ମାନିବାକୁ ପଡିବ ପିଲାର ଭକ୍ତିକୁ, ରାମଲଲାଙ୍କୁ ଦର୍ଶନ କରିବା ପାଇଁ ୧୦୦୦ କିମି ଚାଲିଚାଲି ଅଯୋଧ୍ୟା ପହଞ୍ଚିଲା ୬ ବର୍ଷର ଭକ୍ତ

ଭକ୍ତର ଭକ୍ତି କିଛି ବି କରିପାରେ । ତେଣୁ ସେ ଭକ୍ତଟି ବୟସରେ ବଡ ହେଉ ଅବା ସାନ । ଦିନେ ପ୍ରତିଜ୍ଞା କରିଥିଲେ, ପାଦରେ ଚାଲି ଚାଲି ଅଯୋଧ୍ୟା ଯିବେ ଏବଂ ଭଗବାନ ଶ୍ରୀରାମଙ୍କୁ ଦର୍ଶନ କରିବେ । ଏମିତି କିଛି କରିଛନ୍ତି ପଞ୍ଜାବର ଫାଜିଲ୍କାରେ ରହୁଥିବା ୬ ବର୍ଷୀୟ ବାଳକ ।

ଖବର ମୁତାବକ, ପଞ୍ଜାବ ଫାଜିଲ୍କାରେ ରହୁଥିବା ୬ ବର୍ଷୀୟ ବାଳକ ରାତିରେ ସ୍ବପ୍ନ ଦେଖିଥିଲେ । ସ୍ବପ୍ନରେ କେହି ଜଣେ ଆସି ନିଶାଦ୍ରବ୍ୟ ବିରୋଧରେ ବାର୍ତ୍ତା ଦେବାକୁ କହିଥିଲେ । ୬ ବର୍ଷୀୟ ବାଳକ ମୋହବତ ୫୫ ଦିନରେ ପଞ୍ଜାବରୁ ଚାଲିଚାଲି ଅଯୋଧ୍ୟାରେ ପହଞ୍ଚିଥିଲେ । ୧୦୦୦ରୁ ଅଧିକ ବାଟ ଚାଲିଥିଲେ ୬ ବର୍ଷୀୟ ବାଳକ । କେବଳ ଚାଲିବା ନୁହେଁ ମଝିରେ ମଝିରେ ଦୌଡୁଥିଲେ ମଧ୍ୟ । ଚାଲି ଚାଲି ଆସିବା ବେଳେ ନିଶା ବିରୋଧରେ ଲୋକଙ୍କୁ ବାର୍ତ୍ତା ମଧ୍ୟ ଦେଇଥିଲେ ।

୬ ବର୍ଷୀୟ ବାଳକ ପ୍ରତିଜ୍ଞା ନେଇଥିଲେ କି, ଚାଲିଚାଲି ଅଯୋଧ୍ୟା ପହଞ୍ଚିବେ ଏବଂ ଶ୍ରୀରାମଙ୍କୁ ଦର୍ଶନ କରିବେ । ଅଯୋଧ୍ୟାରେ ପହଞ୍ଚିବା ପରେ ଶ୍ରୀରାମଲଲାଙ୍କୁ ଦର୍ଶନ କରିବା ପରେ ପୂଜାର୍ଚ୍ଚନା କରିଥିଲେ । ତେବେ ପିଲାଟିର ଏଭଳି ବିଶ୍ବାସ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

ଜାନୁଆରୀ ୧୧ ରେ ସେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ବାର୍ଷିକ ପ୍ରତୀକ୍ଷାର ବାର୍ଷିକ ଉତ୍ସବରେ ଯୋଗ ଦେବେ ଏବଂ ଯୋଗୀ ଆଦିତ୍ୟନାଥ ମୋହବତେଙ୍କୁ ସ୍ୱାଗତ କରିବେ ।

ସୂଚନାଯୋଗ୍ୟ, ନିକଟରେ ରାମ ଜନ୍ମଭୂମି ପରିସରରୁ ଜଣେ ଯୁବକଙ୍କୁ ଗିରଫ କରାଯାଇଥିଲା । ଯୁବକ ଜଣକ ନିଜେ ପିନ୍ଧିଥିବା ଚଷମାରେ ଗୁପ୍ତ କ୍ୟାମେରା ଲଗାଇଥିଲେ, ଯାହା ମାଧ୍ୟମରେ ସେ ରାମ ମନ୍ଦିର ପରିସରରେ ବୁଲି ଫଟୋ କ୍ଲିକ୍ କରୁଥିଲେ । ଅଭିଯୁକ୍ତ ଯୁବକ ଭଦୋଦରା ନିବାସୀ । ପୋଲିସ ତାଙ୍କୁ ଗିରଫ କରି ପଚରାଉଚରା କରିଛି । ଏହି ଯୁବକ ତାଙ୍କ ଚଷମାରେ ଏକ କ୍ୟାମେରା ଲଗାଇଥିଲେ । ଏହା ମାଧ୍ୟମରେ ସେ ରାମ ମନ୍ଦିର ପରିସରରେ ବୁଲି ଫଟୋ କ୍ଲିକ୍ କରୁଥିଲେ । ଘଟଣାସ୍ଥଳରେ ଥିବା ଜଣେ ସୁରକ୍ଷା କର୍ମୀଙ୍କର ସନ୍ଦେହ ହେବାରୁ ସେ ଚଷମାର ଯାଞ୍ଚ କରିଥିଲେ । ଯାଞ୍ଚରେ ଚଷମା ଭିତରୁ ଏକ ଗୁପ୍ତ କ୍ୟାମେରା ମିଳିଥିଲା ।