ଦେଶରେ ଆରମ୍ଭ ହେଲା 5G ଯୁଗ: ପ୍ରଥମ ପର୍ଯ୍ୟାୟରେ ଦେଶର ୧୩ଟି ସହର ସାମିଲ

କେନ୍ୟୁଜ୍(ବ୍ୟୁରୋ): ଦେଶରେ ଆରମ୍ଭ ହେଲା 5G ଯୁଗ । ଦିଲ୍ଲୀ ପ୍ରଗତି ମଇଦାନରେ ଏହାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କାର୍ଯ୍ୟକ୍ରମରେ IT ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଉପସ୍ଥିତ ଅଛନ୍ତି । ପ୍ରଥମ ପର୍ଯ୍ୟାୟରେ ଦେଶର ୧୩ଟି ସହର ସାମିଲ ହୋଇଛି । ଓଡ଼ିଶାରେ ରାଷ୍ଟ୍ରପତିଙ୍କ ଗାଁ ସ୍କୁଲରେ ଆରମ୍ଭ ହୋଇଛି।

ଯୋଡ଼ି ହୋଇଛି ମୟୂରଭଞ୍ଜ ପାହାଡ଼ପୁରରେ ଅବସ୍ଥିତ SLS ମେମୋରିଆଲ୍‌ ରେସିଡେନ୍ସିଆଲ୍‌ ସ୍କୁଲ । ଏହି ସ୍କୁଲ ପାଇଁ ଜମି ଦାନ କରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଓଡ଼ିଶାରେ ପ୍ରଥମ 5G ସେବା ଏହି ସ୍କୁଲ ପାଇଛି । ରିଲାଏନ୍‌ସି ଜିଓ ୪ଟି ବଡ଼ ସହର ଦିଲ୍ଲୀ କୋଲକାତା, ଚେନ୍ନାଇ ଓ ମୁମ୍ବାଇରୁ ପ୍ରଥମେ ଆରମ୍ଭ ହୋଇଛି 5G ସେବା। ଏହାସହ ୨୦୨୩ ସୁଦ୍ଧା ପୂରା ଦେଶରେ ଏହି ସେବା ଯୋଗାଇ ଦେବାକୁ ଲକ୍ଷ୍ୟ ରଖାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.