ତେଲଙ୍ଗାନା : ସୁରକ୍ଷାକର୍ମୀ ଓ ମାଓବାଦୀ ଗୁଳି ବିନିମୟ, ୬ ମାଓବାଦୀ ନିହତ

ତେଲଙ୍ଗାନା ଭଦ୍ରାଦ୍ରି କୋଠାଗୁଡେମ ଜିଲ୍ଲାରେ ପୋଲିସ ଓ ମାଓବାଦୀ ଗୁଳି ବିନିମୟରେ ୬ ଜଣ ମାଓବାଦୀ ନିହତ ହୋଇଥିବା ବେଳେ ଦୁଇଜଣ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି । ଜଣେ ସୁରକ୍ଷାକର୍ମୀଙ୍କ ଅବସ୍ଥା ଗୁରୁତର ରହିଛି, ତାଙ୍କ ଚିକିତ୍ସା ଚାଲିଛି ।

ତେଲଙ୍ଗାନାର ଭଦ୍ରାଦ୍ରି କୋଠାଗୁଡେମ ଜିଲ୍ଲାର ଅଧୀକ୍ଷକ ରୋହିତ ରାମଙ୍କ ମୁତାବକ, ଗୁରୁବାର ସକାଳେ ଭଦ୍ରାଦ୍ରି କୋଠାଗୁଡେମ ଜିଲ୍ଲା ପୋଲିସ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ ୬ ଜଣ ମାଓବାଦୀ ନିହତ ହୋଇଛନ୍ତି । ଘଟଣାରେ ୨ ଯବାନ ଆହତ ହୋଇଥିବା ଜଣାପଡିଛି । ଜଣେ ସୁରକ୍ଷାକର୍ମୀଙ୍କ ଅବସ୍ଥା ଗୁରୁତର ରହିଛି ।

ମାଓବାଦୀ ଲୁଚି ରହିଥିବା ସନ୍ଦେହରେ ସର୍ଚ୍ଚ ଅପରେସନ କରାଯାଇଥିଲା ।

You might also like