ପ୍ରଥମେ ମହିଳାଙ୍କୁ ୬ ଜଣ ମିଶି କଲେ ଗଣଦୁଷ୍କର୍ମ, ଆଉ ତା’ ପରେ ୩୦୦ ଟଙ୍କାରେ ବିକିଲେ ପୀଡିତାଙ୍କ ଅଶ୍ଳୀଳ ଭିଡିଓ

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶ ବନ୍ଦାୟୁ ଜିଲ୍ଲାରେ ଜଣେ ୩୦ ବର୍ଷୀୟ ମହିଳାଙ୍କୁ ଗଣଦୁଷ୍କର୍ମ କରି ପୀଡିତାଙ୍କ ଭିଡିଓକୁ ମାତ୍ର ୩୦୦ ଟଙ୍କାରେ ବିକିଲେ ଅଭିଯୁକ୍ତ। ଏହି ମାମଲାରେ ପୋଲିସ ୬ ଜଣଙ୍କୁ ଗିରଫ କରିଛି। ଏଥିରେ ଦୁଇ ନାବାଳକ ମଧ୍ୟ ସାମିଲ ରହିଛନ୍ତି। ଯାହାଙ୍କ ବୟସ ୧୫ ଓ ୧୭ ବର୍ଷ। ଭିଡିଓ ଭାଇରଲ ହେବା ପରେ ଅସଲ ତଥ୍ଯ ପଦାକୁ ଆସିଥିଲା। ଯାହାର ତଦନ୍ତ ପୋଲିସ କରୁଛି।

ରିପୋର୍ଟ ଅନୁସାରେ, ଏହି ଘଟଣା ଅକ୍ଟୋବରରେ ଘଟିଥିଲା କିନ୍ତୁ ଭିଡିଓ ଏବେ ଭାଇରଲ ହୋଇଛି। ଯାହା ପରେ ପୋଲିସ ଆକ୍ସନ ନେଇଛି। ପୋଲିସ କହିବା ମୁତାବକ, ପୀଡିତ ମହିଳା ଜଣକ ଏକ ଦଳିତ ପରିବାରର ଅଟନ୍ତି। ତେଣୁ ଏପରି ଘଟଣା ବିଷୟରେ ଡର ଏବଂ ଲାଜ ଯୋଗୁଁ କାହାକୁ କହିପାରିନଥିଲେ। କିନ୍ତୁ ଅଭିଯୁକ୍ତ ସ୍ଥାନୀୟ ଅଞ୍ଚଳରେ ଭିଡିଓକୁ ୩୦୦ ଟଙ୍କାରେ ବିକ୍ରି କରୁଥିଲେ। ସେହିତ ସମୟରେ ପୋଲିସ ସେମାନଙ୍କୁ ଗିରଫ କରିଛି।

ମହିଳା ଜଣକ ଏକ ଘରୋଇ ସହାୟକ ଭାବେ କାମ କରୁଥିଲେ। ଏଭଳି ଘଟଣା ସାମ୍ନାକୁ ଆସିବା ପରେ ଗାଁରେ ଚାଞ୍ଚଲ୍ଯ ଖେଳି ଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.