ଗୋଟେ ପରିବାରର ୬ ମୃତ : ରାତିରେ ସମସ୍ତେ ଖାଇବା ପରେ ଶୋଇଥିଲେ, ହେଲେ ସକାଳୁ କେହି ବି ଉଠିଲେନି

ହରିୟାଣାର ଅମ୍ବାଲା ଜିଲ୍ଲା ନିକଟସ୍ଥ ବଲାନା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଏହି ଘଟଣାରେ ଗୋଟିଏ ପରିବାରର ୬ ଜଣ ଲୋକଙ୍କ ମୃତ୍ୟୁ ହୋଇଛି। ଏହି ଘଟଣା ସାରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ତେବେ ଏହି ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପୋଲିସ ମୁତାବକ, ପରିବାରର ସମସ୍ତ ଲୋକ ରାତିରେ ଖାଇବା ପରେ ଶୋଇଥିଲେ। କିନ୍ତୁ ସକାଳେ କେହି ଉଠିନଥିଲେ। ଘରର ସବୁଠାରୁ ଛୋଟ ଝିଅର ଜନ୍ମଦିନ ଆଜି ରହିଥିଲା।

ଅମ୍ବାଲା ଜିଲ୍ଲାର ବଲାନା ଗ୍ରାମରେ ଗୋଟିଏ ପରିବାର ୬ଜଣଙ୍କ ମୃତ୍ୟୁ ପରେ ସାରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ଏହି ପରିବାରର ୬ ଜଣ ସଦସ୍ୟଙ୍କ ଏପରି ସନ୍ଦେହଜନକ ଭାବରେ ମୃତ୍ୟୁ କିପରି ହୋଇଛି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡିନାହିଁ । ତେବେ ଏହି ଘଟଣା ସମ୍ପର୍କରେ ନିକଟସ୍ଥ ପୋଲିସ ଖବର ପାଇବା ପରେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନାଯୋଗ୍ୟ, ଏମିତି ଏକ ଘଟଣା ମଧ୍ୟପ୍ରଦେଶର ଇନ୍ଦୋରରେ ଦେଖିବାକୁ ମିଳିଥିଲା। ଏଠାରେ ଲୋନ ଦେଉଥିବା ଆପ୍‌ ଜାଲରେ ଫସି ଗୋଟିଏ ପରିବାରର ସମସ୍ତଙ୍କର ମୃତ୍ୟୁ ହୋଇଥିଲା।

 

Also Read : ଯୋଗୀ ଆଦିତ୍ୟନାଥଙ୍କ ଓଏସଡିଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ, ନୀଳ ଗାଈକୁ ବଞ୍ଚାଇବା ଚକ୍କରରେ ଗଛରେ ଧକ୍କା ହେଲା ଗାଡି

 

Leave A Reply

Your email address will not be published.