ଚୀନରେ ଶକ୍ତିଶାଳୀ ଭୂମିକମ୍ପ; ୭ ମୃତ…ତୀବ୍ରତା ୬.୬

ଚୀନର ଦକ୍ଷିଣ-ପଶ୍ଚିମ ସିଚୁଆନ ଅଞ୍ଚଳର ଲୁଣ୍ଡିଗ୍‌ କାଉଣ୍ଟିରେ ୬.୬ ତୀବ୍ରତାର ଭୂମିକମ୍ପ ରେକର୍ଡ କରାଯାଇଛି। The United States Geological Survey (USGS) ଏହି ସୂଚନା ଦେଇଛି। ଭୂମିକମ୍ପର ଝଟ୍‌କା ଲୋକେ ଦ୍ୱିପ୍ରହରରେ ଅନୁଭବ କରିଥିଲେ। ଭୂମିକମ୍ପ ୧୦ କିଲୋମିଟର (୬ ମାଇଲ୍‌) ଗଭୀରରେ କୈନ୍ଦ୍ରିତ ଥିଲା। ଏଥିରେ ୭ ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ଖବର ରହିଛି। ଏହା ପୂର୍ବରୁ ଜୁନ୍‌ରେ ବି ଏଠାରେ ଭୂମିକମ୍ପ ଅନୁଭୂତ ହୋଇଥିଲା, ଯେଉଁଥିରେ ୪ ଜଣଙ୍କ ମୃତ୍ୟୁ ଘଟିଥିଲା।

ରିପୋର୍ଟ ମୁତାବକ, ଏହି ଭୂମିକମ୍ପ ସ୍ଥାନୀୟ ସମୟ ଅନୁସାରେ ଦ୍ୱିପ୍ରହର ୧୨ଟା ୨୫ ମିନିଟ୍‌ରେ ଆସିଥିଲା। ଭୂମିକମ୍ପର କେନ୍ଦ୍ର ୨୯.୫୯ ଡିଗ୍ରୀ ଉତ୍ତର ଅକ୍ଷାଂଶ ତଥା ୧୦୨.୦୮ ଡିଗ୍ରୀ ପୂର୍ବ ଦ୍ରାଘିମାଠାରୁ ଭୂମିର ୧୬ କିଲୋମିଟର ଗଭୀରରେ ଥିଲା।

ଲୁଣ୍ଡିଗ୍‌ କାଉଣ୍ଟିରୁ ୩୯ କିଲୋମିଟର ଦୂରରେ ଭୂମିକମ୍ପର କେନ୍ଦ୍ର ଥିଲା, ଯାହାର ୫ କିଲୋମିଟର ପରିଧି ମଧ୍ୟରେ ଅନେକ ଗାଁ ଆସିଥାଏ। ଭୂମିକମ୍ପର ଝଟକା ସିଚୁଆନର ରାଜଧାନୀ ଚେଗନ୍ଦୁରେ ମଧ୍ୟ ଅନୁଭବ କରାଯାଇଥିଲା। ଏହା ଭୂମିକମ୍ପର କେନ୍ଦ୍ରଠାରୁ ୨୨୬ କିଲୋମିଟର ଦୂରରେ ଅବସ୍ଥିତ।

ଚୀନର ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଥିବା ଭିଡିଓରେ ଚେଗନ୍ଦୁରେ ବିଲ୍ଡିଗୁଡ଼ିକ ହଲୁଥିବାର ଦେଖିବାକୁ ମିଳି ପାରିବ। ଏଥି ସହିତ ଅନେକ ଫଟୋ ମଧ୍ୟ ସେୟାର କରାଯାଇଛି। ତେବେ ଏ ପର୍ଯ୍ୟନ୍ତ କୌଣସି ବିଲ୍ଡିଂକୁ କ୍ଷତି ପହଞ୍ଚିଥିବା ନେଇ ସୂଚନା ନାହିଁ। କହି ରଖୁଛୁ କି, ସିଚୁଆନ ପ୍ରାନ୍ତ ତିବ୍ଦତର ନିକଟବର୍ତ୍ତୀ ଏବଂ ଭୂମିକମ୍ପ ଦୃଷ୍ଟିରୁ ଏହା ଏକ ସମ୍ବେଦନଶୀଳ ଅଞ୍ଚଳ। ଏହି ପ୍ରାନ୍ତରେ ୨୦୦୮ରେ ବିନାଶକାରୀ ଭୂମିକମ୍ପ ଆସିଥିଲା, ଯେଉଁଥିରେ ପାଖାପାଖି ୯୦,୦୦୦ ଲୋକଙ୍କ ମୃତ୍ୟୁ ଘଟିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.