ନିଜ ଝିଅର ସନ୍ତାନକୁ ନିଜ ଗର୍ଭରେ ଜନ୍ମ ଦେଲେ ମାଆ, ଖବର ପଢ଼ି ଆପଣ ବି କହିବେ ‘ମା ତୋର ତୁଳନା ନାହିଁ’

ଏହି ଦୁନିଆରେ ମାଆର ତୁଳନା ଭଗବାନଙ୍କ ସହିତ କରାଯାଏ। କାହିଁକିନା ଦୁନିଆରେ ମାଆର ସ୍ଥାନ କେବେବି କେହି ପୂରଣ କରିପାରିବେନାହିଁ। ନିଜ ପିଲାର ସବୁ କଷ୍ଟ ଯନ୍ତ୍ରଣାକୁ ସହଜରେ ସହିନିଏ ମାଆ। ଛୁଆର ସବୁ କଷ୍ଟ ଯନ୍ତ୍ରଣାକୁ ଲାଘବ କରିବା ପାଇଁ ମାଆ କରିଥାଏ ସତ ଚେଷ୍ଟା। ନିଜ ଜୀବନକୁ ବାଜି ଲଗାଇ ଦିଏ ନିଜ ଛୁଆ ପାଇଁ। ଜଣେ ମାଆ ତାର ପିଲା ପାଇଁ କଣ ଯେ କରିପାରେ ତାର ପ୍ରମାଣ ଆଜି ଆପଣ ଆଉ ଥରେ ପାଇଯିବେ।

ଏବେ ସୋସିଆଲ ମିଡିଆରେ ଏକ ଖବର ଖୁବ୍‌ ଭାଇରାଲ ହେଉଛି। ଯେଉଁଥିରେ ଜଣେ ମାଆ ନିଜ ଝିଅର ଜୀବନ ବଞ୍ଚାଇବା ପାଇଁ ନିଜ ଝିଅର ଝିଅକୁ ଜନ୍ମ ଦେଇଛନ୍ତି। ଆଜ୍ଞା ହଁ, ଆପଣ ଠିକ୍‌ ଶୁଣୁଛନ୍ତି। ଏ ରିପୋର୍ଟ ମୁତାବକ ଯେତେବେଳେ ମାଆକୁ ଜଣାପଡିଲା ତାଙ୍କ ଝିଅ ସନ୍ତାନ ଜନ୍ମ କରିବାରେ ଅକ୍ଷମ ଏବଂ ତାର ଜୀବନ ପ୍ରତି ବିପଦ ଅଛି। ସେତେବେଳେ ମାଆ ନିଷ୍ପତ୍ତି ନେଲେ ଯେ ନିଜ ଝିଅର ସନ୍ତାନକୁ ଜନ୍ମ ଦେବା ପାଇଁ।

ଏହି ମାଆ ପ୍ରମାଣ କରିଦେଲେ ଯେ ଜଣେ ମାଆ ତାର ପିଲାର ସୁରକ୍ଷା ପାଇଁ ନିଜ ଜୀବନକୁ ବି ବାଜି ଲଗାଇଦେଇପାରେ। ଏହି ମାମଲା ବ୍ରାଜିଲର ସେଣ୍ଟ କଟରୀନା ସହରର। ଏଠାରେ ଜଣେ ୫୩ ବର୍ଷିୟା ମହିଳା ନିଜ ଝିଅର ସନ୍ତାକୁ ଜନ୍ମ ଦେଇଛନ୍ତି। ତେବେ ଯେତେବେଳେ ଏହି ଖବର ଜଣାପଡିଲା ସେତେବେଳେ ଏହି ଖବର ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ। ଏବେ ସୋସିଆଲ ମିଡିଆରେ ଏହି ଖବର ଚର୍ଚ୍ଚାର ବିଷୟ ପାଲଟିଛି।

 

Leave A Reply

Your email address will not be published.