ଦେଶ ବିଦେଶ

ଭୂମଧ୍ୟ ସାଗରରେ ଭୟଙ୍କର ବୋଟ୍‌ ଟ୍ରାଜେଡି, ୫୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଆଶଙ୍କା

ଭୂମଧ୍ୟ ସାଗରରେ ଭୟଙ୍କର ବୋଟ୍‌ ଟ୍ରାଜେଡି। ୭୫୦ ଯାତ୍ରୀଙ୍କୁ ନେଇ ଲିବ୍ୟାରୁ ଇଟାଲୀ ଯାଉଥିବା ଜାହାଜ ଗ୍ରୀସ ସମୁଦ୍ରରେ ବୁଡ଼ିଗଲା। ୫୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଆଶଂକା କରାଯାଉଛି। ବେଆଇନ୍‌ ମାନବ ଚାଲାଣର ଏହି ଜଳପଥ ଡେଥ ଜୋନ ପାଲଟିଛି। ଚଳିତ ବର୍ଷ ଏଠି ଅନେକ ଥର ଦୁର୍ଘଟଣା ଘଟିଥିଲାଣି। ବିଭିନ୍ନ ପର୍ଯ୍ୟାୟରେ ବୋଟ ବୁଡ଼ି ୧ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣାର କାରଣ ଅସ୍ପଷ୍ଟ ରହିଛି ।

ଦାଦନଙ୍କୁ ନେଇ ଲିବ୍ୟାରୁ ଇଟାଲୀ ଯାଉଥିଲା ଜାହାଜ । ଗୋଟିଏ ସପ୍ତାହ ପୂର୍ବରୁ ଲିବ୍ୟାରୁ ଯାତ୍ରା ଆରମ୍ଭ କରିଥିଲା। ଗ୍ରୀସ ଲୋନିଆନ ସମୁଦ୍ରରେ ବୁଧବାର ବୁଡ଼ି ଯାଇଥିଲା । ଗ୍ରୀସ କର୍ତ୍ତୃପକ୍ଷ କହିଛନ୍ତି ୭୯ ଜଣଙ୍କ ମୃତଦେହ ମିଳିଛି। ଏପର୍ଯ୍ୟନ୍ତ ଜୀବନ୍ତ ଉଦ୍ଧାର ହୋଇଛନ୍ତି ୧୦୪ ଜଣ । ଅନ୍ୟମାନଙ୍କ ମୃତ୍ୟୁ ଘଟିଥିବା ଗ୍ରୀସ କର୍ତ୍ତୃପକ୍ଷ ଆଶଂକା କରୁଛନ୍ତି। ରାତି ତମାମ ଅପରେସନ ପରେ ବି ଆଉ କେହି ଜୀବିତ ଉଦ୍ଧାର ହୋଇ ନାହାନ୍ତି।

ବୋଟ ବୁଡ଼ି ଯାଇଥିବା ସମୁଦ୍ରର ଗଭୀରତା ଯାହା, ସେଠି ଆଉ କେହି ବଞ୍ଚିଥିବା ଆଶା କରାଯାଉନି। ଗ୍ରୀକ୍‌ ଉଦ୍ଧାରକାରୀ କହିଛନ୍ତି ଜାହାଜ ବୁଡ଼ିଯିବା ବେଳେ ଡେକର ତଳେ ଥିଲେ ମହିଳା, ଶିଶୁ ଓ ଗର୍ଭବତୀ। ଜାହାଜ ଦ୍ରୁଗ ଗତିରେ ବୁଡ଼ି ଯାଇଥିବାରୁ ସେମାନଙ୍କର ବାଞ୍ଚିବା ଆଶା ଅତ୍ୟନ୍ତ କ୍ଷୀଣ। ସେଠାରେ ସମୁଦ୍ରର ଗଭୀରତା ଯାହା ଆଉ କେହି ବଞ୍ଚି ନଥାଇ ପାରନ୍ତି ବୋଲି ଆଶଂକା କରିଛନ୍ତି ଗ୍ରୀକ୍‌ ଉଦ୍ଧାରକାରୀ।

