ଇଣ୍ଡୋନେସିଆ ନିକଟ ମୋଲୁକ୍କା ସାଗରରେ ଭୂମିକମ୍ପ, ବଢ଼ିଲା ସୁନାମି ଆଶଙ୍କା

ଆଜି ସନ୍ଧ୍ୟାରେ ଏହି ଭୂକମ୍ପ ଯୋଗୁଁ ସୁନାମି ଆସିବାର ଆଶଙ୍କା ସୃଷ୍ଟି ହୋଇଛି ।

ଇଣ୍ଡୋନେସିଆ ସମୁଦ୍ରରେ ଭୂମିକମ୍ପ । ତୀବ୍ରତା ୬.୦ ମାଗନିଚ୍ୟୁଡ୍‌ । ମୋଲୁକ୍କା ସାଗରରେ ଏହି ଭୂକମ୍ପ ସଂଘଟିତ ହୋଇଛି । ଆଜି ସନ୍ଧ୍ୟାରେ ଏହି ଭୂକମ୍ପ ଯୋଗୁଁ ସୁନାମି ଆସିବାର ଆଶଙ୍କା ସୃଷ୍ଟି ହୋଇଛି ।
ଗତ କିଛି ଦିନ ଧରି ଇଣ୍ଡୋନେସିଆର ବିଭିନ୍ନ ଅଞ୍ଚଳରେ ଭୂକମ୍ପ ସୃଷ୍ଟି ହୋଇଛି । ଯାହା ବଡ଼ ବିପଦକୁ ଡାକି ଆଣୁଥିବାର ଆଶଙ୍କା ସୃଷ୍ଟି ହୋଇଛି । ସମୁଦ୍ର ତଳେ ୭୨ କିଲୋମିଟର ଗଭୀରରେ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ବୋଲି ଭାରତୀୟ ନେସନାଲ ସେଣ୍ଟର ଫର ସିସମୋଲୋଜି ସୂଚନା ଦେଇଛି । ବୈଜ୍ଞାନିକମାନେ ସ୍ଥିତି ଉପରେ ନଜର ରଖିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.