ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକର ପଛପଟୁ ପିଟି ହେଲା ଭ୍ଯାନ, REET ପରୀକ୍ଷା ଦେବାକୁ ଯାଉଥିବା ୬ ଯୁବକ ମୃତ

ରାଜସ୍ଥାନର ଜୟପୁରର ଚାକସୁରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ବାଇପାସ୍ ଛକ ନିକଟରେ ଥିବା ଟ୍ରକର ପଛପଟୁ ପିଟି ହେବା ଫଳରେ ୬ ଲୋକଙ୍କ ପ୍ରାଣ ଚାଲିଯାଇଛି। ସମସ୍ତ ମୃତକ ରାଜସ୍ଥାନ ଟିଚର୍ସ ଏଲିଟିବିଲିଟି ଟେଷ୍ଟ (REET) ପରୀକ୍ଷା ଦେବାକୁ ଯାଉଥିଲେ।

ସୂଚନାଯୋଗ୍ଯ, ଭ୍ଯାନରେ ୧୦ ଜଣ ଲୋକ ରହିଥିଲେ। ଅଧିକାଂଶ ଯୁବକ ପରୀକ୍ଷା ଦେବାକୁ ଯାଉଥିଲେ। ରାସ୍ତାରୁ ଅନ୍ତ୍ରିୟନ୍ତ୍ରିତ ହୋଇ ଭ୍ଯାନଟି ଟ୍ରକର ପଛପଟୁ ପିଟି ହୋଇଯାଇଥିଲା। ଫଳରେ ଘଟଣାସ୍ଥଳରେ ୬ ଜଣ ପ୍ରାଣ ହରାଇଥିଲେ। ଅନ୍ଯ ଆହତଙ୍କୁ ମହାତ୍ମା ଗାନ୍ଧୀ ସବାଇ ମାନସିଂହ ହସପିଟାଲରେ ଭର୍ତ୍ତି କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.