ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡ ଜଳପ୍ରଳୟରେ ୬୦ ମୃତ, ଭୂସ୍ଖଳନ ଯୋଗୁଁ ଝୁଲି ରହିଛି ଟ୍ରେନ ଟ୍ରାକ୍‌

ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡ ଜଳପ୍ରଳୟ ଯୋଗୁଁ ୬୦ ଜଣଙ୍କର ଜୀବନ ଯାଇଛି । ସିମଲା ସମରହିଲ ଭୂସ୍ଖଳନ ମୃତ୍ୟୁସଂଖ୍ୟା ବୃଦ୍ଧି ପାଉଛି । ଆହୁରି ମାଟି ତଳେ ପୋତି ହୋଇ ରହିଛନ୍ତି । ରେସକ୍ୟୁ ଅପରେସନ ଜାରି ରହିଥିବା ବେଳେ ଆଗକୁ ମୃତ୍ୟୁସଂଖ୍ୟା ବଢ଼ିପାରେ ।

ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡ ଜଳପ୍ରଳୟ। ଏଠାରେ ପ୍ରବଳ ବର୍ଷା ଯୋଗୁଁ ସ୍ଥିତି ଖରାପ ରହିଛି । ହିମାଚଳ ପ୍ରଦେଶରେ ଭୟଙ୍କର ବିପତ୍ତି ଆଣିଛି ବାଦଲ ଫଟା ବର୍ଷା, ବନ୍ୟା ଓ ଭୂସ୍ଖଳନ । ବହୁ ବିଲଡିଂ ଭୁଶୁଡ଼ିବା ସହ ପାଣି ସୁଅରେ ଭାସି ଯାଇଛି । ବର୍ତ୍ତମାନ ସୁଦ୍ଧା ସେଠାରେ ୬୦ ଜଣଙ୍କର ଜୀବନ ଯାଇଛି । ସିମଲା ସମରହିଲ ଭୂସ୍ଖଳନ ମୃତ୍ୟୁସଂଖ୍ୟା ବୃଦ୍ଧି ପାଉଛି । ଆହୁରି ମାଟି ତଳେ ପୋତି ହୋଇ ରହିଛନ୍ତି । ରେସକ୍ୟୁ ଅପରେସନ ଜାରି ରହିଥିବା ବେଳେ ଆଗକୁ ମୃତ୍ୟୁସଂଖ୍ୟା ବଢ଼ିପାରେ ।

କେବଳ ମଣ୍ଡିରେ ୨୪ ଓ ସିମଲାରେ ୧୯ଜଣଙ୍କ ମୃତ୍ୟୁ ହୋଇଛି । ଋଷିକେଶରେ ମଧ୍ୟ ସମାନ ସ୍ଥିତି ରହିଛି । ପ୍ରବଳ ବର୍ଷାରେ ଉତ୍ତରାଖଣ୍ଡରେ ଏକାଧିକ ନଦୀରେ ବନ୍ୟା ସ୍ଥିତି । ବିଭିନ୍ନ ସ୍ଥାନରେ ଭୂସ୍ଖଳନ ଅଘଟଣ। ସିମଲାରେ ଭୂସ୍ଖଳନ ହୋଇ ୪ରୁ ୫ଟି ଘର ଦବିଯାଇଛି । ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଅନେକ ଦିବିଥିବା ଆଶଙ୍କା କରାଯାଉଛି । ସିମଲାରେ ଗତ ୩ଦିନ ଧରି ଭୂସ୍ଖଳନ ହେଉଛି ।

ସେହିପରି ଉତ୍ତରାଖଣ୍ଡରେ ବି ବର୍ଷା ଭୟଙ୍କର ବିଭୀଷିକା ରଚିଛି । ମୃତ୍ୟୁସଂଖ୍ୟା ୬ରେ ପହଞ୍ଚିଛି । ସୋମବାରଠାରୁ ଉତ୍ତରାଖଣ୍ଡରେ ଜାରି ରହିଛି ବର୍ଷା । ବହୁ ଘରଦ୍ବାର ଭୁଶୁଡ଼ିଥିବା ବେଳେ ଫ୍ଲାସ ଫ୍ଲଡପରେ ଭାସି ଯାଇଛି । ଏତିକିରେ ଦୁର୍ଦ୍ଦଶା ସରୁନି । ଆଗାମୀ ୨ ଦିନ ଯାଏ ହିମାଚଳ ପ୍ରଦେଶରେ ପ୍ରବଳ ବର୍ଷା ଓ ଚାରି ଦିନ ଯାଏ ବର୍ଷା ପାଇଁ ଆଲର୍ଟ ଜାରି ହୋଇଛି ।

ପ୍ରବଳ ବର୍ଷା ଯୋଗୁଁ ୪ଟି ଜାତୀୟ ରାଜପଥ, ୮୦୦ରୁ ଅଧିକ ରାସ୍ତା ଏବଂ ସ୍କୁଲ କଲେଜ ବନ୍ଦ ରହିଛି । ୧୨ଟି ଜିଲ୍ଲା ମଧ୍ୟରୁ ୯ ଜିଲ୍ଲାରେ ବର୍ଷା ଆଲର୍ଟ ଜାରି କରାଯାଇଛି । ସିମଲା କାଲକା ରେଳ ଟ୍ରାକ୍‌ କ୍ଷତିଗ୍ରସ୍ତ ହୋଇଛି । ଭୂସ୍ଖଳନ ଯୋଗୁଁ ରେଳ ମାର୍ଗ ତଳୁ ମାଟି ବୋହିଯାଇଛି, ଆଉ ପବନରେ ରେଳ ଲାଇନ ଝୁଲି ରହିଥିବା ଦେଖିବାକୁ ମିଳିଛି । ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ସମସ୍ତଙ୍କୁ ସାବଧାନତା ସହିତ ରହିବାକୁ ଅପିଲ କରିଛନ୍ତି ।