ଗାଈଗୋରୁଙ୍କ ଠାରେ ଦେଖାଦେଉଛି ଏହି ଅଜବ ପ୍ରକାରର ଚର୍ମ ରୋଗ, ନେଲାଣି ୫୦୦୦ ଜୀବନ

ରାଜସ୍ଥାନର ପଶୁମାନଙ୍କ ଠାରେ ଏକ ପ୍ରକାର ଚର୍ମରୋଗ ଦେଖାଦେଉଛି । ଏହି ଚର୍ମରୋଗରେ ଏଯାବତ ପ୍ରାୟ ୫ ହଜାର ଗାଈଙ୍କର ମୃତ୍ୟୁ ହୋଇଛି । ଏହାକୁ ଦୃଷ୍ଟିରେ ରଖି ଜୟପୁର ଗ୍ରେଟର ମୁନିସିପାଲ କର୍ପୋରେସନ ରାଜ୍ୟର ପ୍ରଥମ ଲମ୍ପି କେୟାର ସେଣ୍ଟର ହିଙ୍ଗନିଆ ନାମକ ଗୋଉଶଳା ଠାରେ ଖୋଲିଛନ୍ତି । ଇଏଫଏସଏ ଦ୍ୱାରା ଜାରି ହୋଇଥିବା ରିପୋର୍ଟ ମୁତାବକ ଏହା ଏକ ଭୁତାଣୁ ଜାତୀୟ ରୋଗ । ବର୍ତ୍ତମାନ ସମୟରେ ରାଜସ୍ଥାନ ତଥା ପଞ୍ଜାବର ଗାଈ, ମେଣ୍ଢା ମାନଙ୍କୁ ଏହା ଅଧିକ ମାତ୍ରାରେ ସଂକ୍ରମଣ କରୁଛି । ଏହା ରକ୍ତ ଶୋଷୁଥିବା କୀଟମାନଙ୍କ ଜରିଆରେ ହିଁ ସଂକ୍ରମିତ ହୋଇଥାଏ । ଯଦିବା ଭାରତରେ ଏହା ସେତେଟା ବ୍ୟାପି ନାହିଁ କିନ୍ତୁ ଆଫିକୀୟ ଦେଶ ଗୁଡିକରେ ଏହା ଖୁବ ବ୍ୟାପି ଗଲାଣି । ଗତ ଦଶ ବର୍ଷ ଭିତରେ ଏହା ମଧ୍ୟ ଏସୀୟ, ଦକ୍ଷିଣ ପୂର୍ବ ଇଉରୋପ ତଥା ସେଣ୍ଟ୍ରାଲ ଏସିଆ ପରି ଦେଶ ଗୁଡିକରେ ବ୍ୟାପିଗଲାଣି ।

୨୦୧୨ ମସିହା ପରେ ଉପରୋକ୍ତ ଦେଶ ଗୁଡିକରେ ଏହାର ସଂକ୍ରମଣ ବଢ଼ିବାରେ ଲାଗିଛି । ଏହି ରୋଗରେ ସଂକ୍ରମିତ ହେଉଥିବା ପଶୁମାନଙ୍କ ଠାରେ ଜ୍ୱର, ଲାକ୍ରିମେସନ, ନାକରୁ ବୋହିବା, ପାଟିରୁ ଲାଳ ବୋହିବା ଆଦି ଲକ୍ଷଣମାନ ଦେଖାଯାଏ । ଏହା ସହ ତ୍ୱଚା କୁଣ୍ଡାଇ ହେବା ପରି ଲକ୍ଷଣମାନ ବି ଦେଖାଯାଏ । ଏହି କାରଣରୁ ରାଜସ୍ଥାନ ସରକାର ରାଜ୍ୟର ଗାଈଗୋରୁ ମାନଙ୍କୁ ଅନ୍ୟ ରାଜ୍ୟ ମାନଙ୍କୁ ସ୍ଥାନାନ୍ତରଣରେ ରୋକ ଲଗାଇଛନ୍ତି । ଏହା ସହ ସେମାନଙ୍କ ବର୍ଜ୍ୟବସ୍ତୁ ଗୁଡିକୁ ଅନ୍ୟ କେଉଁଠି ନପକାଇବା ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛି । ଆଉ ଯଦି ଏହି ରୋଗ ନେଇ କୌଣସି ଲକ୍ଷଣ ଦେଖାଦିଏ ତେବେ ତୁରନ୍ତ ବିଭାଗୀୟ ଅଧିକାରୀଙ୍କୁ ସୂଚନା ଦେବାକୁ କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.