Nestleର ୬୦ ପ୍ରତିଶତ ପ୍ରଡ଼କ୍ଟ ସ୍ୱାସ୍ଥ୍ୟପଯୋଗୀ ନୁହେଁ, ଅନ୍ତରାଷ୍ଟ୍ରୀୟ ରିପୋର୍ଟରେ ନିଜେ ଖୁଲାସା କଲା କମ୍ପାନୀ

ପୁଣି ଥରେ ମ୍ୟାଗିକୁ ନେଇ ଜୋର ଧରିଛି ଚର୍ଚ୍ଚା । ଏଥର କିନ୍ତୁ ଖାଲି ମ୍ୟାଗି ନୁହେଁ ନେସ୍ଲେ ଦ୍ୱାରା ପ୍ରସ୍ତୁତ ଅନ୍ୟ ସମସ୍ତ ପ୍ରଡକ୍ଟର ସତ ସାମ୍ନାକୁ ଆସିଛି । ନେସ୍ଲେର ଅଧିକାଂଶ ପ୍ରଡକ୍ଟ ସ୍ୱାସ୍ଥ୍ୟ ପାଇଁ ହିତକର ନୁହେଁ । ଏହା ସରକାର କିମ୍ବା କୌଣସି ଫୁଡ ଡ଼ିପାର୍ଟମେଣ୍ଟ ନୁହେଁ ନିଜେ ନେସ୍ଲେ ହିଁ ପ୍ରକାଶ କରିଛି । କମ୍ପାନୀ ତରଫରୁ ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ କମ୍ପାନୀ ପ୍ରସ୍ତୁତ କରୁଥିବା ମ୍ୟାଗି, ନୁଡ଼ଲସ, କିଟକାଟ, କଫି ପରି ୬୦ ପ୍ରତିଶତ ପ୍ରଡକ୍ଟ ସ୍ୱାସ୍ଥ୍ୟପ୍ରଦ ନୁହେଁ ।

ପ୍ରକୃତରେ ନେସ୍ଲେ କମ୍ପାନୀ ଏକ ଅନ୍ତର୍ଜାତୀୟ ଡକ୍ୟୁମେଣ୍ଟରେ ପ୍ରକାଶ କରିଛିକି, ଏହାର ୬୦ ପ୍ରତିଶତରୁ ଅଧିକ ପ୍ରଡକ୍ଟ ଓ ପାନୀୟ ସ୍ୱାସ୍ଥ୍ୟପଯୋଗୀ ନୁହେଁ । ରିପୋର୍ଟ ଅନୁଯାୟୀ, ଖାଦ୍ୟପଯୋଗୀ ପ୍ରଡକ୍ଟ ପାଇଁ ରଖାଯାଇଥିବା ମାନଦଣ୍ଡରେ ଏହି ପ୍ରଡ଼କ୍ଟ ଗୁଡିକ ବିଫଳ ହୋଇଛନ୍ତି । କମ୍ପାନୀ ଏହା ମଧ୍ୟ ମାନିଛିକି ଏଗୁଡିକରେ ଯେତେ ପରିବର୍ତ୍ତନ ଅଣାଗଲେ ମଧ୍ୟ କିଛି ଲାଭ ହେବନାହିଁ ।

nestle

ରିପୋର୍ଟ ଉଲ୍ଲେଖ ରହିଛିକି, ଔଷଧ ଓ ପଶୁଖାଦ୍ୟକୁ ମିଶାଇ ମାତ୍ର ୩୭ ପ୍ରତିଶତ ଉତ୍ପାଦ ୩ .୫ ରୁ ଅଧିକ ରେଟିଙ୍ଗକୁ ପାର କରିପାରିଛନ୍ତି । ଏହାବାଦ ଗର୍ଭବତୀ ମହିଳା ଓ ପିଲା ମାନଙ୍କ ପାଇଁ ତିଆରି ହେଉଥିବା ଖାଦ୍ୟ ପଦାର୍ଥ ଗୁଡିକ ବି ଏହି ତାଲିକାରେ ରହିଛନ୍ତି । ଏସବୁ ଥିରେ ସ୍ୱାସ୍ଥ୍ୟପଯୋଗୀ ମାନଦଣ୍ଡ ଗୁଡିକୁ କଡାକଡି ଭାବେ ପାଳନ କରାଯାଉଛି ।

ଅନ୍ୟପକ୍ଷରେ କମ୍ପାନୀ ତରଫରୁ ସ୍ପଷ୍ଟୀକରଣ ଦିଆଯାଇଛିକି ପୋଷଣ ଓ ସ୍ୱାସ୍ଥ୍ୟକୁ ଅଧିକ ଗୁରୁତ୍ୱ ଦେଉଛି । ଗତ ୨ ଦଶକ ଭିତରେ ପ୍ରଡ଼କ୍ଟସ ଗୁଡ଼ିକରୁ ସୁଗାର ଓ ସୋଡିୟମର ମାତ୍ର ୧୪ ରୁ ୧୫  ପ୍ରତିଶତ ପର୍ଯ୍ୟନ୍ତ କମାଇ ଦେଇଛି । ପିଲାଙ୍କ ନ୍ୟୁଟ୍ରିସନ ପ୍ରଡ଼କ୍ଟ ଉପରେ ବି ଅଧିକ ଧ୍ୟାନ ଦେଉଥିବା ନେଇ ପ୍ରକାଶ କରିଛି କମ୍ପାନୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like