ୍ଠି ଗୁଡିକ ହାଡ଼ରେ ପରିଣତ ହୋଇଯାଇଥାଏ  । ଯାହାକୁ ସାଧାରଣ ଭାଷାରେ ଶରୀର ପଥର ପାଲଟି ଯାଉଥିବା ବୋଲି କୁହାଯାଏ । ଏହି ରୋଗରେ ପୀଡିତ ବ୍ୟକ୍ତି ୨୦ ବର୍ଷ ବୟସ ସୁଦ୍ଧା ଶଜ୍ୟଶାୟୀ ହୋଇଯାନ୍ତି । ସେମାନଙ୍କ ଜୀବନ କାଳ ମାତ୍ର ୪୦ ବର୍ଷ ।

Leave A Reply

Your email address will not be published.