ରାଜସ୍ଥାନ : ପୁଣି ବୋରୱେଲରେ ଖସିଲା ୫ ବର୍ଷର ପୁଅ, ଚାଲିଛି ଉଦ୍ଧାର କାର୍ଯ୍ୟ
ପୁଣି ବୋରୱେଲ ଅଘଟଣ । ରାଜସ୍ଥାନର ଦୌସାରେ ଏକ ବୋରୱେଲ ଗାତ ଭିତରକୁ ଖସି ପଡ଼ିଛି ଶିଶୁ ପୁତ୍ର । ୫ବର୍ଷ ବୟସର ଶିଶୁକୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଚାଲିଛି । ରାତି ସାରା ଉଦ୍ଧାର ପାଇଁ ଉଦ୍ୟମ ଚାଲିଛି । ବୋରୱେଲ ଗର୍ତ୍ତର ୧୫୦ ମିଟର ତଳେ ଶିଶୁଟି ରହିଛି । ଏସଡିଆରଏଫ ଟିମ ଘଟଣାସ୍ଥଳରେ ପହଞ୍ଚି ରେସକ୍ୟୁ ଅଭିଯାନ ଚଳାଇଛି ।
ଶିଶୁକୁ ପାଇପଯୋଗେ ଅକ୍ସିଜେନ ଯୋଗାଇ ଦିଆଯାଉଛି । ମେଡିକାଲ ଟିମ ମଧ୍ୟ ଉପସ୍ଥିତ ଅଛନ୍ତି । ଶିଶୁଟି ଠିକଠାକ ଥିବା ଦୌସା ଜିଲ୍ଲାପାଳ ଦେବେନ୍ଦ୍ର କୁମାର କହିଛନ୍ତି । ଏସଡିଆରଏଫ, ଏନଡିଆରଏଫ ଏବଂ ସିଭିଲ ଡିଫେନ୍ସ ଟିମ୍ ଘଟଣା ସ୍ଥଳରେ ପହଞ୍ଚିଛି । ଦୁଇଟି ଜେସିବି ଖେଳିବା କାମ ଆରମ୍ଭ କରିଛି । ପିଲାଟିକୁ ଉଦ୍ଧାର ପାଇଁ ସମସ୍ତ ପ୍ରୟାସ ଜାରି ରହିଛି । ୧୮ ଘଣ୍ଟା ହେଲାଣି ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
ତେବେ ୫ ବର୍ଷର ପିଲାଟି ଖେଳୁଥିବା ସମୟରେ ବୋରୱେଲରେ ଖସିପଡିଥିବା ସୂଚନା ମିଳିଛି । ଘର ପାଖରୁ ମାତ୍ର ୧୦୦ ଫୁଟ ଦୂର ବୋରୱେଲକୁ ୩ ବର୍ଷ ପୂର୍ବେ ପରିବାର ଖୋଳିଥିଲା, କିନ୍ତୁ କାମରେ ଆସିଲା ନାହିଁ ।
#WATCH | Dausa, Rajasthan: DM Devendra Kumar says, “Rescue operation has been carried out for the whole night. NDRF-SDRF teams are working here… the administration is trying their best (to rescue the child)…” https://t.co/34eFs8Wmoi pic.twitter.com/04yQbDtgsR
— ANI (@ANI) December 10, 2024
ସୂଚନାଯୋଗ୍ୟ, ରାଜସ୍ଥାନ ଦୌସା ବନ୍ଦିକୁଇ ଅଞ୍ଚଳରେ ବୋରୱେଲରେ ଖସି ପଡିଥିଲା ୨ବର୍ଷର ଶିଶୁ । ୧୮ ଘଣ୍ଟା ପରେ ବୋରୱେଲରୁ ଶିଶୁକନ୍ୟା ଉଦ୍ଧାର କରାଯାଇଥିଲା । ୨ ବର୍ଷର କୁନି ଝିଅ ନୀରୁ ଘର ପାଖରେ ଖେଳୁଥିବା ବେଳେ ବୋରଓ୍ୱେଲ ଭିତରକୁ ଖସି ପଡିଥିଲା । ପରେ ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ଝିଅଟି ବୋରଓ୍ୱେଲରେ ଖସିପଡିଥିଲା ଜାଣିବାକୁ ପାଇଥିଲେ । ବୋରୱେଲ ପାଖରେ ସମାନ୍ତରାଳ ଭାବେ ଆଉ ଏକ ଗର୍ତ୍ତ ଖୋଳି ଉଦ୍ଧାର କରାଯାଇଥିଲା ।ଏହାପରେ ଖବର ପାଇ ପ୍ରଶାସନ, ଏସ୍ଡିଆର୍ ଓ ଏନ୍ଡିଆର୍ଏଫ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ବୋରୱେଲ ପାଖରେ ସମାନ୍ତରାଳ ଭାବେ ଆଉ ଏକ ଗର୍ତ୍ତ ଖୋଳି ଉଦ୍ଧାର କରାଯାଇଥିଲା ।