ବିଶ୍ବାସ ନହେଲେ ବି ସତ, ସାତ ବର୍ଷ ଶିଶୁ ପାଟିରୁ ବାହାରିଲା ୫୨୬ଟି ଦାନ୍ତ

ସମସ୍ତେ ଜାଣନ୍ତି ମଣିଷର ଦାନ୍ତ ସଂଖ୍ୟା ୩୨ । କିନ୍ତୁ ଜଣଙ୍କ ପାଟିରେ ୫୦୦ରୁ ଅଧିକ ଦାନ୍ତ ଥିବା କେହି ବିଶ୍ୱାସ କରିପାରିବେ ନାହିଁ । କିନ୍ତୁ ଏହା ସତ୍ୟ । ତାମିଲନାଡୁରେ ସାତ ବର୍ଷର ଶିଶୁ ପାଟିରୁ ବାହାରିଲା ୫୨୬ଟି ଦାନ୍ତ । ଚେନ୍ନାଇର ସବିତା ଡେଣ୍ଟାଲ କଲେଜରେ ଅପରେସନ କରାଯାଇ ପିଲାଟି ପାଟିରୁ ଦାନ୍ତ ବାହାର କରାଯାଇଛି। କୌଣସି ପିଲା ପାଟିରୁ ଏତେ ସଂଖ୍ୟକ ଦାନ୍ତ ବାହାରିବା ଦୁନିଆରେ ପ୍ରଥମ ଘଟଣା ବୋଲି କହିଛନ୍ତି ଡାକ୍ତର ।
ଏହାକୁ କଂପାଉଣ୍ଡ କମ୍ପୋଜିଟ ଆଣ୍ଡୋଟୋମର ନାଁ ଦିଆଯାଇଛି। ପିଲାଟିର ତଳ ମାଢିରେ ଦୀର୍ଘଦିନ ହେବ ଯନ୍ତ୍ରଣା ହେଉଥିଲା। ସିଟି ସ୍କାନ କରିବା ପରେ ଜଣାପଡିଥିଲା ପିଲାଟିର ମାଢିରେ ଏପରି ବହୁତ ଦାନ୍ତ ରହିଛି ଯାହା ଅଧା ବିକଶିତ ହୋଇ ରହିଛି। ବହୁତ ଦାନ୍ତ, ମାଢି ଭିତରେ ଥିଲା । ଯାହାକୁ ବାହାର କରିବା କଷ୍ଟକର ଥିଲା। ପାଞ୍ଚ ଘଣ୍ଟା ସର୍ଜରୀ କରାଯାଇ ପିଲାଟିର ପାଟିରୁ ସମସ୍ତ ଦାନ୍ତ ବାହାର କରାଯାଇଛି।