କରୋନା ସ୍ଥିତି ଦେଖି ଏହି ରାଜ୍ଯରେ ତୁରନ୍ତ ଭର୍ତ୍ତି ହେବ ୫୦ ହଜାର ଡାକ୍ତର ପଦବୀ, ମୁଖ୍ଯମନ୍ତ୍ରୀ ଦେଲେ ନିର୍ଦ୍ଦେଶ

କରୋନାର ଭୟାବହତା ସ୍ଥିତିକୁ ଦେଖି ଅନେକ ରାଜ୍ଯ ସରକାର ସ୍ବାସ୍ଥ୍ଯ ସୁବିଧାରେ ସୁଧାର ଆଣିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏମିତିରେ ତେଲେଙ୍ଗାନା ମୁଖ୍ଯମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ କୋଭିଡ ମୁକାବିଲା ପାଇଁ ୫୦ ହଜାର ଡାକ୍ତରଙ୍କୁ ଅସ୍ଥାୟୀ ଆଧାରରେ ତୁରନ୍ତ ଭର୍ତ୍ତି କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ବିଜ୍ଞପ୍ତି ମୁତାବକ, ବର୍ତ୍ତମାନ ସଂକ୍ରମଣକୁ କାବୁ କରିବା ପାଇଁ ନର୍ସ, ଲ୍ଯାବ ଟେକନସିଆନ ସମେତ ଅନ୍ଯ ଚିକିତ୍ସା କର୍ମୀଙ୍କ ଭର୍ତ୍ତି କରାଯାଉଛି। ତେଣୁ ଏମବିବିଏସ୍ କୋର୍ସ ପଢିଥିବା ଡାକ୍ତରଙ୍କୁ ଅସ୍ଥାୟୀ ଭାବେ ନିଯୁକ୍ତି କରାଯାଇଛି। ଏହା ସହିତ ସେମାନଙ୍କୁ ଉଚିତ ଦରମା ମଧ୍ୟ ଦିଆଯିବ।

ଏହାସହିତ ରାଓ କହିଛନ୍ତି, ଯୁବା ଡାକ୍ତରମାନେ ଆଗକୁ ଆସି କରୋନା ସଂକଟରେ ହଇରାଣ ହେଉଥିବା ଲୋକଙ୍କ ସେବା କରିବା ଉଚିତ। ମୁଖ୍ଯମନ୍ତ୍ରୀ ରାଜ୍ଯରେ କୋଭିଡ-୧୯ ସ୍ଥିତି ଦେଖି ହାଇଦ୍ରାବାଦରେ ଉଚ୍ଚସ୍ତରୀୟ ବୈଠକରେ ଅଧିକାରୀମାନଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.