ବୋଟରେ ବେଆଇନ ମାନବ ଚାଲାଣ ହେଉଥିଲା। ଉଦ୍ଧାର ହୋଇଥିବା ଲୋକଙ୍କ ଭିତରୁ ୯ ଜଣଙ୍କୁ ଗିରଫ କରାଯାଇଥିବା ଗ୍ରୀକ୍‌ କୋଷ୍ଟଗାର୍ଡ଼ ପକ୍ଷରୁ ସୂଚନା ଦିଆଯାଇଛି। ଅପରାଧିକ ସଂଗଠନ ତିଆରି କରି ମାନବ ଚାଲାଣ କରୁଥିବା ସଂଦେହରେ ସେମାନଙ୍କୁ ଗିରଫ କରାଯାଇଛି। ବେଆଇନ ଉଦ୍ଧାର ହୋଇଥିବା ଲୋକଙ୍କ ମଧ୍ୟରେ ଅଛନ୍ତି ସିରିଆ, ଇଜିପ୍ଟ ଓ ପାକିସ୍ତାନ ବାସିନ୍ଦା। ଏମାନେ ମାନସିକ ସ୍ତରରେ ଆଘାତ ପାଇଥିବା ମେଡିକାଲ ସୂତ୍ରରୁ ଜଣାପଡ଼ିଛି। ସାଙ୍ଗରେ ଯାତ୍ରା କରୁଥିବା ପରିବାର ଓ ବନ୍ଧୁଙ୍କୁ ଖୋଜୁଛନ୍ତି ବୋଟ ଡ୍ରାଜେଡିରୁ ବର୍ତ୍ତି ଯାଇଥିବା ଲୋକେ।

ଅଘଟଣ ପରେ ଗ୍ରୀସ ସରକାର ୩ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି। ଗ୍ରୀସ କୋଷ୍ଟ ଗାର୍ଡ଼ ଓ ୟୁରୋପର ବର୍ଡର ଏଜେନ୍ସୀ ଫ୍ରଣ୍ଟେକ୍ସ ଏହି ବୋଟକୁ ମଙ୍ଗଳବାର ଆବିଷ୍କାର କରିଥିଲେ। କିନ୍ତୁ କୌଣସି ସାହଯ୍ୟ ପାଇଁ ଦାଦନମାନେ ମନା କରି ଦେଇଥିଲେ। ଜାହାଜରେ ଥିବା ଲୋକଙ୍କ ସହଯୋଗ ନମିଲେ ବୋଟର ଦିଗ ବଦଳାଇ ହେବ ନାହିଁ ବୋଲି ଗ୍ରୀସ କୋଷ୍ଟ ଗାର୍ଡ଼ କହିଛି। ବିଶେଷ କରି ଇଜିପ୍ଟ, ନାଇଜର, ସୁଦାନ ଆଦି ରାଷ୍ଟ୍ରର ଲୋକେ ଲିବ୍ୟା ସମୁଦ୍ରପଥ ଦେଇ ୟୁରୋପରେ ପହଂଞ୍ଚିଥାନ୍ତି। ଏହା ଭିତରେ କେନ୍ଦ୍ରୀୟ ଭୂମଧ୍ୟସାଗରୀୟ ଜଳପଥ ଘାତକ ପାଲଟିଛି। ଗତ ଜାନୁଆରୀରୁ ମାର୍ଚ୍ଚ ଭିତରେ ଏହି ସମୁଦ୍ରରେ ବିଭିନ୍ନ ପର୍ଯ୍ୟାୟରେ ୪୪୧ ଜଣଙ୍କ ବୁଡ଼ି ଯାଇଥିଲେ । ସେହିପରି ଏପ୍ରିଲରୁ ମେ ମଧ୍ୟରେ ୬୦୦ ଜଣ ବୁଡ଼ି ଯାଇଥିଲେ। ଏମାନେ ବେଆଇନ ଭାବେ ଦେଶାନ୍ତରୀ ହେଉଥିବା ବେଳେ ଅଘଟଣ ଘଟିଥିଲା।

