ଆଜିଠାରୁ 5G ସ୍ପେକ୍ଟ୍ରମ ନିଲାମ, ସେପ୍ଟେମ୍ବର ସୁଦ୍ଧା ଭାରତୀୟ ୟୁଜର୍ସ ପାଇବେ ସୁବିଧା

5G ସ୍ପେକ୍ଟ୍ରମର ଆଜି ନିଲାମ ହେବାକୁ ଯାଉଛି। ଆଜିଠୁ ଭାରତର ସର୍ବବୃହତ୍ତ 5G ନିଲାମ ପ୍ରକ୍ରିୟା ଆରମ୍ଭ ହେବ । ତେବେ ଏହି ଦୌଡରେ ଜିଓ, ଏୟାରଟେଲ୍, ଭୋଡାଫୋନ୍-ଆଇଡିଆ, ବିଏସଏନଏଲ ଅଛନ୍ତି । ସେପ୍ଟେମ୍ବର ସୁଦ୍ଧା ଭାରତୀୟ ଉପଭୋକ୍ତା ସେବା ପାଇବାର ଲକ୍ଷ୍ୟ ରହିଛି । ତେବେ ନିଲାମ ବହୁତ ଆକର୍ଷଣୀୟ ହେବାକୁ ଯାଉଛି । ଚାରୋଟି କମ୍ପାନୀ 5G ସ୍ପେକ୍ଟ୍ରମର ନିଲାମରେ ଭାଗ ନେବାକୁ ଯାଉଛନ୍ତି । ରିଲାଏନ୍ସ ଜିଓ ,ଇନଫୋକମ୍, ଭାରତ ଏୟାରଟେଲ୍ ଓ ଦୁର୍ବଳ ଆର୍ଥିକ ସ୍ଥିତି ରେ ମଧ୍ୟ ଭୋଡାଫୋନ୍ ଆଇଡିଆ 5G ସ୍ପେକ୍ଟ୍ରମ ପାଇଁ ନିଲାମି ରେ ଅଂଶଗ୍ରହଣ କରିବ ।

ସ୍ପେକ୍ଟ୍ରମ ନିଲାମୀର ଅବଧି ୨୦ବର୍ଷ ରହିବ । 4G ଠାରୁ ଅଧିକ ୧୦ଗୁଣ କ୍ଷିପ୍ର ବେଗରେ ସେବା ଦେବ 5G । ସେହିପରି 3Gଠାରୁ 5Gରେ ୩୦ ଗୁଣା ଅଧକ ସ୍ପିଡ । ଏହା ଦ୍ୱାରା ବ୍ୟବସାୟ, ଉଦ୍ୟୋଗରେ ଅତିରିକ୍ତ ରାଜସ୍ୱ ଉତ୍ପନ୍ନ କରିବାର କ୍ଷମତା ସୃଷ୍ଟି ହେବା ସହ ନୂଆ ଯୁଗର ଆରମ୍ଭ ହେବ। 5G କ୍ଷମତା ଆଧାରିତ ସେବାକୁ ଲାଗୁ କରିବା ପାଇଁ ମିଡ୍ ଓ ହାଇ ବ୍ୟାଣ୍ଡ ସ୍ପେକ୍ଟ୍ରମର ଉପଯୋଗ କରାଯିବ ।

ଗତ କିଛି ବର୍ଷ ହେବ ମୋବାଇଲରେ ଭିଡିଓ ଦେଖିବା ଗ୍ରାହକଙ୍କ ସଂଖ୍ୟାରେ ଢେରେ ବୃଦ୍ଧି ହୋଇଛି। ଫାଇଭ୍ ଜି ଟେକ୍ନୋଲୋଜି ଦ୍ୱାରା ଭିଡିଓ ଷ୍ଟ୍ରିମିଂର ସ୍ପିଡ୍ ବଢିବ। ଏହାସହ ଶୀଘ୍ର ଡାଉନଲୋଡ ହୋଇପାରିବ । ପୂର୍ବରୁ 5G ସ୍ପେକ୍ଟ୍ରମ ନିଲାମୀକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ ମିଳିଥିଲା ।

ଟେଲିକମ୍ ବିଭାଗ ଦ୍ୱାରା ପ୍ରକାଶିତ ଯୋଗ୍ୟତା ପ୍ରାପ୍ତ ତାଲିକା ଅନୁଯାୟୀ ରିଲାଏନ୍ସ ଜିଓ ଟେଲିକମ୍ ବିଭାଗରେ ୧୪୦୦୦ କୋଟି ଟଙ୍କା ଜମା ଟଙ୍କା ଜମା କରିଛି । ଭାରତ ଏୟାରଟେଲ ୫୫୦୦ କୋଟି ଟଙ୍କା ଜମା କରିଛି । ଭୋଡାଫୋନ୍ ଆଇଡିଆ ୨୨୦୦ କୋଟି ଟଙ୍କା ଜମା କରିଛି । ଆଦାନୀ ଡାଟା ନେଟୱାର୍କ କେବଳ ୧୦୦ କୋଟି ଟଙ୍କା ଜମା କରିଛି । ନିଲାମ ଦୌଡ଼ରେ ଆଗରେ ଅଛି ରିଲାଏନ୍ସ ଜିଓ ।

Leave A Reply

Your email address will not be published.