ଅନ୍ତର୍ଜାତୀୟ ସ୍ତରରେ ଭାରତର ବଡ଼ କୁଟନୈତିକ ସଫଳତା, UNSCର ଅସ୍ଥାୟୀ ସଦସ୍ୟତା ପାଇଁ ସମର୍ଥନ ଜଣାଇଲା ଏସିଆ ପାସିଫିକ୍‌ ଗ୍ରୁପର ୫୫ଟି ଦେଶ

ନୂଆଦିଲ୍ଲୀ(କେନ୍ୟୁଜ୍): ଅନ୍ତର୍ଜାତୀୟ ସ୍ତରରେ ଭାରତର ବଡ଼ କୁଟନୈତିକ ସଫଳତା । ଜାତିସଂଘ ସୁରକ୍ଷା ପରିଷଦ(UNSC)ର ଅସ୍ଥାୟୀ ସଦସ୍ୟତା ପାଇଁ ସମର୍ଥନ ଜଣାଇଲା ଏସିଆ ପାସିଫିକ୍‌ ଗ୍ରୁପ୍‌ । ୫୫ଟି ଦେଶ ସର୍ବସମତି କ୍ରମେ ଭାରତକୁ ସମର୍ଥନ ଜଣାଇଛନ୍ତି । ୨୦୨୧ରୁ ୨୦୨୨ ଦୁଇ ବର୍ଷ ପାଇଁ ଜତିସଂଘ ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟ ହେବ। ଅନ୍ତର୍ଜାତୀୟ ସ୍ତରରେ ଭାରତକୁ ସମର୍ଥନ ପାଇଁ ଏସିଆ ପାସିଫିକ୍‌ ଗ୍ରୁପ୍‌ର ସଦସ୍ୟଙ୍କୁ ଧନ୍ୟବାଦ ଜଣାଇଛନ୍ତି ସୟଦ୍‌ ଆକବରୁଦ୍ଦିନ୍‌ । ଟ୍ଵିଟ୍‌ କରି ୟୁଏନ୍‌ରେ ଥିବା ଭାରତର ସ୍ଥାୟୀ ପ୍ରତିନିଧି ସୟଦ୍‌ ଆକବରୁଦ୍ଦିନ୍‌ ଧନ୍ୟବାଦ ଜଣାଇଛନ୍ତି । ଏହା ପୂର୍ବରୁ ଭାରତ ୭ ଥର ୟୁଏନ୍‌ ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟ ରହି ଆସିଛି । ୧୯୫୦-୧୯୫୧, ୧୯୬୭-୬୮, ୧୯୭୨-୭୩, ୧୯୭୭-୭୮, ୧୯୮୪-୮୫, ୧୯୯୧-୯୨, ୨୦୧୧-୨୦୧୨ ବର୍ଷ ପାଇଁ ଅସ୍ଥାୟୀ ସଦସ୍ୟତା ପାଇଛି ।

You might also like