Niharanjan

Recent Posts

ଦିଲ୍ଲୀ: ମଧ୍ୟରାତ୍ରିରେ ଘରେ ଲାଗିଲା ଭୟଙ୍କର ନିଆଁ, ଅଣନିଃଶ୍ୱାସୀ ହୋଇ ଚାଲିଗଲା ପରିବାରର ୪ ଜୀବନ

ରାଜଧାନୀ ଦିଲ୍ଲୀର ପ୍ରେମ୍‌ ନଗରରେ ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ । ଏଠାରେ ଘରେ ନିଆଁ ଲାଗି ପରିବାରର ୪…

26 mins ago

ଟି୨୦ ବିଶ୍ୱକପ : ବାଂଲାଦେଶକୁ ହରାଇ ସେମିଫାଇନାଲରେ ଏଣ୍ଟ୍ରି କଲା ଆଫଗାନିସ୍ତାନ, ୮ ରନରେ ମ୍ୟାଚ ହାତେଇଲା ରାଶିଦ ବାହିନୀ

ଆଇସିସି ଟି୨୦ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିଛି ଆଫଗାନିସ୍ତାନ । ବାଂଲାଦେଶକୁ ଡିଏଲଏସ ନିୟମରେ ହରାଇ ସେମିରେ ପ୍ରବେଶ କରିଛି…

37 mins ago

ବର୍ଷା ହେଲେ ଅଯୋଧ୍ୟା ରାମ ମନ୍ଦିର ଛାତରୁ ଗଳୁଛି ପାଣି, ଚିନ୍ତା ପ୍ରକଟ କଲେ ମୁଖ୍ୟ ପୁରୋହିତ

ଅଯୋଧ୍ୟା: ସବୁ ପ୍ରତୀକ୍ଷାର ଅନ୍ତ ଘଟି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇସାରିଥିବାବେଳେ, ପ୍ରଭୁ ଶ୍ରୀରାମ ଅଯୋଧ୍ୟା ମନ୍ଦିରରେ…

50 mins ago

ରିଲ୍ସ ପାଇଁ ବିପଜ୍ଜନକ ଷ୍ଟଣ୍ଟ, ସମୁଦ୍ରରେ ପାଣିରେ ବୁଡ଼ିଲା ମହିନ୍ଦ୍ରା ଥାର

ଆପଣ ପ୍ରତ୍ୟେକ ଦିନ ଅନେକ ରିଲ୍ସ ନିଶ୍ଚିତ ଦେଖୁଥିବେ । ଲୋକମାନେ ରିଲ୍ସ କରିବା ପାଇଁ ନିଜ ଜୀବନକୁ ବାଜି…

53 mins ago

ଦୂଷିତ ହେବାରେ ଲାଗିଛି ନଦୀ ଜଳ, ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ

ପିପିଲି : ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ । ରାଜୁଆ ନଦୀରେ ମରି ପଡିଛନ୍ତି ମଲା ମାଛ ।…

1 hour ago

ବିରିୟାନୀରେ ମିଳିଲାନି ଚିକେନ୍‌ ଲେଗ୍‌ ପିସ୍‌ , ବିବାହ ସମାରୋହ ପାଲଟିଲା ରଣକ୍ଷେତ୍ର

ବିବାହ ସମାରୋହରେ ହେଲା ମହାଭାରତ । ବର ବାହା ହେବ କଣ ଗଣ୍ଡଗୋଳରେ ମାତିଗଲା । ଯିଏ ଯାହାକୁ ପାରିଲା…

2 hours ago