ବିଳମ୍ବିତ ରାତିରେ ଚର୍ଚ୍ଚରେ ଭୟଙ୍କର ଗୁଳିମାଡ଼: ୬ ମୃତ, ୧୦ ଗୁରୁତର

ଚର୍ଚ୍ଚରେ ଗୁରୁବାର ବିଳମ୍ବିତ ରାତିରେ ଭୟଙ୍କର ଗୁଳିମାଡ଼ ହୋଇଛି। ଏହି ଗୁଳିମାଡ଼ରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ଗୁରୁତର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ପୋଲିସର କହିବାନୁସାରେ, ଆକ୍ରମଣର ଉଦ୍ଦେଶ୍ୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

ନୂଆଦିଲ୍ଲୀ : ଜର୍ମାନୀ ହମବର୍ଗର ଏକ ଚର୍ଚ୍ଚରେ ଗୁରୁବାର ବିଳମ୍ବିତ ରାତିରେ ଭୟଙ୍କର ଗୁଳିମାଡ଼ ହୋଇଛି। ଏହି ଗୁଳିମାଡ଼ରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ଗୁରୁତର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ପୋଲିସର କହିବାନୁସାରେ, ଆକ୍ରମଣର ଉଦ୍ଦେଶ୍ୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

ଜର୍ମାନୀ ପୁଲିସର ସୂଚନାନୁସାରେ, ଚର୍ଚ୍ଚର କିଙ୍ଗଡମ୍‌ ହଲ୍‌ରେ ଗତକାଲି ରାତିରେ ପ୍ରାର୍ଥନା ଚାଲିଥିବା ବେଳେ ବହୁ ଲୋକ ଏକାଠି ହୋଇଥିଲେ। ଏହି ସମୟରେ ପ୍ରାୟ ୧୦ ମିନିଟ୍‌ରୁ ଅଧିକ ସମୟ ଆଖି ବୁଜା ଫାୟାରିଂ ହୋଇଥିବା ଅନୁମାନ କରାଯାଉଛି।

ପୋଲିସ ମୁଖପାତ୍ର କହିଛନ୍ତି ଯେ ଆକ୍ରମଣକାରୀମାନେ ରାତି ପ୍ରାୟ ୯ ଟା ସମୟରେ ଏକ ଚର୍ଚ୍ଚରେ ଲୋକଙ୍କ ଉପରକୁ ଗୁଳି ଚଳାଇଥିଲେ। ତେବେ ଆକ୍ରମଣକାରୀ କେତେ ଜଣ ଥିଲେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। କିନ୍ତୁ ପୋଲିସ ଏହି ଘଟଣାର ଗମ୍ଭୀରତାର ସହ ଅନୁସନ୍ଧାନ କରୁଛି। ଘଟଣାସ୍ଥଳରେ ପହଞ୍ଚି ସମଗ୍ର ଅଞ୍ଚଳକୁ ଘେରାବନ୍ଦୀ କରି ଟିକିନିଖି ଯାଞ୍ଚ କରୁଛି। ସିସିଟିଭି ଫୁଟେଜ ଯାଞ୍ଚ କରାଯାଉଛି। ଅଭିଯୁକ୍ତଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ମଧ୍ୟ କୁହାଯାଇଛି । ଏଥିସହ ପୁଣି ଥରେ ଫାୟାରିଂ ଆଶଙ୍କାରେ ସ୍ଥାନୀୟ ଲୋକଙ୍କୁ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି।

Leave A Reply

Your email address will not be published.