ବୟସ ବି ହାର ମାନେନି, ୫୨ ବର୍ଷରେ ମାଉଣ୍ଟ ଏଲବୃସ ଚଢ଼ିଲେ ଜ୍ୟୋତି ରାତ୍ରେ
ଭୋପାଳରେ ରହୁଥିବା ଜ୍ୟୋତି ରାତ୍ରେ ୪୮ବର୍ଷ ବୟସରେ ପାହାଡ ଚଢ଼ିବା ଶିଖିଥିଲେ। ସେ ତାଙ୍କ ସ୍କୁଲ ସମୟରେ ମାଉଣ୍ଟ ଏଭେରେଷ୍ଟ ବିଷୟରେ ଜାଣିଥିଲେ। ତାଙ୍କ ଶିକ୍ଷକ ପଢ଼ାଉଥିବା ବେଳେ ମାଉଣ୍ଟ ଏଭେରେଷ୍ଟ ଚଢ଼ିବା ବହୁତ କଷ୍ଟ ବୋଲି କହିଥିଲେ।
ଭୋପାଳ: ମହିଳା ମାନେ ଆଉ ଅବଳା ଦୂର୍ବଳା ନୁହନ୍ତି। ନିଜର ଦକ୍ଷତା ପ୍ରତିପାଦନ କରିବା ପାଇଁ ଅସମର୍ଥ ନୁହନ୍ତି । ଆଉ ଏଥିପାଇଁ ବୟସର ମାନଦଣ୍ଡ ବି ନଥାଏ। ଯାହାକି ପ୍ରମାଣ କରି ଦେଖାଇଛନ୍ତି ଭୋପାଳର ୫୨ ବର୍ଷୀୟା ଜ୍ୟୋତି ରାତ୍ରେ। କେବଳ ପୁରୁଷମାନେ ଉଚ୍ଚ ପାହାଡ଼ ଚଢ଼ି ସଫଳତା ହାସଲ କରିନ୍ତି ତାହା ନୁହେଁ ବରଂ ମହିଳାମାନେ ଏକ୍ଷେତ୍ରରେ କମ ନୁହନ୍ତି ବୋଲି ପ୍ରମାଣିତ କରିଛନ୍ତି ଜ୍ୟୋତି ରାତ୍ରେ।
ଯେଉଁ ବୟସରେ ଆଣ୍ଠୁ ଯନ୍ତ୍ରଣାରେ ପୀଡିତ ହେବ କଥା, ସେହି ସମୟରେ ଜ୍ୟୋତି ରାତ୍ରେ ବଡ଼ ବଡ଼ ପାହାଡ଼ ଚଢ଼ି ପ୍ରେରଣାର ଉତ୍ସ ସାଜିଛନ୍ତି। ଜ୍ୟୋତି ରାତ୍ରେଙ୍କ କାହାଣୀ ଆପଣଙ୍କୁ ଆଗକୁ ବଢ଼ିବା ପାଇଁ ପ୍ରେରଣା ଦେଇପାରେ। ଆସନ୍ତୁ ଜାଣିବା ଜ୍ୟୋତି ରାତ୍ରେଙ୍କ ବିଷୟରେ…
ଭୋପାଳରେ ରହୁଥିବା ଜ୍ୟୋତି ରାତ୍ରେ ୪୮ବର୍ଷ ବୟସରେ ପାହାଡ ଚଢ଼ିବା ଶିଖିଥିଲେ। ସେ ତାଙ୍କ ସ୍କୁଲ ସମୟରେ ମାଉଣ୍ଟ ଏଭେରେଷ୍ଟ ବିଷୟରେ ଜାଣିଥିଲେ। ତାଙ୍କ ଶିକ୍ଷକ ପଢ଼ାଉଥିବା ବେଳେ ମାଉଣ୍ଟ ଏଭେରେଷ୍ଟ ଚଢ଼ିବା ବହୁତ କଷ୍ଟ ବୋଲି କହିଥିଲେ। ସେ ମଧ୍ୟ କହିଥିଲେ ଭାରତରେ ବହୁତ କମ୍ ଲୋକ ଅଛନ୍ତି ଯେ ମାଉଣ୍ଟ ଏଭେରେଷ୍ଟକୁ ଚଢ଼ିବାରେ ସଫଳ ହୋଇଛନ୍ତି। ହେଲେ ଏହି ଲିଷ୍ଟରେ ପୁରୁଷ ମାନଙ୍କ ତୁଳନାରେ ମହିଳାମାନେ ଅଧିକ। ଶିକ୍ଷକଙ୍କ ଏହି କଥା ଜ୍ୟୋତି ରାତ୍ରେଙ୍କ ମନକୁ ଛୁଇଁ ଯାଇଥିଲା। ଏହାପରେ ଜ୍ୟୋତି ରାତ୍ରେ ପାହାଡ଼ ବିଷୟରେ ଛୋଟ ବେଳରୁ ଭାବିବାକୁ ଲାଗିଥିଲେ। କିନ୍ତୁ ପରିସ୍ଥିତି ଖରାପ ଥିବାରୁ ସେ ସ୍ୱପ୍ନ ପୂରଣ କରି ପାରିନଥିଲେ। ତାଙ୍କ କଲେଜ ସମୟ ବିତିଗଲା, ତାପରେ ତାଙ୍କ ବିବାହ ହୋଇଯାଇଥିଲା। ବିବାହ ପରେ ଘର ସମ୍ଭାଳିବା,ପରିବାରର ଭାର, ଛୁଆଙ୍କ ଭାର , ନିଜ କ୍ୟାରିୟର ଦେଖିବାରେ ତାଙ୍କ ସ୍ୱପ୍ନ ଅଧୁରା ରହିଯାଇଥିଲା।
ଏହିପରି ସମୟ ବିତିଗଲା ପରେ ୪୮ ବର୍ଷ ବୟସରେ ସେ ସ୍ୱପ୍ନ ପୂରଣ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ପ୍ରଥମେ ସେ ମନାଲିକୁ ଯାଇ ପାହାଡ଼ ଚଢ଼ିବାର ଟ୍ରେନିଂ ନେଇଥିଲେ। ଜ୍ୟୋତି ରାତ୍ରେ ମନାଲିରେ ଦେବ୍ଟିପ୍ପା ନାମକ ୬୦୦୦ ଫୁଟ ଉଚ୍ଚତାର ଟ୍ରାକ ପାର କରିଛନ୍ତି। ଏହି ପ୍ରଫେସନାଲ ଟ୍ରେନିଂ ପରେ ମାଉଣ୍ଟ ଏଭେରେଷ୍ଟର ଚଢ଼ିବାର ଆବେଦନ କରିଥିଲେ। କିନ୍ତୁ ବୟସ ଅଧିକ ହେବାରୁ ଆବେଦନଟି ଖାରଜ ହୋଇଯାଇଥିଲା। ଏହାପରେ ସେ ଧର୍ଯ୍ୟହରା ନହେଇ ଟ୍ରେନିଂ ନେଇ ୟୁରୋପର ସବୁଠୁ ବଡ ପାହାଡ଼ ‘ମାଉଣ୍ଟ ଏଲବୃସ୍’ ଚଢ଼ିବା ଆବେଦନ ଜାରି କରିଥିଲେ। ଫଳରେ ୫୨ ବର୍ଷ ବୟସରେ ସେ ‘ମାଉଣ୍ଟ ଏଲବୃସ୍’ ଚଢ଼ିଥିଲେ। ତାଙ୍କ ୪ ଜଣିଆ ଟିମ୍ରେ ଜ୍ୟୋତି ରାତ୍ରେ ଜଣେ ମାତ୍ର ମହିଳା ଥିଲେ। ବହୁତ କଷ୍ଟ ପରେ ମଧ୍ୟ ସେ ସଫଳ ହୋଇଥିଲେ। ୫୪୬୨ ଫିଟ ଉଚ୍ଚତାର ପାହାଡ଼ ଚଢ଼ିବାର ସଫଳତା ଜ୍ୟୋତି ରାତ୍ରେଙ୍କ ସହ ଭାରତ ପାଇଁ ମଧ୍ୟ ଏକ ଗର୍ବର କଥା। ଏହି ରେର୍କଡ଼ ପରେ ଜ୍ୟୋତି ରାତ୍ରେ ଭାରତର ସବୁଠୁ ଅଧିକ ବୟସର ପର୍ବତାରୋହୀ ହୋଇଛନ୍ତି। ଏହାସହ ମଧ୍ୟ ସେ ଆଫ୍ରିକାର ସବୁଠୁ ଉଚ୍ଚତମ ପାହାଡ଼ କିଲିମଞ୍ଜାରୋ ଚଢ଼ିବାରେ ସଫଳ ହୋଇଛନ୍ତି।