ରୁଷ୍ରେ ବଡ଼ଧରଣ ଭୂକମ୍ପ, ତୀବ୍ରତା ୬.୯
ରୁଷ୍ରେ ବଡ଼ଧରଣ ଭୂକମ୍ପ । ରୁଷ୍ର ପୂର୍ବ ଉପକୂଳ ଅଞ୍ଚଳରେ ୬.୯ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି । ଭୂକମ୍ପରେ ଏପର୍ଯ୍ୟନ୍ତ କୌଣସି ମୃତାହତ ନେଇ ସୂଚନା ମିଳିନାହିଁ । ଭୂକମ୍ପର କେନ୍ଦ୍ର ରୁଷ୍ର ପାସିଫିକ୍ ଉପକୂଳଠୁ ୧୦୦ କିମି ଗଭୀର ରହିଛି । ଏତେ ବଡ଼ ଭୂକମ୍ପ ପରେ ସୁନାମୀ ଆଶଙ୍କା ବଢିଥାଏ ।

ଏନେଇ ରୁଷ୍ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଭୂକମ୍ପ ପରେ କୌଣସି ସୁନାମୀ ଆଲର୍ଟ ଜାରି ହୋଇ ନାହିଁ । ଭୂକମ୍ପ ପରେ ଏକ ମଲ୍ରେ ସାମଗ୍ରୀ ବିଛାଡ଼ି ହୋଇ ପଡୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି ।