୩ମହଲା ବିଲ୍ଡିରେ ଭୟଙ୍କର ଅଗ୍ନିକାଣ୍ଡ: ଆଖି ପିଛୁଳାକେ ଚାଲିଗଲା ୬ ଜୀବନ

ତେଲେଙ୍ଗାନା ସିକନ୍ଦରାବାଦରେ ଭୟଙ୍କର ଅଗ୍ନିକାଣ୍ଡ । ସ୍ୱପ୍ନାଲୋକ୍ କମ୍ପେ୍ଲକ୍ସର ୩ମହଲା ବିଲ୍ଡିରେ ନିଆଁ ଲାଗିଛି । ଏହି ଅଗ୍ନିକାଣ୍ଡରେ ୬ ଜଣଙ୍କ ଜୀବନ ଯାଇଛି। ମୃତକଙ୍କ ମଧ୍ୟରେ ୪ ଯୁବକ ଓ ୨ ଯୁବତୀ ଥିବା ଜଣାଯାଇଛି। ସମସ୍ତଙ୍କ ବୟସ ପ୍ରାୟ ୨୦ ବର୍ଷ ହେବ ବୋଲି ଜଣା ଯାଇଛି।

ନୂଆଦିଲ୍ଲୀ : ତେଲେଙ୍ଗାନା ସିକନ୍ଦରାବାଦରେ ଭୟଙ୍କର ଅଗ୍ନିକାଣ୍ଡ । ସ୍ୱପ୍ନାଲୋକ୍ କମ୍ପେ୍ଲକ୍ସର ୩ମହଲା ବିଲ୍ଡିରେ ନିଆଁ ଲାଗିଛି । ଏହି ଅଗ୍ନିକାଣ୍ଡରେ ୬ ଜଣଙ୍କ ଜୀବନ ଯାଇଛି। ମୃତକଙ୍କ ମଧ୍ୟରେ ୪ ଯୁବକ ଓ ୨ ଯୁବତୀ ଥିବା ଜଣାଯାଇଛି। ସମସ୍ତଙ୍କ ବୟସ ପ୍ରାୟ ୨୦ ବର୍ଷ ହେବ ବୋଲି ଜଣା ଯାଇଛି। ଏହି ଅଗ୍ନିକାଣ୍ଡରୁ ୭ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ସର୍ଟ ସର୍କିଟରୁ ଏହି ଅଗ୍ନିକାଣ୍ଡ ହୋଇଥିବା ଅନୁମାନ କରାଯାଉଛି । ମୃତ ବ୍ୟକ୍ତିମାନେ ହେଉଛନ୍ତି ତେଲେଙ୍ଗାନା ଅନ୍ତର୍ଗତ ୱାରାଙ୍ଗାଲ୍‌ ଓ ଖମ୍ମାମ୍‌ ଜିଲ୍ଲାବାସୀ।

ସୂଚନା ଅନୁଯାୟୀ ସିକନ୍ଦରାବାଦର ଏକ ୮ ତାଲା ବିଶିଷ୍ଟ ଆପାର୍ଟମେଣ୍ଟରେ ଗତ କାଲି ରାତି ପ୍ରାୟ ୮ଟା ପାଖାପାଖି ସମୟରେ ନିଆଁ ଲାଗି ଯାଇଥିଲା । ଉକ୍ତ ଆପାର୍ଟମେଣ୍ଟର ବହୁ ଅଫିସ ଥିବା ବେଳେ ବିଭିନ୍ନ ଫ୍ଲାଟରେ ଲୋକେ ରହୁଥିବା ବି ଜଣାଯାଇଛି। ବିଲ୍ଡିଂର ତୃତୀୟ ମହଲାରୁ ଲାଗିଥିବା ନିଆଁ କ୍ରମଶଃ ଉପରକୁ ଉଠିବାକୁ ଲାଗିଲା।ଖବର ପାଇ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଆରମ୍ଭ କରିଥିଲେ। ଏଥିନିମନ୍ତେ ୧୦ଟି ଦମକଳ ଗାଡ଼ିକୁ ବ୍ୟବହାର କରାଯାଇଥିଲା। ଏଥିସହ ସେଠାରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା କାର୍ଯ୍ୟ ଆରମ୍ଭ ହୋଇଥିଲା। ପ୍ରାୟ ୪ ଘଣ୍ଟା କାଳ ଏହି ଉଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ ପ୍ରାୟ ୧୨ ଲୋକଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ଡାକ୍ତର ୬ ଜଣଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟମାନେ ସୁରକ୍ଷିତ ଥିବା ଜଣାଯାଇଛି।

ତଦନ୍ତ ପରେ ସେମାନଙ୍କର ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିଯିବ, କିନ୍ତୁ ଧୂଆଁରେ ରୁନ୍ଧି ହୋଇ ଅଣନିଃଶ୍ବାସୀ ହୋଇଯିବା କାରଣରୁ ସେମାନଙ୍କର ମୃତ୍ୟୁ ଘଟିଥାଇ ପାରେ ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି। ଖବର ପାଇ ତେଲେଙ୍ଗାନାର ବହୁ ବରିଷ୍ଠ ଅଧିକାରୀ ତଥା ବିଭାଗୀୟ ମନ୍ତ୍ରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ତଦାରଖ କରିଥିଲେ ତଥା ଗୁରୁତର ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ।

Leave A Reply

Your email address will not be published.