ଦିଲ୍ଲୀରେ ହୃଦୟବିଦାରକ ଅଘଟଣ! ମଶା ଧୂପରୁ ଲାଗିଲା ନିଆଁ, ଚାଲିଗଲା ପରିବାରର ୬ ଜୀବନ

ମଶା ଧୂପ ନେଲା ଗୋଟିଏ ପରିବାରର ୬ ଜୀବନ। ଦିଲ୍ଲୀ ଶାସ୍ତ୍ରୀ ପାର୍କ ଅଞ୍ଚଳରେ ଏହି ଅଘଟଣ ଘଟିଛି। ଶ୍ୱାସରୁଦ୍ଧ ହୋଇ ୬ ଜଣଙ୍କର ମୃତ୍ୟୁ ହୋଇଛି। ଗତକାଲି ରାତିରେ ଘର ଭିତରେ ମଶା ଧୂପ ଲଗାଇ ସମସ୍ତେ ଶୋଇଥିଲେ।

ମଶା ଧୂପ ନେଲା ଗୋଟିଏ ପରିବାରର ୬ ଜୀବନ। ଦିଲ୍ଲୀ ଶାସ୍ତ୍ରୀ ପାର୍କ ଅଞ୍ଚଳରେ ଏହି ଅଘଟଣ ଘଟିଛି। ଶ୍ୱାସରୁଦ୍ଧ ହୋଇ ୬ ଜଣଙ୍କର ମୃତ୍ୟୁ ହୋଇଛି। ଗତକାଲି ରାତିରେ ଘର ଭିତରେ ମଶା ଧୂପ ଲଗାଇ ସମସ୍ତେ ଶୋଇଥିଲେ। ମଶା ଧୂପରୁ କାର୍ବନ ମନୋକ୍ସାଇଡ୍ ଗ୍ୟାସ୍ ବାହାରିଥିଲା, ଫଳରେ ଶ୍ୱାସରୁଦ୍ଧ ହୋଇ ପରିବାରର ୬ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି ନର୍ଥ ଇଷ୍ଟ ଜିଲ୍ଲା ଡିସିପି।

ଡିସିପିଙ୍କ କହିବା ହେଲା, ରାତିରେ ଏହି ପରିବାର ମଶା ଧୂପ ଲଗାଇ ଶୋଇଥିବା ବେଳେ କୌଣସି ମତେ ସେଥିରୁ ନିଆଁ ଲାଗିଯାଇଥିଲା। ନିଆଁ ଲାଗିବା ହେତୁ ଘର ଧୂଆଁମୟ ହୋଇଯାଇଥିଲା ଏବଂ କାର୍ବନ ମନୋକ୍ସାଇଡ୍‌ ଗ୍ୟାସ୍‌ ନିର୍ଗତ କାରଣରୁ ୬ ଜଣଙ୍କର ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ଘଟିଥିଲା।

ଏହି ଘଟଣାରେ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି, ସେମାନଙ୍କର ହସ୍ପିଟାଲରେ ଚିକିତ୍ସା ଚାଲିଛି। ସେମାନେ ହେଲେ ଜଣେ ୧୫ ବର୍ଷର ବାଳିକା ଏବଂ ଜଣେ ୪୫ ବର୍ଷର ବ୍ୟକ୍ତି। ଦୁର୍ଘଟଣା ପରେ ହସ୍ପିଟାଲ ଅଣାଯାଇଥିବା ୨୨ ବର୍ଷୀୟ ଯୁବକଙ୍କୁ ପ୍ରାଥମିକ ଚିକିତ୍ସା ପରେ ଘରକୁ ପଠାଇ ଦିଆଯାଇଛି।

ପୋଲିସର କହିବା ହେଲା, ରାତିରେ ଘରର କବାଟ, ଝରକା ସବୁ ବନ୍ଦ ରହିଥିଲା। ନିଆଁ ଲାଗିବାରୁ ପୂରା କୋଠରୀ ଧୂଆଁମୟ ହୋଇଯାଇଥିଲା, ଫଳରେ ଶୋଇଥିବା ଲୋକମାନେ ଅଣନିଃଶ୍ୱାସୀ ହୋଇପଡ଼ିଥିଲେ। ଆଜି ସକାଳେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା ଏବଂ ସମସ୍ତଙ୍କୁ ହସ୍ପିଟାଲ ନେଇଯାଇଥିଲା। ହେଲେ ସେଠାରେ ଡାକ୍ତର ୬ ଜଣଙ୍କୁ ମୃତ ଘୋଷଣା କରିଥିଲେ।

Leave A Reply

Your email address will not be published.