ସୁଦାନରୁ ଭୁବନେଶ୍ୱର ଫେରିଲେ ୬ ଓଡ଼ିଆ, ବଖାଣିଲେ ଭୟଙ୍କର ଅନୁଭୂତି
ସୁଦାନରୁ ଫେରି ଆଜି ଭୁବନେଶ୍ୱରରେ ପହଞ୍ଚିଛନ୍ତି ୬ ଜଣ ଓଡ଼ିଆ । ବଖାଣିଛନ୍ତି ଯୁଦ୍ଧ ବେଳର ଅନୁଭୂତି । ଛାତି ଥରୁଥିଲା । ପ୍ରତି ମୁହୂର୍ତ୍ତରେ ଥିଲା ଜୀବନ ଚାଲିଯିବାର ଭୟ । ସୁଦାନରେ ଗୃହଯୁଦ୍ଧର ଭୟଙ୍କର ସ୍ଥିତିରୁ ଅଳ୍ପକେ ମୁକୁଳି ଆସିଥିବା ଓଡ଼ିଆଙ୍କର ଇଏ ହେଉଛି ଛାତିଥରା କାହାଣୀ । ୬ ଜଣ ଓଡ଼ିଆ ଫେରିଛନ୍ତି ରାଜ୍ୟକୁ ।
ନୂଆଦିଲ୍ଲୀ : ସୁଦାନରୁ ଫେରି ଆଜି ଭୁବନେଶ୍ୱରରେ ପହଞ୍ଚିଛନ୍ତି ୬ ଜଣ ଓଡ଼ିଆ । ବଖାଣିଛନ୍ତି ଯୁଦ୍ଧ ବେଳର ଅନୁଭୂତି । ଛାତି ଥରୁଥିଲା । ପ୍ରତି ମୁହୂର୍ତ୍ତରେ ଥିଲା ଜୀବନ ଚାଲିଯିବାର ଭୟ । ସୁଦାନରେ ଗୃହଯୁଦ୍ଧର ଭୟଙ୍କର ସ୍ଥିତିରୁ ଅଳ୍ପକେ ମୁକୁଳି ଆସିଥିବା ଓଡ଼ିଆଙ୍କର ଇଏ ହେଉଛି ଛାତିଥରା କାହାଣୀ । ୬ ଜଣ ଓଡ଼ିଆ ଫେରିଛନ୍ତି ରାଜ୍ୟକୁ ।
ସେମାନଙ୍କ ଭିତରୁ ଦୁଇଜଣ କଳିଙ୍ଗ ଟିଭି ଷ୍ଟୁଡିଓରେ କହିଲେ ସେହି ଭୟଙ୍କର ପରିସ୍ଥିତିର କାହାଣୀ । ସୁଦାନରୁ ଭୁବନେଶ୍ୱର ଫେରି ବଖାଣିଲେ ଭୟଙ୍କର ଅନୁଭୂତି । ଯେକୌଣସି ମୁହୂର୍ତ୍ତରେ କିଛି ବି ଘଟିବାର ଆଶଙ୍କା ଥିଲା । ତେବେ ବଞ୍ଚି ଯାଇଛନ୍ତି ଅଳ୍ପକେ । ସ୍ୱତନ୍ତ୍ର ବିମାନରେ ଦିଲ୍ଲୀରୁ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଛନ୍ତି ୬ ଓଡ଼ିଆ ।
ଏପ୍ରିଲ ୧୫ରୁ ଆରମ୍ଭ ହୋଇଥିବା ଯୁଦ୍ଧରେ ଫସି ରହିଥିଲେ ବହୁ ଭାରତୀୟ। ସେମାନଙ୍କ ମଧ୍ୟରୁ ୬ ଜଣ ଓଡିଆ ଆଜି ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି । ଏପଟେ ଆଜି ଫେରୁଛନ୍ତି ଆଉ ୧୩୫ ଭାରତୀୟ। ଦ୍ୱିତୀୟ ପର୍ଯ୍ୟାୟରେ ସୁଦାନରୁ ୨୪୬ ଜଣ ଭାରତୀୟ ମୁମ୍ବାଇରେ ପହଞ୍ଚିଛନ୍ତି ।
ପ୍ରଥମ ପର୍ଯ୍ୟାୟରେ ୩୬୦ ଜଣ ପହଞ୍ଚିଥିଲେ । ବର୍ତ୍ତମାନ ସୁଦ୍ଧା ପ୍ରାୟ ୧୫୦୦ ଭାରତୀୟ ସୁଦାନରୁ ଉଦ୍ଧାର ହୋଇ ଜେଦହା ଏୟାରପୋର୍ଟରେ ପହଞ୍ଚିଛନ୍ତି । ଉଭୟ ଜଳପଥ ଓ ଆକାଶପଥରେ ଯୁଦ୍ଧଗ୍ରସ୍ତ ସୁଦାନରୁ ଭାରତୀୟଙ୍କ ଉଦ୍ଧାର କରାଯାଉଛି ।